ETV Bharat / bharat

କାଳ ହେଲା ପାରାଗ୍ଲାଇଡିଂର ମଜା, ୫୦ ଫୁଟ ଉଚ୍ଚରୁ ଖସି ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

author img

By

Published : Dec 26, 2022, 11:06 AM IST

ପାରାଗ୍ଲାଇଡିଂ ବେଳେ ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡି ସାଉଥ କୋରିଆରୁ ଗୁଜୁରାଟ ଆସିଥିବା ପର୍ଯ୍ୟଟକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

South Korean man died in a paragliding accident

ଗାନ୍ଧୀନଗର: କାଳ ହେଲା ପାରାଗ୍ଲାଇଡିଂର ମଜା ନେବା । ପାରାଗ୍ଲାଇଡିଂ କରୁଥିବା ବେଳେ ଘଟିଲା ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡି ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ(South Korean man falls to death while paragliding) । ଏଭଳି ଘଟଣା ଘଟିଛି ଗୁଜୁରାଟର ନେହେଶାନ ଜିଲ୍ଲା କାଡି ନିକଟରେ । ମୃତକ ଜଣଙ୍କ ହେଉଛନ୍ତି ସାଉଥ କୋରିଆର ସାଇନ ବାଇଓ୍ବାନ ମୁନ । ପାରାଗ୍ଲାଇଡରଟି ୫୦ ଫୁଟ ଉଚ୍ଚତାରେ ଥିବା ବେଳେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଏହାପରେ ମୃତକଙ୍କ ସାଙ୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ କାଡି ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ମୃତକ ବ୍ୟକ୍ତି ଜଣଙ୍କ ଭଦୋଦରାକୁ ଆସିଥିଲେ। ସେ ଏବଂ ତାଙ୍କର ଜଣେ କୋରିଆ ବନ୍ଧୁ ନିଜ ପରିଚିତଙ୍କୁ ଭେଟିବାକୁ ଆସିଥିବା ବେଳେ ଶନିବାର ସନ୍ଧ୍ୟାରେ କାଡି ସହର ନିକଟ ଭାସାଟପୁର ଗ୍ରାମରେ ପାରାଗ୍ଲାଇଡିଂ କରୁଥିଲେ । ହଠାତ୍‌ କୌଣସି କାରଣରୁ ପାରାଗ୍ଲାଇଡରଟି ୫୦ ଫୁଟ ଉଚ୍ଚରୁ ତଳକୁ ଖସିପଡିଥିଲା । ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଭଦୋଦରାରେ ଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଓ କୋରିଆ ଦୂତାବାସରେ ତାଙ୍କ ପରିବାରକୁ ଏନେଇ ସୂଚନା ଦେବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଜନ୍ମଦିନ ପାଳନ ବେଳେ ହୋଟେଲ ଛାତରୁ ଖସିପଡିଲେ ଯୁବକ

ହିମାଚଳରେ ଗତକାଲି ଯାଇଛି ଜଣଙ୍କ ଜୀବନ

ସୂଚନା ଥାଉକି, ଗତକାଲି ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲାରେ ଏପରି ଏକ ଅଘଟଣ ଘଟିଥିଲା । ପାରାଗ୍ଲାଇଡିଂ ବହୁ ଉଚ୍ଚରୁ ତଳେ ପଡିବା ପରେ ୩୦ ବର୍ଷର ଯୁବ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଇଲଟ ଜଣକ ଗୁରୁତର ଆହତ ହୋଇଥିଲେ । ଖ୍ରୀଷ୍ଟମାସ ଅବସରରେ ଛୁଟି କାଟିବାକୁ ଯାଇଥିବା ଏହି ପର୍ଯ୍ୟଟକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା । କୁଲ୍ଲୁ ଜିଲ୍ଲାର ଦୋଭି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା ।

ମୃତ ଯୁବ ପର୍ଯ୍ୟଟକଙ୍କ ନାମ ସୁରଜ ଶାହ । ସେ ମହାରାଷ୍ଟ୍ର ସତରା ଜିଲ୍ଲାର ବାସିନ୍ଦା । ପାରାଗ୍ଲାଇଡିଂ ବେଳେ ଯେତେବେଳେ ପାରାଗ୍ଲାଇଡର୍ ଆକାଶରେ ଥିଲା ସେତେବେଳେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ସେ ତଳେ ଖସିପଡ଼ିଥିଲେ । ଏହାପରେ ସଙ୍ଗେସଙ୍ଗେ ପର୍ଯ୍ୟଟକ ସୁରଜ ଓ ପାଇଲଟଙ୍କୁ କୁଲ୍ଲୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସୁରଜଙ୍କୁ ମୃତ ଘୋଷଣା କରିଥିବା ବେଳେ ପାଇଲଟଙ୍କ ଚିକିତ୍ସା କରାଯାଉଛି ।

ଏ ନେଇ ସ୍ଥାନୀୟ ପୋଲିସ ଅଫିସର ଗୁରୁଦେବ କହିଥିଲେ ଯେ, "ଏହି ଦୁର୍ଘଟଣାରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏଠାରେ ପର୍ଯ୍ୟଟକଙ୍କ ବ୍ୟବଚ୍ଛେଦ କରାଯିବ । ତାଙ୍କ ସମ୍ପର୍କୀୟଙ୍କୁ ଏନେଇ ସୂଚନା ଦିଆଯାଇଛି । ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି । ଏଥିରେ ଯାହାର ତ୍ରୁଟି ସମ୍ପର୍କରେ ଜଣାପଡ଼ିବ ତା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ଏହି ଘଟଣାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । IPC ଧାରା ସେକ୍ସନ ୩୩୬ ଓ ୩୦୪ଏ ଆଧାରରେ ଆହତ ପାଇଲଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.