ETV Bharat / bharat

ନୀତିଶଙ୍କ NDAରୁ ଓହରିବା ନିଷ୍ପତ୍ତିକୁ ଅଖିଳେଶଙ୍କ ସମର୍ଥନ, କହିଲେ ବିହାରରୁ ଏକ ଭଲ ଆରମ୍ଭ

author img

By

Published : Aug 9, 2022, 9:38 PM IST

NDAକୁ ବାଏ ବାଏ କଲେ RJD ମୁଖ୍ୟ ନୀତିଶ କୁମାର । ସପା ମୁଖ୍ୟ ଅଖିଳେଶ କହିଲେ ଭଲ ନିଷ୍ପତ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିବ ପ୍ରଭାବ । ବିହାରରୁ ଆରମ୍ଭ ହୋଇଛି ବିଜେପି ଭଗାଓ ନାରା । ଅଧିକ ପଢନ୍ତୁ

ନୀତିଶଙ୍କ NDAରୁ ଓହରିବା ନିଷ୍ପତ୍ତିକୁ ଅଖିଳେଶଙ୍କ ସମର୍ଥନ, କହିଲେ ବିହାରରୁ ଏକ ଭଲ ଆରମ୍ଭ
ନୀତିଶଙ୍କ NDAରୁ ଓହରିବା ନିଷ୍ପତ୍ତିକୁ ଅଖିଳେଶଙ୍କ ସମର୍ଥନ, କହିଲେ ବିହାରରୁ ଏକ ଭଲ ଆରମ୍ଭ

ଲକ୍ଷ୍ନୌ: JDU ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ନେତୃତ୍ବାଧୀନ NDA ମେଣ୍ଟ ସହ ସମ୍ପର୍କ ଛିନ୍ନ କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନୀତିଶଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ନୀତିଶଙ୍କ ଏପରି ନିଷ୍ପତ୍ତିକୁ ଏକ ଭଲ ଆରମ୍ଭ ବୋଲି ମଧ୍ୟ କହିଛନ୍ତି ।

ବିହାର ରାଜନୈତିକ ସ୍ଥିତି ଓ ନୀତିଶଙ୍କ ନିଷ୍ପତ୍ତି ସମ୍ପର୍କିତ ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ଅଖିଳେଶ କହିଛନ୍ତି,‘‘ଆଜିର ଦିନରେ ଦେଶରେ ଇଂରେଜ ଶାସନ ବିରୋଧରେ ଦେଶ ଛାଡିବା ପାଇଁ ଆନ୍ଦୋଳନ କରାଯାଇଥିଲା । ତତ୍କାଳୀନ ସମୟରେ ‘ଇଂରେଜ ଭାରତ ଛୋଡ’ ନାରା ଦିଆଯାଇଥିଲା ବେଳେ ଆଜି ବିହାରରୁ ଆରମ୍ଭ ହୋଇଛି ‘ବିଜେପି ଭଗୋଓ’ ନାରା । ଏହା କେବଳ ଆରମ୍ଭ ମାତ୍ର, ଅନ୍ୟ ରାଜ୍ୟରେ କ୍ଷେତ୍ରୀୟ ପାର୍ଟି ଓ ସାଧାରଣ ଜନତା ମଧ୍ୟ ବିଜେପି ବିରୋଧରେ ଏପରି ଆଭିମୁଖ୍ୟକୁ ସମର୍ଥନ କରିବା ସହ ଗ୍ରହଣ କରିବେ ।’’

ଏହା ମଧ୍ୟ ପଢନ୍ତୁ:-ମହାମେଣ୍ଟର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର

ଆଜି (ମଙ୍ଗଳବାର) ନୀତିଶ କୁମାର ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଓହରିଯିବା ସହ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ବିଜେପିକୁ ବାଦ ଦେଇ ସେ ଆରଜେଡି ଓ ଅନ୍ୟ ସହଯୋଗୀ ଦଳଙ୍କୁ ନେଇ ଗଠିତ ମହାମଞ୍ଚ ସମର୍ଥନରେ ସରକାର ଗଠନ କରିବାକୁ ଯାଉଛନ୍ତି । ନୀତିଶ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ସହ ମେଣ୍ଟର ସବୁଠାରୁ ବଡ ଦଳ ରାଷ୍ଟ୍ରୀୟ ଜନତା ଦଳ(RJD)ର ନେତା ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ନେଇ ଏପ୍ରକାର ଚିତ୍ର ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ମହାମେଣ୍ଟର 164 ବିଧାୟକଙ୍କ ସମର୍ଥନପତ୍ର ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରି ସାରିଛନ୍ତି ନୀତିଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.