ETV Bharat / bharat

Monsoon Session: ମୌସୁମୀ ଅଧିବେଶନରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ଗୁରୁ ଦାୟିତ୍ବ - ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନ(Monsoon Session) ସମୟରେ ଲୋକସଭା ଓ ରାଜ୍ୟସଭାରେ ସରକାରଙ୍କୁ ଘେରିବାକୁ ନିଜର ରଣନୀତି ପ୍ରସ୍ତୁତ କରିସାରିଛି କଂଗ୍ରେସ । ଉଭୟ ଗୃହ ପାଇଁ ଦୁଇଟି ଗ୍ରୁପ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

Monsoon Season: ମୌସୁମୀ ଅଧିବେଶନରେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ଗୁରୁ ଦାୟିତ୍ବ

author img

By

Published : Jul 18, 2021, 3:47 PM IST

ନୂଆଦିଲ୍ଲୀ: ସୋମବାର ସଂସଦର ମୌସୁମୀ ଅଧିବେଶନ(Monsoon Session) । ଏହାପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ସରକାରଙ୍କୁ ଘେରିବାକୁ ନିଜର ରଣନୀତି ପ୍ରସ୍ତୁତ କରିସାରିଛି କଂଗ୍ରେସ । ଉଭୟ ଗୃହ ପାଇଁ ଦୁଇଟି ଗ୍ରୁପ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଦଳରେ ରଣନୀତି ଗଠନ ସହିତ ବିରୋଧୀ ଭୂମିକା ଅର୍ଜନ କରୁଥିବା ସହଯୋଗୀ ଦଳଗୁଡିକ ସହ ଉତ୍ତମ ସମନ୍ବୟ ସ୍ଥାପନ କରିବା ଏହି ଗ୍ରୁପ ଦ୍ବୟର ଲକ୍ଷ୍ୟ ରହିବ । ସଂସଦର ଅଧିବେଶନ ସମୟରେ ପ୍ରତ୍ୟେକ ଦିନ ଏହି ଦୁଇଟି ଗ୍ରୁପ ପରସ୍ପରକୁ ଭେଟିବେ ଓ ଗୃହରେ କଂଗ୍ରେସର ରଣନୀତି ଉପରେ ଚର୍ଚ୍ଚା କରିବେ ।

ଏହି ସଂସଦୀୟ ଗ୍ରୁପରେ ନେତାଙ୍କ ବରିଷ୍ଠତାକୁ ବଜାୟ ରଖିବା ସହିତ ଅସନ୍ତୁଷ୍ଟ ନେତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେଇଛନ୍ତି ସୋନିଆ ଗାନ୍ଧୀ । ଏହାସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ମନୀଷ ତିୱାରୀ, ଅମ୍ବିକା ସୋନୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ଆଗ ଧାଡିକୁ ଅଣାଯାଇଛି । 'ଜି -23' ସମୁହର ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ଗତ ବର୍ଷ ଦଳର ନେତୃତ୍ବ ସଙ୍କଟ ଏବଂ କାର୍ଯ୍ୟ ଶୈଳୀରେ ଅସନ୍ତୋଷ ପ୍ରକାଶ କରି ହାଇକମାଣ୍ଡଙ୍କୁ ଏକ ଚିଠି ଲେଖିଥିଲେ ।

ସେପଟେ ଲୋକସଭାରେ ଦଳର ନେତୃତ୍ୱର ଦାୟିତ୍ବ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଆଧୀର ରଞ୍ଜନ ଚୌଧୁରୀଙ୍କ ଉପରେ ରହିଛି । ହେଲେ ଗୃହରେ ଅଧିର ରଞ୍ଜନଙ୍କ ପାଖରୁ ଲୋକସଭାରେ କଂଗ୍ରେସ ନେତାର ଦାୟିତ୍ବ ଛଡାଇନିଆଯିବ ବୋଲି ସମ୍ପ୍ରତି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନ ସେହି କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.