ETV Bharat / bharat

କୁନି ଝିଅ ଚନ୍ଦ୍ରମୁଖୀକୁ ସାହା ହେଲେ ସୋନୁ

ସୋନୁଙ୍କ ଉଦାରତା ପାଇଁ ବିହାରର ଚନ୍ଦ୍ରମୁଖୀ କୁମାରୀ ମୁହଁରେ ହସ ଫୁଟିଛି । ଦିନେ ୪ ହାତ ଆଉ ୪ ଗୋଡ଼ ଧରି କଷ୍ଟ ପାଉଥିଲା ଚନ୍ଦ୍ରମୁଖୀ । ଏବେ ସୋନୁ ସୁଦ୍‌ଙ୍କ ସାହାଯ୍ୟ ମିଳିଲା ପରେ ଅପରେସନ୍‌ ହେଲା । ସହାୟତା ପାଇଁ ପରିବାରଠୁ ପ୍ରିୟଜନ ସମସ୍ତେ ସୋନୁଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଅଧିକ ପଢନ୍ତୁ

କୁନି ଝିଅ ଚନ୍ଦ୍ରମୁଖୀକୁ ସାହା ହେଲେ ସୋନୁ
କୁନି ଝିଅ ଚନ୍ଦ୍ରମୁଖୀକୁ ସାହା ହେଲେ ସୋନୁ
author img

By

Published : Jun 12, 2022, 10:28 AM IST

ପାଟନା: ସେ ଡାକ୍ତର ନୁହନ୍ତି କି ଭଗବାନ ବି ନୁହନ୍ତି । ହେଲେ ଲୋକଙ୍କ ସମସ୍ୟା ଓ କଷ୍ଟ ଦୂର କରିବାରେ ସେ ସବୁବେଳେ ଆଗରେ ଥାଆନ୍ତି । ସମସ୍ୟାରେ ଥିବା ଜଣଙ୍କୁ ସାହାଯ୍ୟ କରି ଗୋଟିଏ ଝିଅକୁ ନୂଆ ଜୀବନ ଦେଇଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ । ସୋନୁଙ୍କ ଉଦାରତା ପାଇଁ ବିବହାରର ଚନ୍ଦ୍ରମୁଖୀ କୁମାରୀ ମୁହଁରେ ହସ ଫୁଟିଛି । ଦିନେ ୪ ହାତ ଆଉ ୪ ଗୋଡ଼ ଧରି କଷ୍ଟ ପାଉଥିଲା ଚନ୍ଦ୍ରମୁଖୀ । ଏବେ ସୋନୁ ସୁଦ୍‌ଙ୍କ ସାହାଯ୍ୟ ମିଳିଲା ପରେ ଅପରେସନ୍‌ ହେଲା । ସହାୟତା ପାଇଁ ପରିବାରଠୁ ପ୍ରିୟଜନ ସମସ୍ତେ ସୋନୁଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

ବିହାରର ନାବାଦରେ ଚାରି ହାତ ଏବଂ ଚାରି ଗୋଡ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି ସୋନୁ । ଚନ୍ଦମୁଖୀକୁ ପୋଲିମିଲିଆ ହୋଇଥିଲା । ଏହା ସୁରଟର ପ୍ରଥମ ଘଟଣା ଯାହା ସଫଳ ଅସ୍ତ୍ରୋପ୍ରଚାର ହୋଇଛି । ପୋଲିମିଲିଆ କହିଲେ ପିଲା ଦେହରେ ଜନ୍ମରୁ ଆବଶ୍ୟକରୁ ଅଧିକ ଅଙ୍ଗ ରହିବା । ଫଳରେ ସେମାନଙ୍କ ଜୀବନ ସ୍ବାଭାବିକ ହୋଇନଥାଏ । ହେଲେ ଚନ୍ଦ୍ରମୁଖୀର ସମସ୍ୟା ଦୂର ହୋଇଛି ସୋନୁ ସୁଦଙ୍କ ସହାୟତା ପାଇଁ ସେ ପୁଣି ନୂଆ ଜୀବନ ପାଇଛି ।

ଇଣ୍ଟରନେଟରେ କୁନି ଝିଅଟିର ଭିଡିଓ ଦେଖି ସୋନୁ ତାଙ୍କ ଘରେ ଯାଇ ପହଞ୍ଚିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସୁରଟର ଏକ ଡାକ୍ତରଖାନାରେ ସଫଳତାର ସହ ଚନ୍ଦ୍ରମୁଖୀର ଅସ୍ତ୍ରୋପ୍ରଚାର କରାଯାଇଥିଲା । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନୁ ଚନ୍ଦ୍ରମୁଖୀର ଅସ୍ତ୍ରୋପ୍ରଚାର ପୂର୍ବ ଓ ପରର ଫଟୋ ସେୟାର କରି, 'ମେରା ଔର ଚନ୍ଦ୍ରମୁଖୀ କା ସଫର କାମିୟାବ ରାହା' ବୋଲି ଲେଖିଛନ୍ତି । ଏହି ପୋଷ୍ଟ ପରେ ସୋନୁଙ୍କ ବଲିଉଡ କଳାକାରଙ୍କଠୁ ଅନେକ ଲୋକଙ୍କଠୁ ପ୍ରଶଂସାର ସୁଅ ଛୁଟିଛି । ଖାଲି ଚନ୍ଦ୍ରମୁଖୀ ନୁହେଁ ପୂର୍ବରୁ ଅନେକ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ସୋନୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.