ETV Bharat / bharat

Delhi Airportରେ ଅଘଟଣ: ଲାଇଟ ପୋଲରେ ପିଟିହେଲା Spicejet, DGCAର ତଦନ୍ତ ଆରମ୍ଭ

author img

By

Published : Mar 28, 2022, 5:36 PM IST

Updated : Mar 28, 2022, 5:52 PM IST

ଦିଲ୍ଲୀ ବିମାନ ବନ୍ଦରରେ ଲାଇଟ ପୋଲରେ ପିଟି ହେଲା ବିମାନ । ଡାହାଣ ଓ୍ବିଙ୍ଗ କ୍ଷତିଗ୍ରସ୍ତ । କେହି ଯାତ୍ରୀ ଆହତ ହୋଇନଥିବା ବେଳେ ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନ ବନ୍ଦରରେ ଅଘଟଣ: ଲାଇଟ ପୋଲରେ ପିଟି ହେଲା ବିମାନ, DGCA ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଅଘଟଣ । ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଦ୍ୟୁତ ପୋଲରେ ପିଟି ହେଲା ସ୍ପାଇସଜେଟ ବିମାନ । ସ୍ପାଇସଜେଟର ବୋଇଂ-737-800 ବିମାନ ଦିଲ୍ଲୀରୁ ଜମ୍ମୁ ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏହି ଅଘଟଣ ଘଟିଛି ।

  • Spicejet 737-800 damaged after hitting a light pole during pushback at Delhi Airport, India. No injuries reported. pic.twitter.com/el8wRz3RLy

    — Breaking Aviation News & Videos (@aviationbrk) March 28, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ପାର୍କିଂ ଏରିଆରୁ ବିମାନକୁ ପୁସବ୍ୟାକ ଭେଇକିଲ ମାଧ୍ୟମରେ ଠେଲାଯିବା ବେଳେ ବିମାନର ଡାହାଣ ପାର୍ଶ୍ବ ଓ୍ବିଙ୍ଗ ଲାଇଟ ପୋଲରେ ଧକ୍କା ଖାଇଥିଲା । ତେବେ ଏଥିରେ କେବଳ ଓ୍ବିଙ୍ଗ ବ୍ୟତୀତ ବିମାନର କୌଣସି କ୍ଷତି ହୋଇଥିବା ସୂଚନା ମିଳିନାହିଁ । କେଉଁ କାରଣ ପାଇଁ ଏପରି ଘଟଣା ଘଟିଲା ତାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି DGCA । ଏପଟେ ଲାଇଟ ପୋଲଟି ବଙ୍କା ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବିମାନଟି ପୂର୍ବାହ୍ନ ୯ ଟାରେ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଉଡାଣ ଭରିବାକୁ ସମୟ ସ୍ଥିର କରାଯାଇଥିବା ବେଳେ ଅଘଟଣ ପରେ ଯାତ୍ରା ସାମାନ୍ୟ ବିଳମ୍ବ ହୋଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ବିମାନକୁ ମଧ୍ୟ ପରିବର୍ତ୍ତନ କରି ଏହି ଉଡାଣ ପାଇଁ ଅନ୍ୟ ଏକ ବିମାନକୁ ବ୍ୟବହାର କରିଥିଲା ସ୍ପାଇସଜେଟ ଏୟାର ଲାଇନ୍ସ । ଅଘଟଣାରେ କେହି କର୍ମଚାରୀ କିମ୍ବା ଯାତ୍ରୀ ଆହତ ହୋଇନାହାନ୍ତି ଓ DGCAଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଜାରି ରହିଥିବା ସ୍ପାଇସଜେଟର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2022, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.