ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ଲୋକସଭା ସାଂସଦଙ୍କ ନିଲମ୍ବନାଦେଶ ପ୍ରତ୍ୟାହାର ହୋଇଛି । ଏହାକୁ ନେଇ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା । ଦିନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଥିଲା ।
-
#WATCH | Delhi: Congress Lok Sabha MPs Manickam Tagore, Ramya Haridas & S Jothimani walk to the house after their suspension was revoked#MonsoonSession pic.twitter.com/8r5dDtiIQl
— ANI (@ANI) August 1, 2022 " class="align-text-top noRightClick twitterSection" data="
">#WATCH | Delhi: Congress Lok Sabha MPs Manickam Tagore, Ramya Haridas & S Jothimani walk to the house after their suspension was revoked#MonsoonSession pic.twitter.com/8r5dDtiIQl
— ANI (@ANI) August 1, 2022#WATCH | Delhi: Congress Lok Sabha MPs Manickam Tagore, Ramya Haridas & S Jothimani walk to the house after their suspension was revoked#MonsoonSession pic.twitter.com/8r5dDtiIQl
— ANI (@ANI) August 1, 2022
ତେବେ ୨ଟା ବେଳେ ଗୃହକାର୍ଯ୍ୟ ପୁନଃ ଆରମ୍ଭ ହୋଇଥିଲା । ଏହାପରେ ସାଂସଦଙ୍କ ଉପରୁ ନିଲମ୍ବିତ ଆଦେଶ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି । ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବାପରେ ଗୃହରେ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
ବିରୋଧୀ ଦଳର 4 ଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳର ସାଂସଦ ମଧ୍ୟ ନାରାବାଜୀ କରିବା ସହ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ସ୍ବାଭାବିକ ଭାବରେ ଚାଲି ପାରିନଥିଲା । ହଙ୍ଗାମା ପରେ ଲୋକସଭାକୁ ସ୍ଥଗିତ ରଖିଥିଲେ ବାଚସ୍ପତି ଓମ୍ ବିର୍ଲା । ନିଲମ୍ବନ ପ୍ରତ୍ୟାହାର ପରେ କଂଗ୍ରେସ ସାଂସଦ ମାନିକମ୍ ଟାଗୋର, ରମ୍ୟା ହରିଦାସ, ଏସ୍ ଜ୍ୟୋତିମଣି ପ୍ରମୁଖ ଗୃହରେ ଆଲୋଚନାରେ ସାମିଲ ହୋଇଛନ୍ତି ।
ଏହାପରେ ଗୃହ ସ୍ବାଭାବିକ ହେବାପରେ ସମସ୍ତ ସଦସ୍ୟଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତି ଓମ୍ ବିର୍ଲା । ଗୃହ ମଧ୍ୟରେ ପ୍ଲାକାର୍ଡ ଆଣିବାକୁ ବାରଣ କରିଛନ୍ତି । ଏଭଳି କଲେ ଉଭୟ ବିରୋଧୀ ଓ ସରକାରଙ୍କ କଥା ଶୁଣିବେ ନାହିଁ ବୋଲି କହିଛନ୍ତି ଓମ୍ ବିର୍ଲା । ତାସହିତ ଗୃହରେ ଏଭଳି ଭାବରେ ହଟ୍ଟଗୋଳ ସୃଷ୍ଟି କରୁଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।