ସିଲଙ୍ଗ: ଭାରତୀୟ ବାୟୁସେନା (IAF)ର ପୂର୍ବାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଏୟାର ମାର୍ଶଲ ଏସ.ପି ଧଡ଼କର । ତାଙ୍କୁ ଏୟାର ଅଫିସର କମାଣ୍ଡିଂ-ଇନ-ଚିଫ୍ ଦାୟିତ୍ବ ମିଳିଛି । ପ୍ରତିରକ୍ଷା ସ୍ପେସ୍ ଏଜେନ୍ସିର (Defence Space Agency) ପୂର୍ବତନ ଡିରେକ୍ଟର ଜେନେରାଲ ଧଡ଼କର ଏୟାର ମାର୍ଶଲ ଡି.କେ ପଟ୍ଟନାୟକଙ୍କ ଅବସର ପରେ ଏହି ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି ।
ଏହି ନୂଆ ନିଯୁକ୍ତି ପାଇବା ପୂର୍ବରୁ ସେ ଗୁଜୁରାଟ ଗାନ୍ଧୀନଗରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଏୟାର କମାଣ୍ଡର (South Western Air Command) ବରିଷ୍ଠ ଏୟାର ଷ୍ଟାଫ ଅଫିସର (Senior Air Staff Officer) ଥିଲେ । ଧଡ଼କର ପ୍ରାୟ ୩୬୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା (Flying Experience) ରହିଥିବା ବେଳେ ସେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜର ପୂର୍ବତନ ଛାତ୍ର ଥିଲେ ।
ଏହା ବି ପଢନ୍ତୁ- Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା
ମହାରାଷ୍ଟ୍ର ପୁଣେର ଏହାସହିତ ସେ ନେସନାଲ ଡିଫେନ୍ସ ଏକାଡେମି, ୱେଲିଙ୍ଗଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ, ଆମେରିକାର ଏୟାର ୱାର କଲେଜରେ ଅଧ୍ୟୟନ କରିଥିବା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି । ୧୯୮୫ ଜୁନରେ ଧଡ଼କରଙ୍କୁ ବାୟୁସେନାରେ ପ୍ରଥମେ ନିଯୁକ୍ତି ମିଳିଥିଲା ।