ETV Bharat / bharat

କକପିଟ୍‌ରେ ଗୁଜିଆ ଖାଉଥିଲେ ପାଇଲଟ, ବିମାନ ଉଡ଼ାଣ ଉପରେ ରୋକ୍‌ ଲଗାଇଲା ସ୍ପାଇସ୍‌ଜେଟ୍‌ - ବିମାନରେ ଗୁଜିଆ ଖାଇବାରୁ ପାଇଲଟଙ୍କୁ ଓହ୍ଲାଇଲା ସ୍ପାଇସଜେଟ

ବିମାନର କକ୍‌ପିଟରେ ଗୁଜିଆ ଖାଇବାରୁ ଦୁଇ ପାଇଲଟଙ୍କୁ ଓହ୍ଲାଇଲା ସ୍ପାଇସଜେଟ । ହୋଲି ଦିନ କକପିଟ୍‌ରେ ଗୁଜିଆ ଓ କଫି ପାର୍ଟି କରିଥିଲେ ପାଇଲଟ । ଅଧିକ ପଢନ୍ତୁ

କକପିଟ୍‌ରେ ଗୁଜିଆ ଖାଇବାରୁ ଦୁଇ ପାଇଲଟଙ୍କୁ ଓହ୍ଲାଇଲା ସ୍ପାଇସଜେଟ

author img

By

Published : Mar 16, 2023, 3:21 PM IST

ନୂଆଦିଲ୍ଲୀ: ମଝି ଆକାଶରେ ବିମାନର କକ୍‌ପିଟରେ ଗୁଜିଆ ଖାଇବା ପଡିଲା ମହଙ୍ଗା । ପାଇଲଟ୍‌ଙ୍କୁ ବିମାନ ଉଡ଼ାଣ ଉପରେ ରୋକ୍‌ ଲଗାଇଲା ସ୍ପାଇସଜେଟ୍ । ଦିଲ୍ଲୀରୁ ଗୌହାଟୀ ଯାଉଥିବା ବିମାନର ଦୁଇ ପାଇଲଟ କକ୍‌ପିଟ୍‌ରେ କଫି ପିଇବା ଓ ଗୁଜିଆ ଖାଇବାକୁ ନେଇ ସ୍ପାଇସଜେଟ ସେମାନଙ୍କୁ ଓହ୍ଲାଇ ଦେଇଛି । ଏହାସହିତ ଦୁହିଁଙ୍କ ଉଡାଣ ଉପରେ ରୋକ ଲଗାଇଛି କମ୍ପାନୀ ।ଗୁଜିଆ ଖାଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ DGCA ଦୁଇ ପାଇଲଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛି । ତେବେ ଏହି ଘଟଣାଟି ହୋଲି ଦିନ ଅର୍ଥାତ୍ ଗତ ୮ ତାରିଖର ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ହୋଲି ଦିନ ଦିଲ୍ଲୀରୁ ଗୌହାଟୀ ଅଭିମୁଖେ ସ୍ପାଇସଜେଟର ଏକ ବିମାନ ଉଡାଣ ଭରିଥିଲା । ବିମାନ ଉଡାଣ ସମୟରେ ମଝି ଆକାଶରେ ଦୁଇ ଜଣ ପାଇଲଟ କକପିଟ୍‌ରେ ପାର୍ଟି କରିଥିଲେ । ସେମାନେ ଗୁଜିଆ ଖାଇବା ସହ କଫି ପିଇଥିଲେ । ଏହି ସେଲିବ୍ରେସନର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାକୁ ୟୁଜର୍ସମାନେ କଡା ସମାଲୋଚନା କରିଥିଲେ । କକପିଟ୍‌ରେ ଖାଦ୍ୟ ଖାଇବା କମ୍ପାନୀ ସମ୍ପୂର୍ଣ୍ଣ ବାରଣ କରିଥିବା ବେଳେ ଦୁହେଁ ଗୁଜିଆ ଖାଉଥିବାର ଦେଖିବାକୁ ମିଳିଥିଲା । ଏପରି କାର୍ଯ୍ୟ ଦ୍ବାରା ସେମାନେ ଯାତ୍ରୀଙ୍କ ଜୀବନ ବିପଦରେ ପକାଇ ଥିବାରୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଦୁଇ ପାଇଲଟକୁ ଓହ୍ଲାଇ ଦେଇଥିଲେ ଏବଂ ତାଙ୍କର ଉଡାଣ ଉପରେ ରୋକ ଲଗାଇଥିଲେ । ଏହି ଘଟଣା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଦୁହିଁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Umesh Pal Murder Case: କ୍ରେଟା କାର ଛଡା ଆହୁରି ତିନୋଟି ଗାଡିରେ ତୟାର ଥିଲେ ସୁଟର !

ଏନେଇ ସ୍ପାଇସଜେଟ ଏୟାରଲାଇନ ମୁଖପାତ୍ର କହିଛନ୍ତି, ବିମାନର କକ୍‌ପିଟ ଭିତରେ କ୍ରୁମାନଙ୍କୁ କୌଣସି ପ୍ରକାର ଖାଦ୍ୟ ଖାଇବାକୁ କଡାକଡି ବାରଣ କରାଯାଇଛି । ଦୁଇ ଜଣ ପାଇଲଟ ଏହାର ଉଲ୍ଲଙ୍ଘନ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ତଦନ୍ତ ଶେଷ ହେବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମନ ଦୁଇ ଜଣ କୌଣସି ବିମାନ ଉଡାଇ ପାରିବେ ନାହିଁ । ଦୁହିଁଙ୍କୁ ବିମାନ ଉଡାଣ ଉପରେ କମ୍ପାନୀ ପକ୍ଷରୁ ରୋକ୍ ଲଗାଯାଇଛି ।

ଏହାମଧ୍ୟ ପଢନ୍ତୁ: Double Murder in Hyderabad: ସ୍ତ୍ରୀକୁ କଟୁରୀରେ ହାଣିବା ପରେ ୪୦ ଦିନର ପୁଅକୁ ପାଣିରେ ଫିଙ୍ଗିଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.