ETV Bharat / bharat

Parliament Special Session: ଆଗୁଆ ନିର୍ବାଚନର ପୂର୍ବାଭାଷ କହିଲେ ନୀତିଶ

author img

By ETV Bharat Odisha Team

Published : Sep 2, 2023, 5:57 PM IST

ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ଆଗୁଆ ନିର୍ବାଚନର ପୂର୍ବାଭାଷ କହିଲେ ନୀତିଶ କୁମାର । ଅଧିକ ପଢନ୍ତୁ

ଆଗୁଆ ନିର୍ବାଚନର ପୂର୍ବାଭାଷ କହିଲେ ନୀତିଶ
ଆଗୁଆ ନିର୍ବାଚନର ପୂର୍ବାଭାଷ କହିଲେ ନୀତିଶ

ପାଟନା: କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ପରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଏକ ଦେଶ ଏକକ ନିର୍ବାଚନ ପ୍ରସଙ୍ଗରେ ଏକ ଅନୁଧ୍ୟାନ କମିଟି ମଧ୍ଯ ଗଠନ କରିସାରିଛନ୍ତି । ଏକକ ନିର୍ବାଚନ, ଆଗୁଆ ନର୍ବାଚନ ନା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ, ଏପରି ଏକାଧିକ ଦିଗକୁ ନେଇ ଚର୍ଚ୍ଚା ଓ ପୂର୍ବାନୁମାନ ଆରମ୍ଭ ହୋଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ପୂର୍ବପରି ଆଗୁଆ ଲୋକସଭା ନିର୍ବାଚନ ପ୍ରସଙ୍ଗ ଦୋହରାଇଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ସ୍ବତନ୍ତ୍ର ଅଧିବେଶନ ଡାକିବା ନିଷ୍ପତ୍ତି ଆଗୁଆ ଲୋକସଭା ନିର୍ବାଚନର ପୂର୍ବ ସଙ୍କେତ ବୋଲି ନୀତିଶ କହିଛନ୍ତି ।

ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ସମ୍ମିଳନୀରେ ଅଂଶଗ୍ରହଣ କରି ମୁମ୍ବାଇରୁ ଫେରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ନୀତିଶ କହିଛନ୍ତି, ‘‘ଆପଣମାନେ ବୁଝିଯିବା ଉଚିତ, ସ୍ବତନ୍ତ୍ର ଅଧିବେଶନ ହେଉଛି ଏକ ସଙ୍କେତ ଯେ ସେମାନେ (ବିଜେପି) ଆଗୁଆ ନିର୍ବାଚନ ବିଷୟରେ ଚିନ୍ତା କରୁଛନ୍ତି । ଏହି ସମ୍ଭାବନା ମୁଁ ପୂର୍ବରୁ ମଧ୍ୟ ଦେଖିସାରିଛି । ଏସମ୍ପର୍କରେ ଏକାଧିକ ଥର କହି ମଧ୍ୟ ସାରିଛି ।’’ ତେବେ ଏକକ ନିର୍ବାଚନରେ ନୀତିଶଙ୍କ ଦଳର କ‘ଣ ଆଭିମୁଖ୍ୟ ରହିବ ସମ୍ପର୍କିତ ପ୍ରଶ୍ନରେ ନୀତିଶ କୌଣସି ଉତ୍ତର ରଖିନଥିଲେ ।

ଚଳିତମାସ (ସେପ୍ଟେମ୍ବର) 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ 5ଦିନିଆ ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି କେନ୍ଦ୍ର ସରକାର । ହେଲେ ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସରକାରୀ ପକ୍ଷ କୌଣସି ସବିଶେଷ ତଥ୍ୟ ପ୍ରଦାନ ନକରିବା ପାଇଁ ବିଭିନ୍ନ ଆକଳନକୁ ଜନ୍ମ ଦେଇଛି । ଏହି ସ୍ବତନ୍ତ୍ର ଅଧିବେଶନ ସୂଚନା ଦେବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ଏବେ ଅମୃତକାଳରେ ଏହି ସ୍ବତନ୍ତ୍ର ଅଧିବେଶନରେ ଫଳପ୍ରଦ ଆଲୋଚନା ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:-One Nation One Election: ଆଉ ପାଦେ ଆଗକୁ ବଢିଲା କେନ୍ଦ୍ର, କୋବିନ୍ଦଙ୍କ ନେତୃତ୍ବରେ ଗଠନ ହେଲା କମିଟି

ଏହା ପରେ ବିଭିନ୍ନ ଦିଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଗତକାଲି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଏକକ ନିର୍ବାଚନ ପ୍ରକ୍ରିୟା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କମିଟି ସମସ୍ତ ରାଜନୈତିକ ଦଳ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବ । 18 ତାରିଖରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ବେଳକୁ ଏହି କମିଟି ତାର ପ୍ରାଥମିକ ଅନୁଧ୍ୟାନ ଶେଷ କରି ସରକାରଙ୍କୁ ରିପୋର୍ଟ ଦାଖଲ କରିସାରିଥିବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଫଳରେ ସ୍ବତନ୍ତ୍ର ଅଧିବେଶନରେ ସରକାର ଏକକ ନିର୍ବାଚନ ନିଷ୍ପତ୍ତି ସମ୍ପର୍କରେ ଆଗକୁ ବଢିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.