ETV Bharat / bharat

ହାଇକମାଣ୍ଡ କହିଲେ I am sorry, କ୍ୟାପ୍ଟେନ ଦେଇଦେଲେ ଇସ୍ତଫା - Sonia gandhi

କଂଗ୍ରେସ କଳିର ସମାଧାନ ପରିବର୍ତ୍ତେ ଟିମରୁ କ୍ୟାପ୍ଟେନଙ୍କୁ ଆଉଟ ହୋଇଯିବାକୁ ସଙ୍କେତ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଇସ୍ତଫା ଦେବା ପରେ ସୋନିଆଙ୍କ ସହ ଫୋନରେ ହୋଇଥିବା କଥାବାର୍ତ୍ତାର ଖୁଲାସା କରିଛନ୍ତି ଖୋଦ କ୍ୟାପ୍ଟେନ ଅମରିନ୍ଦର । ଅଧିକ ପଢନ୍ତୁ...

ହାଇକମାଣ୍ଡ କହିଲେ I am sorry, କ୍ୟାପ୍ଟେନ ଦେଇଦେଲେ ଇସ୍ତଫା

author img

By

Published : Sep 19, 2021, 7:45 PM IST

ନୂଆଦିଲ୍ଲୀ: 'ଏସବୁ କଣ ହୋଇଯାଉଛି ମ୍ୟାଡାମ ? ମୁଁ ଇସ୍ତଫା ଦେଇଦେବି, ମୋତେ ଲାଗୁଛି ଏହା ହିଁ ଠିକ ରହିବ ।' ବାସ୍‌ ଗୋଟିଏ ଫୋନ କଲ । ସେପଟୁ ଉତ୍ତର ଆସିଲା 'ଆଇ ଆମ ସରି' ଆଉ ତା'ପରେ ଇସ୍ତଫା ଦେଇଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ।

କଂଗ୍ରେସ କଳିର ସମାଧାନ ପରିବର୍ତ୍ତେ ଟିମରୁ କ୍ୟାପ୍ଟେନଙ୍କୁ ଆଉଟ ହୋଇଯିବାକୁ ସଙ୍କେତ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଇସ୍ତଫା ଦେବା ପରେ ସୋନିଆଙ୍କ ସହ ଫୋନରେ ହୋଇଥିବା କଥାବାର୍ତ୍ତାର ଖୁଲାସା କରିଛନ୍ତି ଖୋଦ କ୍ୟାପ୍ଟେନ ଅମରିନ୍ଦର ।

ପଞ୍ଜାବ କଂଗ୍ରେସର ହାଇଭୋଲଟେଜ ଡ୍ରାମା ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଦେବାକୁପଡିଛି ଇସ୍ତଫା । ପଞ୍ଜାବ ଘଟଣାକ୍ରମକୁ ନେଇ ଅସନ୍ତୁଷ୍ଟ ଅମରିନ୍ଦର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରିଥିଲେ ଫୋନ । ସୋନିଆଙ୍କ ସହ ଫୋନରେ ହୋଇଥିବା କଥାବାର୍ତ୍ତାକୁ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ସିଂହ । କ୍ୟାପ୍ଟେନ କହିଛନ୍ତି, ଇସ୍ତଫା କଥା କହିବା ପରେ ସୋନିଆ କହିଥିଲେ, 'ଆଇ ଆମ ସରି ଅମରିନ୍ଦର' ।

ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି, କଂଗ୍ରେସରେ ଯେତେବେଳେ ନୂଆ ବିଧାୟକ ଦଳ ନେତା ଚୟନର କଥା ଉଠିଲା, ସେବେ ମୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିଲି । ଅମରିନ୍ଦର ସୋନିଆ ଗାନ୍ଧୀଙ୍କୁ କହିଥିଲେ, ଏସବୁ କଣ ହୋଇଯାଉଛି ମ୍ୟାଡାମ ? ମୁଁ ଇସ୍ତଫା ଦେଇଦେବି, ମୋତେ ଲାଗୁଛି ଏହା ହିଁ ଠିକ ରହିବ । ଏହାର ଜବାବରେ ସୋନିଆ ଗାନ୍ଧୀ କହିଥିଲେ ଆଇ ଆମ ସରି ଅମରିନ୍ଦର, ଆପଣ ଇସ୍ତଫା ଦେଇପାରନ୍ତି ।

କଂଗ୍ରେସରେ କଳହ ଯୋଗୁଁ ସୀମା ଟପିଛି କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅସନ୍ତୋଷ । ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହ ଉଗ୍ର ରୂପ ନେଉଥିବାବେଳେ ଶେଷରେ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.