ନୂଆଦିଲ୍ଲୀ: ପୁଣି ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଏବଂ ଏହି କୋରୋନା ପାଇଁ ପୁଣି ବିଗିଡିବାରେ ଲାଗିଛି ଦେଶର ଅର୍ଥନୀତି । 2020ର ଅର୍ଥନୀତି ଉପରେ ମହାମାରୀର ପ୍ରଭାବରୁ ଦେଶ ଅଣ୍ଟା ସଳଖି ଠିଆ ହୋଇପାରିନଥିବା ବେଳେ ଏବେ 2021 ରେ କୋରୋନାର ଦ୍ବିତୀୟ ଲହରୀ। ଯାହା ଦେଶ ପାଇଁ ବୋଝ ଉପରେ ଲଳୀତା ବିଡ଼ା ସଦୁଶ୍ୟ । ତେବେ ଏହାର ପ୍ରଭାବ ଯୋଗୁଁ ସ୍ପାଇସଜେଟ୍ କର୍ମଚାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଏପ୍ରିଲ ମାସର ଦରମାରୁ ୧୦ରୁ ୫୦ ପ୍ରତିଶତ କାଟିଛି ସଂସ୍ଥା। ସୂଚନା ଥାଉକି କୋରୋନା ମାଡରେ ବେଶି ପ୍ରଭାବିତ ହୋଇଛି ବିମାନସେବା । ଏନେଇ ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କ ସମେତ କର୍ମଚାରୀମାନଙ୍କ ଏପ୍ରିଲ ମାସରଦରମାରେ 10-50 ପ୍ରତିଶତ କଟାଯାଇଛି। କିନ୍ତୁ ଡ୍ରାଇଭର ପରି ଜୁନିଅର କର୍ମଚାରୀମାନଙ୍କୁ ଏପ୍ରିଲ୍ ମାସର ସମ୍ପୂର୍ଣ୍ଣ ଦରମା ପ୍ରଦାନ କରାଯାଇଛି ବୋଲି ଶନିବାର ଏକ ସୂତ୍ରରୁ ପ୍ରକାଶ ପାଇଛି ।
ତେବେ ସ୍ପାଇସଜେଟର ଚେୟାରପର୍ସନ ତଥା ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ ଏପ୍ରିଲ ମାସରେ ଦରମା ନେଇନାହାଁନ୍ତି ବୋଲି ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି। କୋରୋନାର ଦ୍ୱିତୀୟ ତରଙ୍ଗରେ ଭାରତ ବିଶେଷ ଭାବରେ ପ୍ରବାହିତ ହେଉଛି । ଏପଟେ ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଏବଂ ଶଯ୍ୟା ଅଭାବ ଦେଖାଦେଇଛି । ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି, କାରଣ ବିମାନ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ବିମାନ ସେବା ମୁଖପାତ୍ର କହିଛନ୍ତି ଯେ, କୋରୋନାର ଦ୍ବିତୀୟ ଲହରୀ ଦ୍ବାରା ଦେଶର ସବୁଠୁ ଖରାପ ସଙ୍କଟ ଦେଖାଦେଇଛି।
ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ, ‘କୌଣସି କର୍ମଚାରୀଙ୍କ ବେତନ କଟାଯିବ ନାହିଁ। ତଥାପି, ଏହି ଅତ୍ୟଧିକ ତଥା ଅନାବଶ୍ୟକ ପରିସ୍ଥିତିରେ ଆମେ ଗତି କରୁଛୁ, ତେଣୁ ଆମର କିଛି କର୍ମଚାରୀଙ୍କ ପାଇଁ ଦରମା ବିଳମ୍ବ ଲାଗୁ କରିବାକୁ ବାଧ୍ୟ ହେଉଛୁ।" ବିମାନ ସେବା ସୁନିଶ୍ଚିତ କରୁଛି ଯେ ସର୍ବନିମ୍ନ ବେତନ ଗ୍ରେଡ୍ ଥିବା କର୍ମଚାରୀଙ୍କ ସମେତ ଅଧିକାଂଶ କର୍ମଚାରୀ ଏହି ବିଳମ୍ବ ଦ୍ୱାରା ଆଦୌ ପ୍ରଭାବିତ ହେବେ ନାହିଁ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯିବ। ବିଜ୍ଞାପନରେ ଆହୁରି ମଧ୍ୟ କହିଛନ୍ତି, "ସିଏମଡି ତାଙ୍କର ସମ୍ପୂର୍ଣ୍ଣ ଦରମା ଛାଡିବାକୁ ନିଷ୍ପତ୍ତି ନେଇଛି। ଏହା କେବଳ ଏକ ଅସ୍ଥାୟୀ ପଦକ୍ଷେପ ଏବଂ ଅବସ୍ଥା ସୁଧାରିବା ପରେ ସ୍ଥଗିତ ବେତନ ରାଶି କମ୍ପାନୀ ସମ୍ପୂର୍ଣ୍ଣ ରୂପେ ପ୍ରଦାନ କରିବ ବୋଲି କୁହାଯାଇଛି ।