ETV Bharat / bharat

ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ସୋନିଆ ଗାନ୍ଧୀ

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ସୂଚନା (Sonia Gandhi admitted in hospital । ଗତବର୍ଷ ଜୁନରେ ହୋଇଥିଲେ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ

ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ସୋନିଆ ଗାନ୍ଧୀ
ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ସୋନିଆ ଗାନ୍ଧୀ
author img

By

Published : Jan 4, 2023, 4:08 PM IST

Updated : Jan 4, 2023, 4:31 PM IST

ହାଇଦ୍ରାବାଦ: ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi admitted in hospital) । ତାଙ୍କଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନଥିବା ବେଳେ ସେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ଏହାପୂର୍ବରୁ ଗତବର୍ଷ ଜୁନରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାପରେ ଜୁନ୍ 12ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ଏହି କାରଣ ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ସମନ ପାଇଥିଲେ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରି ନଥିଲେ । ତାଙ୍କୁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅତିରିକ୍ତ ସମୟ ମଧ୍ୟ ପ୍ରଦାନ କରାଯାଇଥିଲା ।

ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗତବର୍ଷ ଡିସେମ୍ବର 28ରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ନଜର ଆସିଥିଲେ । ସେ ଡିସେମ୍ବର 24 ତାରିଖରେ ଭାରତ ଯୋଡା ଯାତ୍ରାରେ ମଧ୍ୟ ଭାଗ ନେଇଥିଲେ । ପୂର୍ବରୁ ଡାକ୍ତରୀ ପରାମର୍ଶରେ ଥିବା ସୋନିଆ ଆଜି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2023, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.