ହାଇଦ୍ରାବାଦ: "ପିତା ସ୍ବର୍ଗ, ପିତା ଧର୍ମ, ପିତା ହିଁ ପରମ ତପ" । ବାପା ହିଁ ପରିଚୟ । ପିତାଙ୍କ ବଳିଦାନ ଆଗରେ ସବୁକିଛି ତୁଚ୍ଛ । ବାପାଙ୍କ ସ୍ମୃତିରେ ସନ୍ତାନ ତାଙ୍କ ପ୍ରତିମୂର୍ତ୍ତି ତିଆରି କରିବା ଆପଣ ଦେଖିଥିବେ । ମାତ୍ର ବାପାଙ୍କ ନାଁରେ ମନ୍ଦିର ତିଆରି କରି ପୂଜା କରୁଥିବା କେବେ ଶୁଣିଛନ୍ତି କି ? ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ପୁଅମାନେ ବାପାଙ୍କ ଅନୁପସ୍ଥିତିକୁ ଦୂର କରିବା ପାଇଁ ଏକ ମନ୍ଦିର ନିର୍ମାଣ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ, ସୂର୍ଯ୍ୟୋଦୟ ପୂର୍ବରୁ ଆଖିବୁଜିଲେ ୨ ବରିଷ୍ଠ ନାଗରିକ
ନିଜାମାବାଦ ଜିଲ୍ଲାର ମଲକାପୁର ତାଣ୍ଡାର ଗାଙ୍ଗ୍ରାମ ନାୟକଙ୍କ ଦୁଇ ପୁଅ ଚାରି ଝିଅ ଅଛନ୍ତି । ସମସ୍ତେ ବିବାହିତ ଅଟନ୍ତି । ଗାଙ୍ଗ୍ରାମ ନାୟକ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଦୁଇ ପୁଅଙ୍କ ବିବାହର କିଛି ବର୍ଷ ପରେ ଗତ 2014 ମସିହା ଡିସେମ୍ବର 30 ତାରିଖରେ ଗାଙ୍ଗ୍ରାମଙ୍କ ମୃତ୍ୟୁ ଘଟିଥିଲା । ବାପାଙ୍କୁ ହରାଇ ତାଙ୍କ ପୁଅମାନେ ଭାଙ୍ଗି ପଡ଼ିଥିଲେ । ଯିଏ ସେମାନଙ୍କୁ ଜୀବନ ଦେଇଥିଲେ, ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ମାର୍ଗଦର୍ଶନ ସାଜିଥିଲେ, ତାଙ୍କ ଅନୁପସ୍ଥିତିକୁ ସହ୍ୟ କରିପାରିନଥିଲେ ଦୁଇ ପୁଅ ।
ଏହା ମଧ୍ୟ ପଢ଼ନ୍ତୁ: ମରିଗଲା ମଣିଷପଣିଆ ! ବକେୟା କ୍ଷୀର ଟଙ୍କା ପାଇଁ ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ
ତେଣୁ ବାପାଙ୍କ ସ୍ମୃତିକୁ ଚିରସ୍ଥାୟୀ ଜୀବନ୍ତ ରଖିବାକୁ ଚାଷ ଜମିରେ ତାଙ୍କ ନାଁରେ ଏକ ମନ୍ଦିର ତିଆରି କଲେ । 5 ଲକ୍ଷ ଟଙ୍କା ମୂଲ୍ୟର ଗାଙ୍ଗ୍ରାମଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ମନ୍ଦିରରେ ସ୍ଥାପନା କରି ପ୍ରତିଦିନ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ଡିସେମ୍ବର 30 ତାରିଖରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୁଏ । ଏଥିରେ ପରିବାରର ସମସ୍ତ ସଦସ୍ୟ ଯୋଗଦେଇ ପିତାଙ୍କ ପୂଜାର୍ଚ୍ଚନା କରିଥାଆନ୍ତି ।