ETV Bharat / bharat

ପ୍ରସିଦ୍ଧ କୋଟା ବିଭୀଷଣ ମନ୍ଦିର: ହୋଲିରେ ଆୟୋଜିତ ହେବ ବିଭୀଷଣ ମେଳା, ଜମିବ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Mar 17, 2022, 10:37 PM IST

ଆସନ୍ତାକାଲି ପାଳନ ହେବ ରଙ୍ଗର ପର୍ବ ହୋଲି । ଏଥିପାଇଁ ସାରା ଦେଶରେ ଦେଖିବାକୁ ମିଳିଛି ଏହାର ମାହୋଲ । ତେବେ ରାଜସ୍ଥାନ କୋଟାରେ ଏହି ରଙ୍ଗର ପର୍ବ ହୋଲି ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ । ଅଧିକ ପଢନ୍ତୁ

କୋଟା ବିଭୀଷଣ ମନ୍ଦିରରେ ପାଳନ ହେବ, ସ୍ବତନ୍ତ୍ର ହୋଲି ଉତ୍ସବ

କୋଟା: ଆସନ୍ତାକାଲି ପାଳନ ହେବ ରଙ୍ଗର ପର୍ବ ହୋଲି । ଏଥିପାଇଁ ସାରା ଦେଶରେ ଦେଖିବାକୁ ମିଳିଛି ଏହାର ମାହୋଲ । ତେବେ ରାଜସ୍ଥାନ କୋଟାରେ ଏହି ରଙ୍ଗର ପର୍ବ ହୋଲି ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ ।

ସେହିପରି ବିଶ୍ବରେ ଥିବା କୋଟା ଏମିତି ଏକ ସ୍ଥାନ ଯେଉଁଠାରେ ଲଙ୍କାପତି ରାବଣର ଭାଇ ବିଭୀଷଣର ଏକ ବିଶାଳ ମନ୍ଦିର ରହିଛି । ତେବେ ଏହି ମନ୍ଦିର ହଜାର ବର୍ଷ ତଳର ପୁରୁଣା ହୋଇଥିବାବେଳେ ଏଠାରେ ଦର୍ଶନ ଓ ପୂଜା କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ସବୁ ସମୟରେ ମିଳିଥାଏ । ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ କୈଥୁନ ସହର ନିକଟରେ ଏହି ବିଭୀଷଣ ମନ୍ଦିର ରହିଛି ।

ସେହିଭଳି ପ୍ରତିବର୍ଷ ମାର୍ଚ୍ଚ ମାସରେ ଏଠାରେ ଏକ ବିଭୀଷଣ ସମାବେଶ ହୋଇଥାଏ । ଏହାକୁ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି । ସାଧାରଣତଃ ହୋଲି ସମୟରେ ଏଠାରେ ଏହି ସମାବେଶ ପାଳିତ ହୋଇଥାଏ । ତେବେ ଲଙ୍କାପତି ରାବଣକୁ ବଦ୍ଧ କରିବା ଲାଗି ଭଗବାନ ରାମଙ୍କୁ ବିଭୀଷଣ ସହାୟତା କରିଥିବାରୁ ଏଠାରେ ତାଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ମାତ୍ର 1980ରୁ ଏଠାରେ ମେଳାର ଆୟୋଜନ ଆରମ୍ଭ ହୋଇଥିବା ବେଳେ ଏହି ମେଳା ଏବେ ବି ଜାରି ରହିଛି ।

ଏତଦ୍‌ବ୍ୟତିତ୍‌ ପୌରାଣିକ ମାନ୍ୟତା ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ପରେ ଏଠାରେ ବିଭୀଷଣଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏଥିସହ ହୋଲିକୁ ନେଇ କୈଥୁନ ସହରର ପାଖ ସ୍ଥାନରେ ମଧ୍ୟ ବିଭୀଷଣ ମେଳା ଆୟୋଜନ ହୋଇଥାଏ । ତେବେ ହୋଲିକୁ ନେଇ ଏଠାରେ ୭ ଦିନ ଭିନ୍ନ ଭିନ୍ନ ପ୍ରକାର ମେଳା ଆୟୋଜିତ ହୋଇଥାଏ ।

ତେବେ ଏହି ମେଳା ଦେଖିବା ଲାଗି ବହୁ ସଂଖ୍ୟାରେ କୋଟା, କୈଥୁନ ଏବଂ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଆସିଥାନ୍ତି । ଏତିସହ ଏଥିରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ଲୋକେ ଭାଗ ନେଇଥାନ୍ତି ।

ବିଭୀଷଣ ମନ୍ଦିରର ମହତ୍ବ:

