ETV Bharat / bharat

ଜେଲରେ ଗ୍ଯାଙ୍ଗଷ୍ଟାର ଅନସାରୀକୁ ସ୍ବତନ୍ତ୍ର ସୁବିଧା ! ପଞ୍ଜାବ ପୂର୍ବ ସରକାରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ - ଜେଲରେ ଗ୍ଯାଙ୍ଗଷ୍ଟାର ଅନସାରୀକୁ ସ୍ବତନ୍ତ୍ର ସୁବିଧା

ପଞ୍ଜାବ ଜେଲରେ ଥିବା ବେଳେ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀକୁ ମିଳୁଥିଲା ସ୍ବତନ୍ତ୍ର ସୁବିଧା । ଉତ୍ତର ପ୍ରଦେଶ ସରକାର ଅନୁରୋଧ ସତ୍ତ୍ବେ ମଧ୍ୟ ହସ୍ତାନ୍ତର କରିବାକୁ ଚାହିଁ ନଥିଲେ ତତ୍କାଳୀନ ସରକାର । ଆଇନଗତ ଲଢେଇ ବାବଦରେ ଖର୍ଚ୍ଚ ହୋଇଛି 55 ଲକ୍ଷ ଟଙ୍କା (special treatment to gangster Ansari in Punjab)। ପୂର୍ବ ସରକାର ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ମାନ ସରକାର । ଅଧିକ ପଢନ୍ତୁ

ପଞ୍ଜାବ ଜେଲରେ ଥିବା ବେଳେ ଗ୍ୟାଙ୍ଗଷ୍ଟାର ଅନସାରୀକୁ ମିଳୁଥିଲା ସ୍ବତନ୍ତ୍ର ସୁବିଧା ! ଖର୍ଚ୍ଚ ହୋଇଥିଲା 55 ଲକ୍ଷ

author img

By

Published : Nov 2, 2022, 7:16 PM IST

ଚଣ୍ଡିଗଡ: ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର ହେବା ପୂର୍ବରୁ ପଞ୍ଜାବ ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀକୁ ମୁଳୁଥିଲା ସ୍ବତନ୍ତ୍ର ସୁବିଧା । ଜେଲରେ ସାଧାରଣ ସେଲ ପରିବର୍ତ୍ତେ ଅନସାରୀ ପାଇଁ ରହିଥିଲା ସ୍ବତନ୍ତ୍ର ବାରକ । ଯେତେବେଳେ ଚାହିଁଲେ ପତ୍ନୀ ଜେଲ ସେଲରେ ଅବାଧରେ ପ୍ରବେଶ କରି ସ୍ବାମୀକୁ ଭେଟି ପାରୁଥିଲା । କେବଳ ଏତିକି ନୁହେଁ ଉତ୍ତର ପ୍ରଦେଶ ସରକାରଙ୍କ ହସ୍ତାନ୍ତର ଅନୁରୋଧକୁ ଏଡାଇବା ପାଇଁ ତତ୍କାଳୀନ ସରକାର ଆଇନଗତ ଲଢେଇ ମଧ୍ୟ ଲଢିଥିଲେ । ହସ୍ତାନ୍ତର ରୋକିବା ପାଇଁ ଓକିଲ ଖର୍ଚ୍ଚ ବାବଦକୁ 55 ଲକ୍ଷ ଟଙ୍କା (special treatment to gangster Ansari in Punjab) ଖର୍ଚ୍ଚ ମଧ୍ୟ କରିଥିଲେ ପଞ୍ଜାବର ପୂର୍ବ ସରକାର । ପଞ୍ଜାବର ପୂର୍ବତନ ସରକାର ଏପରି ସନ୍ଦେହଜନକ ଭୂମିକାକୁ ନେଇ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ପଞ୍ଜାବର ମାନ ସରକାର ।

