ETV Bharat / bharat

ମଙ୍ଗଳବାର ପୁଣି EDରେ ହାଜର ହେବେ ସୋନିଆ, ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିବ କଂଗ୍ରେସ - ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନ୍ୟାସନାଲ ହେରାଲ୍ଡ ମାମଲା ତଦନ୍ତ ନେଇ ମଙ୍ଗଳବାର ପୁଣି ଇଡିରେ ହାଜର ହେବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ପୂର୍ବଥର ଭଳି ଆସନ୍ତାକାଲି(ମଙ୍ଗଳବାର) ମଧ୍ୟ ଦେଶବ୍ୟାପୀ ପ୍ରତିବାଦ କରିବାକୁ ସଜେଇ ହେଉଛି କଂଗ୍ରେସ । ଅଧିକ ପଢ଼ନ୍ତୁ

sonia gandhi will again appear in ed 26th july
ଆସନ୍ତାକାଲି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ, ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିବ କଂଗ୍ରେସ
author img

By

Published : Jul 25, 2022, 12:07 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲା ତଦନ୍ତ ନେଇ ମଙ୍ଗଳବାର ପୁଣି ଇଡିରେ ହାଜର ହେବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ପୂର୍ବଥର ଭଳି ଆସନ୍ତାକାଲି(ମଙ୍ଗଳବାର) ମଧ୍ୟ ଦେଶବ୍ୟାପୀ ପ୍ରତିବାଦ କରିବାକୁ ପ୍ରସ୍ତୁତି ଚଳାଇଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଦଳୀୟ କର୍ମୀମାନେ ଦିଲ୍ଲୀର ରାଜଘାଟ ସମେତ ସମସ୍ତ ରାଜ୍ୟର ରାଜଧାନୀର ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେବାର କୁହାଯାଉଛି ।

ଗତଥର ପରି ଗୃହରେ ବିରୋଧ କରିବା ପରେ କଂଗ୍ରେସ ମୁଖ୍ୟକାର୍ଯ୍ୟାଳୟରୁ ଇଡି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ । ପୂର୍ବରୁ 25 ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡିରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ନୋଟିସ କରିଥିଲେ । ଏହାପରେ 26ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମଙ୍ଗଳବାର ହେବାକୁ ଥିବା ଜେରାକୁ ନେଇ କଂଗ୍ରେସ ଶାନ୍ତିପୂର୍ଣ୍ଣ "ସତ୍ୟାଗ୍ରହ" ଆୟୋଜନ କରିବାକୁ କହିଛି । ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସତ୍ୟାଗ୍ରହରେ ସମସ୍ତ ସାଂସଦ, ଏଆଇସିସି ସାଧାରଣ ସମ୍ପାଦକ ଏବଂ ସିଡବ୍ଲୁସି ସଦସ୍ୟଙ୍କୁ ଯୋଗ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ମଧ୍ୟ ପଢ଼ନ୍ତୁ: ଇଡିରେ ହାଜର ହେଲେ ସୋନିଆ, ଦେଶବ୍ୟାପି କଂଗ୍ରେସର ବିକ୍ଷୋଭ

ସୂଚନା ଥାଉକି, ଏହାପୂର୍ବରୁ ଗୁରୁବାର ଦିନ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଇଡିରେ ହାଜର ହୋଇଥିଲେ। ପ୍ରାୟ ତିନି ଘଣ୍ଟା ଧରି ମାରାଥନ ଜେରାର ସମ୍ମୁଖୀନ ହୋଇଥିଲେ ସୋନିଆ ଗାନ୍ଧୀ । ଜେରାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ । ଏଥିରେ ପୋଲିସ କେତେକ ଦଳୀୟ ନେତାଙ୍କୁ ଉଠାଇ ନେଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.