ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ରେକର୍ଡ କରିବାରେ ଲାଗିଥିବା ଏସ.ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ବହୁଭାଷୀ ଦକ୍ଷିଣ ଭାରତୀୟ ଚଳଚିତ୍ର ‘RRR’ର ବହୁଚର୍ଚ୍ଚିତ ନାଟୁ ନାଟୁ ଗୀତ ଚର୍ଚ୍ଚାର କେନ୍ଦ୍ରରୁ ହଟୁନି । ନୂଆଦିଲ୍ଲୀରେ ଅବସ୍ଥାପିତ ଦକ୍ଷିଣ କୋରିଆର ଦୂତାବାସ ଅଧିକାରୀ ଏହି ଚଳିଚିତ୍ରର ବହୁଚର୍ଚ୍ଚିତ "Natu Natu" ଗୀତରେ ନୃତ୍ୟ ପରିବେଷଣ କରି ଏକ ଭିଡିଓ ଟ୍ବିଟ କରିଛନ୍ତି । ଦୂତାବାସ ଅଧିକାରୀଙ୍କ ସହ ନିଜେ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ଚାଙ୍ଗ-ଜାଏ-ବୁକ (Chang Jae-bok ) ମଧ୍ୟ ନୃତ୍ୟ କରିଥିବାର ଦେଖିବାକୁ ମିଳୁଛି ।
-
𝐍𝐚𝐚𝐭𝐮 𝐍𝐚𝐚𝐭𝐮 𝐑𝐑𝐑 𝐃𝐚𝐧𝐜𝐞 𝐂𝐨𝐯𝐞𝐫 - 𝐊𝐨𝐫𝐞𝐚𝐧 𝐄𝐦𝐛𝐚𝐬𝐬𝐲 𝐢𝐧 𝐈𝐧𝐝𝐢𝐚
— Korea Embassy India (@RokEmbIndia) February 25, 2023 " class="align-text-top noRightClick twitterSection" data="
Do you know Naatu?
We are happy to share with you the Korean Embassy's Naatu Naatu dance cover. See the Korean Ambassador Chang Jae-bok along with the embassy staff Naatu Naatu!! pic.twitter.com/r2GQgN9fwC
">𝐍𝐚𝐚𝐭𝐮 𝐍𝐚𝐚𝐭𝐮 𝐑𝐑𝐑 𝐃𝐚𝐧𝐜𝐞 𝐂𝐨𝐯𝐞𝐫 - 𝐊𝐨𝐫𝐞𝐚𝐧 𝐄𝐦𝐛𝐚𝐬𝐬𝐲 𝐢𝐧 𝐈𝐧𝐝𝐢𝐚
— Korea Embassy India (@RokEmbIndia) February 25, 2023
Do you know Naatu?
We are happy to share with you the Korean Embassy's Naatu Naatu dance cover. See the Korean Ambassador Chang Jae-bok along with the embassy staff Naatu Naatu!! pic.twitter.com/r2GQgN9fwC𝐍𝐚𝐚𝐭𝐮 𝐍𝐚𝐚𝐭𝐮 𝐑𝐑𝐑 𝐃𝐚𝐧𝐜𝐞 𝐂𝐨𝐯𝐞𝐫 - 𝐊𝐨𝐫𝐞𝐚𝐧 𝐄𝐦𝐛𝐚𝐬𝐬𝐲 𝐢𝐧 𝐈𝐧𝐝𝐢𝐚
— Korea Embassy India (@RokEmbIndia) February 25, 2023
Do you know Naatu?