ଗ୍ୟାଙ୍ଗଷ୍ଚାର ଅନସାରୀ ପଞ୍ଜାବରୁ ଉତ୍ତର ପ୍ରଦେଶ ସ୍ଥାନାନ୍ତରଣ ହେଉଥିବା ସମୟର ଫଟୋ

ପଞ୍ଜାବ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଗୃହ ସଚିବ ଘଟଣାର ତଦନ୍ତ ପାଇଁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ବିଭାଗ ତଦନ୍ତ କରିବା ସହ 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ମିଳିଛି । ତେବେ ତତ୍କାଳୀନ ସରକାରରେ କେଉଁ ମନ୍ତ୍ରୀ ବା ନେତା ଅନସାରୀଙ୍କୁ ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର କରିବା ପରିବର୍ତ୍ତେ ପଞ୍ଜାବରେ ରଖିବା ପାଇଁ ଆଇନଗତ ଲଢେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ ସେ ନେଇ ଖୋଳତାଡ କରିବ ପୋଲିସ । ତେବେ ପୋଲିସ ଡିଜିଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଏହି ତଦନ୍ତ ଶେଷ ହୋଇ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୋହାଲିର ଜଣେ ବିଲ୍ଡରଙ୍କ ଠାରୁ 10 କୋଟି ଟଙ୍କା ମାଗିବା ଓ ନଦେଲେ ହତ୍ୟା ଧମକ ଦେବା ଘଟଣାରେ ଗିରଫ ହୋଇ 2 ବର୍ଷରୁ ଅଧିକ ସମୟ ଧରି ପଞ୍ଜାବର ରୋପର ଜେଲରେ ଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଚାର ମୁଖତାର ଅନସାରୀ । ତେବେ ଉତ୍ତର ପ୍ରଦେଶରେ ମଧ୍ୟ ଏକାଧିକ ସଙ୍ଗୀନ ଅପରାଧ ମାମଲାରେ ସମ୍ପୃକ୍ତ ଥିବା ଅନସାରୀକୁ ହସ୍ତାନ୍ତର କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ପଞ୍ଜାବ ପୋଲିସ ନିକଟରେ ବାରମ୍ବାର ଦାବି କରି ଆସୁଥଲା । ଅନସାରୀକୁ ଉତ୍ତର ପ୍ରଦେଶ ହସ୍ତାନ୍ତର ନକରିବା ପାଇଁ ତତ୍କାଳୀନ ପଞ୍ଜାବ ସରକାର ଆଇନଗତ ପ୍ରକ୍ରିୟା ମଧ୍ଯ ଆରମ୍ଭ କରିଥିଲେ । ଏଥିରେ ପ୍ରାୟ 55 ଲକ୍ଷ ଟଙ୍ଗା ମଧ୍ୟ ଓକିଲ ବାବାଦକୁ ଖର୍ଚ୍ଚ କରିଥିଲେ । ତେବେ ଶେଷରେ ସର୍ବୋଚ୍ଚ କୋର୍ଟଙ୍କ ହସ୍ତକ୍ଷେପ ପରେ ଅନସାରୀକୁ ଉତ୍ତର ପ୍ରଦେଶ ଜେଲକୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲା ପଞ୍ଜାବ ପୋଲିସ ।

ଅନସାରୀ ପଞ୍ଜାବ ଜେଲରେ ଥିବା ବେଳେ ତାକୁ ସହଯୋଗ କରାଯାଇଥିବା ନେଇ ଆପ ସରକାରରେ ଜେଲ ମନ୍ତ୍ରୀ ହରଜୋତ ବିନ୍ସ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ପୂର୍ବ ସରକାରରେ ଗ୍ଯାଙ୍ଗଷ୍ଟାରକୁ ଜେଲ ଭିତରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିଲା । ଏପରିକି ସ୍ବତନ୍ତ୍ର ସେଲରେ ରଖା ଯାଇଥିଲା । ଜେଲରେ ଅନସାରୀ ଏକାକୀ 25 ଜଣ କଏଦୀ ପାଇଁ ଉଦ୍ଦିଷ୍ଟ ସେଲ ଓ ଅନ୍ୟ କିଛି ସୁବିଧା ଉପଭୋଗ କରୁଥିଲା । ସେହିପରି ତାର ପତ୍ନୀଙ୍କୁ ମଧ୍ୟ ଅବାଧରେ ଦେଖା କରିବା ପାଇଁ ଛଡା ଯାଉଥିବା ନେଇ ସେ ଅଭିଯୋଗ କରିବା ସହ ତତ୍କାଳୀନ ସରକାରକୁ ଘେରିଥିଲେ । ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.