ETV Bharat / bharat

ସେୟାର ମାର୍କେଟରେ ବୁଡ଼ିଲା ଟଙ୍କା, ପଇସା ନଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ

author img

By

Published : Oct 7, 2022, 10:58 PM IST

Updated : Oct 9, 2022, 2:33 PM IST

ରାଜଧାନୀରେ ଶିଖ ଯୁବକଙ୍କ ସେୟାର ମାର୍କେଟ ନିଶା । ଟଙ୍କା ବୁଡ଼ିଯିବା ପରେ ପିତାମାତା ଅର୍ଥ ନ ଦେବାକୁ ହତ୍ୟା କରିବାକୁ ପଛାଇଲା ନାହିଁ ପୁଅ । ଅଧିକ ପଢନ୍ତୁ

ସେୟାର ମାର୍କେଟରେ ବୁଡ଼ିଲା ଟଙ୍କା, ପଇସା ନଦେବାରୁ ବାପାଙ୍କୁ କଲା ହତ୍ୟା ପୁଅ

ନୂଆଦିଲ୍ଲୀ: ରାଜଧାନୀର ପଶ୍ଚିମାଞ୍ଚଳ ହରିନଗର ଥାନା ଅଞ୍ଚଳରେ ସେୟାର ମାର୍କେଟ ନିଶାରେ ହତ୍ୟାକାରୀ ସାଜିଲା ପୁଅ (Sikh youth loses money in Share market) । ସେୟାର ମାର୍କେଟ ଲଗାଇଥିବା ଟଙ୍କାରେ କ୍ଷତି ସହିବା ପରେ ପିତାମାତାଙ୍କୁ ମାଗିଥିଲା ଅର୍ଥ । ମାତ୍ର ଟଙ୍କା ଦେବାକୁ ମନା କରିବା ପରେ ନିଜ ଜନ୍ମଦାତାକୁ ହତ୍ୟା କରିବା (Son Kills his father after loses money in Share market) ସହିତ ମାଆକୁ ମଧ୍ୟ ଆକ୍ରମଣ କରି ଗୁରୁତର ଆହତ କରିଛି । ଏବେ ହସ୍ପିଟାଲରେ ମହିଳା ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି ।

ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ସ୍ବର୍ଣ୍ଣ ମଲହୋତ୍ରା ନିଜ ପତ୍ନୀ ଅଜିନ୍ଦର ସହ ଫତେହ ନଗରରେ ଥିବା ଘରର ତଳ ମହଲାରେ ରହୁଥିଲେ। ଉପର ଭାଗରେ ତାଙ୍କ ପୁଅ ଜସଦୀପ ଓରଫ ସନ୍ନି ତାଙ୍କ ପତ୍ନୀଙ୍କ ସହ ରହୁଥିଲେ । ଷ୍ଟକ ମାର୍କେଟରେ ପ୍ରାୟ ୭ ଲକ୍ଷ ବୁଡ଼ିଯିବା ପରେ ଜସଦୀପ ପିତାମାତାଙ୍କୁ ଅର୍ଥ ଦେବାକୁ ଚାପ ପକାଉଥିଲେ । ଏହାକୁ ନେଇ ଗତ ପାଞ୍ଚ ଦିନ ଧରି ଲଗାତାର ଝଗଡା ହୋଇଥିଲା ।

ଏହା ବି ପଢନ୍ତୁ- Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ଗତକାଲି (ଗୁରୁବାର) ସ୍ବର୍ଣ୍ଣ ମାଲହୋତ୍ରାଙ୍କ ଝିଅ ମଧ୍ୟ ତାଙ୍କୁ ଭେଟିବାକୁ ଆସିଥିଲେ । ସେ ଟାଗୋର ଗାର୍ଡେନ୍ ଅଞ୍ଚଳରେ ରୁହନ୍ତି । ତା' ପରେ ସେ ନିଜ ଝିଅଙ୍କ ଆଗରେ ସନ୍ନି ଟଙ୍କା ପାଇଁ ଚାପ ପକାଉଥିବା କହିଥିଲେ ଏବଂ ନିରନ୍ତର ଝଗଡ଼ା କରୁଥିବା ମଧ୍ୟ କହିଥିଲେ । ମିଳିଥବା ସୂଚନା ଅନୁସାରେ ସନ୍ନି ମଧ୍ୟରାତ୍ରିରେ ନିଜ ପିତାମାତା ଶୋଇଥିବା ସମୟରେ ହାତୁଡ଼ି, ଓ ସ୍କ୍ରୁ ଡ୍ରାଇଭର ଏବଂ ଅନ୍ୟାନ୍ୟ ଧାରୁଆ ଜିନିଷରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଉଭୟ ପିତାମାତାଙ୍କ ମୁହଁରେ ଅନେକ କ୍ଷତ ଦେଖିବାକୁ ମିଳିଛି।

ସ୍ଥାନୀୟ ଲୋକ ଏବଂ ପୋଲିସ ସୂତ୍ର ଅନୁଯାୟୀ ମୃତ ସ୍ବର୍ଣ୍ଣ ମଲହୋତ୍ରାଙ୍କ ମୁହଁରେ ପ୍ରାୟ ୩୭ଟି ସ୍ଥାନରେ ଆଘାତ ଲାଗିଛି । ଏହି ଅପରାଧ କରିବା ପୂର୍ବରୁ ଅଭିଯୁକ୍ତ ପୁଅ ତାଙ୍କ ପିତାମାତାଙ୍କ ଖାଦ୍ୟରେ କିଛି ନିଶା ଦ୍ରବ୍ୟ ମିଶାଇଥିଲା ବୋଲି ସନ୍ଦେହ କରାଯାଉଛି। ଯାହାଫଳରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ମଧ୍ୟରାତ୍ରିରେ ସେମାନଙ୍କୁ ଆକ୍ରମଣ କରିଥିଲା ପୁଅ । ଏହି ଆକ୍ରମଣ ଡକାୟତି ଭଲି ଦର୍ଶାଇବା ଲାଗି ସେ ସକାଳ ପ୍ରାୟ ୪ଟା ଘରୁ ବାହାରି ନିକଟସ୍ଥ ଘରେ ରହୁଥିବା ପୂର୍ବତନ ବିଜେପି କାଉନ୍ସିଲର ଅମରଜିତ ସିଂଙ୍କ ଘରକୁ ଯାଇଥିଲେ । ସେଠାକୁ ଯାଇ ସେ କହିଥିଲେ ଯେ ଚୋରମାନେ ପିତାମାତାଙ୍କୁ ଲୁଟିବା ପାଇଁ ଘରେ ପଶିଥିଲେ।

ପୂର୍ବତନ କାଉନସିଲର ଅମରଜିତ ସିଂ ହରି ନଗର ପୋଲିସ ଖବର ଦେଇଥିଲେ ଏବଂ ଘଟଣାସ୍ଥଳକୁ ଆସିଥିବା ପୋଲିସ ମଧ୍ୟ ଘର ଭିତରେ ଥିବା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚାରିଆଡେ ରକ୍ତ ପଡ଼ିଥିଲା । ଏହି ଘଟଣାରେ ପୋଲିସ କିଛି ସନ୍ଦେହ ପାଇ ସନ୍ନି ଓରଫ ଜସଦୀପଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ନେଇଥିଲା । ପଚରାଉଚରା କରିବା ସମୟରେ ସନ୍ନି ନିଜେ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲା ।

Last Updated : Oct 9, 2022, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.