ଏମିତି ଦେଖିବାକୁ ଗଲେ ଏହି ବିଭୀଷଣ ମନ୍ଦିର ପ୍ରତିଷ୍ଠା ପଛରେ ଭଗବାନ ଶିବ ଓ ହନୁମାନଙ୍କ ମାହାତ୍ମ୍ୟ ଯୋଡି ହୋଇ ରହିଛି ବୋଲି ଜଣାପଡିଛି । ତେବେ ଏହି ମନ୍ଦିର କୋଟା ଠାରୁ ଠିକ୍‌ 15 କିଲୋମିଟର ଦୂରରେ ଥିବା କୈଥୁନ୍‌ ସହରରେ ଅବସ୍ଥିତ । ମନ୍ଦିରର ପୁରୋହିତ କାଲୁଦାସ କହିବା ଅନୁସାରେ, ସେ ଗତ 20 ବର୍ଷ ଧରି ମନ୍ଦିରରୁ ପୂଜା ଅର୍ଚ୍ଚନା କରୁଛନ୍ତି ।

ସେହିଭଳି ଏହା ପୂର୍ବରୁ ଅନ୍ୟ ପୂଜକ ଥିଲେ । ସେ ମନ୍ଦିରର ମାହାତ୍ମ୍ୟ ବିଷୟରେ କାଲୁଦାସଙ୍କୁ କହିଥିଲେ । ଯେତେବେଳେ ଲଙ୍କା ବିଜୟ ପରେ ପ୍ରଭୁ ରାମଙ୍କ ଅଯୋଧ୍ୟାରେ ରାଜା ଅଭିଷେକରେ ଯୋଗଦେବା ପାଇଁ ଏଥିରେ ଲଙ୍କା ରାଜା ବିଭୀଷଣ ଆସିଥିଲେ ।

ଏଥିସହ ପ୍ରଭୁ ହନୁମାନ ଏବଂ ଶଙ୍କର ମହାପ୍ରଭୁ ସମସ୍ତ ଦର୍ଶନୀୟ ସ୍ଥାନ ବୁଲିବାକୁ କଥା ହେଉଥିଲେ । ବିଭୀଷଣ ଏହି କଥା ଶୁଣିବା ପରେ ପ୍ରଭୁ ହନୁମାନ ଏବଂ ଶଙ୍କର ମହାପ୍ରଭୁଙ୍କ ସମସ୍ତ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାକୁ ଯିବା ଲାଗି ବାହାରିବା ସହ ବିଭିନ୍ନ ଠାକୁରଙ୍କ ଦର୍ଶନ କରି ପାରିବେ ବୋଲି ସେ ସେତେବେଳେ କହିଥିଲେ ।

ଭଗବାନ ଶିବ ଓ ହନୁମାନଙ୍କ ଅନୁମତି ପାଇବା ପରେ ବିଭୀଷଣ ନିଜ କାନ୍ଧରେ ଏକ ବସାଇ ନେଇଥିଲେ । ଏଥିରେ ପ୍ରଭୁ ଶଙ୍କର ଗୋଟିଏ ପଟେ ଏବଂ ହନୁମାନ ଅନ୍ୟପଟେ ବିରାଜମାନ ଥିଲେ । ଏହା ଉପରେ ଭଗବାନ ଶଙ୍କର ବିଭୀଷଣଙ୍କ ସହିତ ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଅନୁଯାୟୀ, ଯେଉଁଠାରେ ଆପଣଙ୍କର ପାଦ ଭୂମି ସ୍ପର୍ଶ କରିବ ଆମେ ସେଇଠି ଯାତ୍ରା ଶେଷ କରିବୁ ବୋଲି ମହାପ୍ରଭୁ ଶିବ କହିଥିଲେ ।

ଏହା ପରେ ବିଭୀଷଣ ଉଭୟ ଭଗବାନଙ୍କ ସହ ଭାରତ ଯାତ୍ରା କରିବାକୁ ଯାଇଥିଲେ । କିଛି ସ୍ଥାନ ପରିଦର୍ଶନ କରିବା ପରେ କୈଥୁନ ସହରରେ ବିଭୀଷଣଙ୍କ ପାଦ ପୃଥିବୀ ଉପରେ ପଡ଼ିଗଲା । ଫଳରେ ସର୍ତ୍ତ ମୁତାବକ ଏଠାରେ ହିଁ ଯାତ୍ରା ଶେଷ ହୋଇଥିଲା । ଏପରି ପରିସ୍ଥିତିରେ କୈଥୁନରେ ଆଗ ଜାଗା ପ୍ରାୟ 4 ମାଇଲ ଅର୍ଥାତ୍‌ ୧୨ କିଲୋମିଟର ଆଗରେ ଥିଲା ।

ସେହିପରି ଅନ୍ୟ ଅଂଶ କୋଟାର ରଙ୍ଗବାରି ଅଞ୍ଚଳରେ ଥିଲା । ମାତ୍ର ରଙ୍ଗବାରିରେ ପ୍ରଭୁ ହନୁମାନଙ୍କ ମନ୍ଦିର ଏବଂ ଚାରଚୋମାରେ ପ୍ରଭୁ ଶଙ୍କରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏଥିସହ ଯେଉଁଠାରେ ବିଭୀଷଣଙ୍କ ପାଦ ପଡ଼ିଥିଲା, ସେଇଠି ହିଁ ବିଭୀଷଣଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.