ETV Bharat / bharat

Son kills Mother: ମାଆକୁ ପିଟି ପିଟି ହତ୍ୟା କଲା ପୁଅ, କହିଲା ଖଣ୍ଡାରେ ଆକ୍ରମଣ କରିବାର ଥିଲା

ଜନ୍ମଦାତ୍ରୀ ମାଆକୁ ହତ୍ୟା କଲା ପୁଅ । କହିଲା ଖଣ୍ଡାରେ ଆକ୍ରମଣ କରିବାର ଥିଲା ହେଲେ ନ ମିଳିବାରୁ ଲାଠିରେ ପିଟି ପିଟି ହତ୍ୟା କଲି । ଅଧିକ ପଢନ୍ତୁ

Son kills Mother
Son kills Mother
author img

By

Published : Mar 31, 2023, 10:00 PM IST

ମାଆକୁ ପିଟି ପିଟି ହତ୍ୟା କଲା ପୁଅ, କହିଲା ଖଣ୍ଡାରେ ଆକ୍ରମଣ କରିବାର ଥିଲା

ଲକ୍ଷ୍ନୌ: ଦୁନିଆ ଦେଖାଇଥିବା ଜନ୍ମଦାତ୍ରୀକୁ ହତ୍ୟା କଲା ପୁଅ । ଯାହା ଦ୍ବାରା ଦୁନିଆରେ ପଦାର୍ପଣ କରିଥିଲା, ତାକୁ ଆଜି ଦୁନିଆରୁ କରିଛି ବିଦା । ମାଆକୁ ପିଟି ପିଟି ପୁଅ ହତ୍ୟା କରିଛି । ଏଭଳି ଏକ ନିନ୍ଦନୀୟ ଓ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶ ବାନ୍ଦା ଅଞ୍ଚଳରେ ଘଟିଛି । ଏପରି ଘୃଣ୍ୟ ଅପରାଧ କରି ପଶ୍ଚାତାପ କରିବା ବଦଳରେ ପୁଅ କହିଛି ଯେ ମାଆକୁ ଖଣ୍ଡା ଦ୍ବାରା ହତ୍ୟା କରିବାର ଥିଲା । ମାତ୍ର ଖଣ୍ଡା ନ ମିଳିବାରୁ ଲାଠିରେ ପିଟିପିଟି ହତ୍ୟା କରିବାକୁ ପଡ଼ିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଛି ।

ନରୈନି କୋତବାଲି ନିକଟ ରାଜନଗର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ହତ୍ୟାକାରୀର ନାମ ରାମବାବୁ ବୋଲି ଜଣାପଡ଼ିଛି । ସେ ନିଜ ମାଆକୁ ଲାଠିରେ ପିଟି ପିଟି ହତ୍ୟା କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ମହିଳାଙ୍କୁ ଉଦ୍ଧାର କରିବା ପରେ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହାପରେ ପୋଲିସ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ-ଚଳନ୍ତାକାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, 4 ଗିରଫ

ପୋଲିସ ପଚରାଉଚରା ସମୟରେ ଯୁବକ ଜଣକ ଅସାଧାରଣ ବ୍ୟକ୍ତି ଭଳି ଆଚ୍ଚରଣ କରୁଥିବା ବେଳେ ନିଜ ଅପରାଧକୁ ମଧ୍ୟ ସ୍ବୀକାର କରିଛି । ହତ୍ୟାକାରୀ ପୋଲିସକୁ କହିଛି ଯେ, "ପ୍ରଭୁ ମହାଦେବ ତା' ନିକଟକୁ ଆସିଥିଲେ । ଆଉ କହିଥିଲେ ମୁଁ ନାଗେଶ୍ବରଙ୍କର ଅବତାର । ଏହି ଜନ୍ମରେ ମୋତେ ଜଣେ ମହିଳାଙ୍କର ହତ୍ୟା କରିବାର ଥିଲା । ଯାହା ଫଳରେ ମୁଁ ମୋର ମାଆକୁ ଲାଠିରେ ପିଟି ପିଟି ହତ୍ୟା କରିଛି । ମୋତେ ମୋର ମା'କୁ ଖଣ୍ଡାରେ ହତ୍ୟା କରିବାର ଥିଲା । ହେଲେ ମୋତେ ଖଣ୍ଡା ମିଳିଲା ନାହିଁ । ଲୋକେ ମୋତେ କଳଙ୍କ କୁହନ୍ତୁ କି ଯାହା ବି କୁହନ୍ତି, ମୁଁ ତ ମୋ ମା'ର ହତ୍ୟା କରିସାରିଲିଣି ।" ପୋଲିସ ଆଗରେ ଏପରି ଆଚରଣ କରିଥିଲା ହତ୍ୟାକାରୀ ।

ହତ୍ୟାକାରୀ ବିରୋଧରେ ତା'ର ସାନଭାଇ ଶ୍ୟାମବାବୁ ଥାନାରେ ଅଭିଯୋଗ କରିଥିଲା । ସାନ ଭାଇର ଅଭିଯୋଗ କ୍ରମେ ପୋଲିସ ହତ୍ୟାକାରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ ମାମଲାର ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ସେପଟେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.