We are happy to share with you the Korean Embassy's Naatu Naatu dance cover. See the Korean Ambassador Chang Jae-bok along with the embassy staff Naatu Naatu!! pic.twitter.com/r2GQgN9fwC
-
Lively and adorable team effort. 👍 https://t.co/K2YqN2obJ2
— Narendra Modi (@narendramodi) February 26, 2023 " class="align-text-top noRightClick twitterSection" data="
">Lively and adorable team effort. 👍 https://t.co/K2YqN2obJ2
— Narendra Modi (@narendramodi) February 26, 2023Lively and adorable team effort. 👍 https://t.co/K2YqN2obJ2
— Narendra Modi (@narendramodi) February 26, 2023
ଦୂତାବାସ ପକ୍ଷରୁ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କାରଯାଇଥିବା ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିବା ସହ ରିଟ୍ବିଟ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କ୍ୟାପସନରେ ଲେଖିଛନ୍ତି ‘ଏହା ଏକ ଜୀବନ୍ତ ଏବଂ ସୁନ୍ଦର ଟିମ ଓ୍ବାର୍କ”। ଦୂତାବାସ ସେୟାର କରିଥିବା ଭିଡିଓ କ୍ଲିପର ଅବଧି ରହିଛି 53 ସେକେଣ୍ଡ୍ । ଏହି କ୍ଲିପରେ ରାଷ୍ଟ୍ରଦୂତଙ୍କ ସମେତ କୋରିଆ ଦୂତାବାସରେ କାର୍ଯ୍ୟରତ ସମସ୍ତ ମହିଳା ଓ ପୁରୁଷ ଅଧିକାରୀମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ମୂଳ ଗୀତରେ ଅଭିନେତା ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଅଦ୍ଭୁତ ନୃତ୍ୟଶୈଳୀକୁ ସେମାନେ ଅନୁସରଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-HCA Film Awards 2023: ବିଶ୍ବ ଦରବାରରେ ଚମକୁଛି RRR, ପୁଣି ମିଳିଲା ଏଚସିଏ ଆୱାର୍ଡ
ପୂର୍ବରୁ ଏହି ଫିଲ୍ମ ‘RRR’ ଶ୍ରେଷ୍ଠ ଚଳଚ୍ଚିତ୍ର ସହ ନାଟୁ ନାଟୁ ପାଇଁ ଏଚିସିଏ ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇସାରିଛି । ଅନ୍ତର୍ଜାତୀୟ ସିନେମା କ୍ଷେତ୍ରରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ଓସ୍କାର ଦୌଡରେ ମଧ୍ୟ ସାମିଲ ହୋଇଛି । ପୂର୍ବରୁ ଏହି ଚଳଚିତ୍ର ‘ଗୋଲ୍ଡେନ ଗ୍ଲୋବ’ ଆଓ୍ବାର୍ଡ ସହ ‘କ୍ରିଟିସ ଚଏସ ଆଓ୍ବାର୍ଡ’ ଭଳି ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାତେଇଛି । 24 ତାରିଖରେ (ଶୁକ୍ରବାର) ଯୁକ୍ତରାଷ୍ଟ୍ର ଆମେରିକାର ଲସ ଆଞ୍ଜେଲସରେ ଆୟୋଜିତ ହୋଇଥିବା ୬ଷ୍ଠ ଏଚସିଏ ଆଓ୍ବାର୍ଡରେ ଏହି ଫିଲ୍ମ ପୁରସ୍କୃତ ହୋଇଥିଲା । ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର, ଶ୍ରେଷ୍ଠ ଷ୍ଟଣ୍ଟ, ଶ୍ରେଷ୍ଠ ଆକ୍ସନ ଫିଲ୍ମ ସହ ନାଟୁନାଟୁ ଗୀତକୁ ଏଚସିଏ ୨୦୨୩ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Golden Globes ଆୱାର୍ଡ ହାତେଇଲା RRRର ନାଟୁ ନାଟୁ ଗୀତ
ଏହି ଚର୍ଚ୍ଚିତ ଗୀତର କିଛି ଦୃଶ୍ୟ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ସୁଟ ହୋଇଥିବା ବେଳେ ସିନେମାର କିଛି ଅଂଶର ସୁଟିଂ ଓ ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ରାମୋଜୀ ଫିଲ୍ମ ସିଟିରେ ହୋଇଥିଲା । ଫିଲ୍ମର ଐତିହାସିକ ବ୍ୟବସାୟିକ ସଫଳତା ଓ ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ରେକର୍ଡ ପରେ ରାମୋଜୀ ଗ୍ରୁପ ମୁଖ୍ୟ ସି.ରାମୋଜୀ ରାଓ ନିର୍ଦ୍ଦେଶକ ରାଜାମୌଲି ଓ ତାଙ୍କ ପୁରା ଟିମ୍କୁ ଶୁଭେଚ୍ଛା ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