ETV Bharat / bharat

ମନ୍ତ୍ରୀ ଭାବେ ସିନ୍ଧିଆଙ୍କ ପ୍ରଥମ ପଦକ୍ଷେପ, ମଧ୍ୟ ପ୍ରଦେଶରୁ ଚାଲିବ 8 ନୂଆ ବିମାନ - jyotiraditya scindia news

ମନ୍ତ୍ରୀପଦ ସମ୍ଭାଳିବା ପରେ ପ୍ରଥମ ପଦକ୍ଷେପ ନେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟ ପ୍ରଦେଶରୁ ଚଳାଚଳ କରିବ 8ଟି ଯାତ୍ରୀବାହି ବିମାନ । ଅଧିକ ପଢ଼ନ୍ତୁ...

ମଧ୍ୟ ପ୍ରଦେଶରୁ ଚାଲିବ 8 ନୂଆ ବିମାନ, ସ୍ପାଇସଜେଟ୍ ଯୋଗାଇବ ସେବା

author img

By

Published : Jul 11, 2021, 9:57 PM IST

ନୂଆଦିଲ୍ଲୀ: ମନ୍ତ୍ରୀପଦ ସମ୍ଭାଳିବା ପରେ ପ୍ରଥମ ପଦକ୍ଷେପ ନେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟ ପ୍ରଦେଶରୁ ଚଳାଚଳ କରିବ 8ଟି ଯାତ୍ରୀବାହି ବିମାନ । ଜୁଲାଇ 16 ତାରିଖରୁ ଏହି ସେବା ଆରମ୍ଭ ହେବ । ସ୍ପାଇସ ଜେଟ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ । ଏହାକୁ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ମଧ୍ୟପ୍ରଦେଶରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଗ୍ବାଲିୟରରୁ ପୁଣେ, ଜବଲପୁରରୁ-ସୁରତ, ଅହମ୍ମଦାବାଦରୁ-ଗ୍ବାଲିୟର ଆଦି ସ୍ଥାନରୁ ସ୍ପାଇସ ଜେଟ ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବ । କେନ୍ଦ୍ର ସରକାରଙ୍କ ଉଡ଼ାନ ଉଦ୍ୟୋଗ ଯୋଜନାରେ ମଧ୍ୟ ପ୍ରଦେଶରେ ଏହି ସେବା ଆରମ୍ଭ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଉଡ଼ାନ ଉଦ୍ୟୋଗ ଯୋଜନାରେ ବିମାନ ଚଳାଚଳ କମ୍ପାନୀ ଓ ରାଜ୍ୟ ସରକାର ଓ ବିମାନ ବନ୍ଦରଗୁଡ଼ିକୁ କେନ୍ଦ୍ର ସରକାର ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ପ୍ରତ୍ୟେକ ବିମାନ ବନ୍ଦରରୁ ସୁଲଭ ମୂଲ୍ୟରେ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.