ETV Bharat / bharat

କଟ୍ଟରପନ୍ଥୀଙ୍କ ଗେମ ଓଭର ! ଦେଶର ପ୍ରଗତିରେ ବାଧା ଦେବାକୁ ପ୍ରୟାସ କରୁଥିବା ସଂଗଠନକୁ ଡୋଭାଲଙ୍କ କଡା ସନ୍ଦେଶ - Some people creating conflict in name of religion and ideology

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି (ଶନିବାର) ଅଲ ଇଣ୍ଡିଆ ସୁଫି ସଜ୍ଜାଦନାଶିନ କାଉନସିଲ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀରେ ସାମିଲ ହୋଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସମ୍ମିଳନୀରେ ସର୍ବଧର୍ମ ଧର୍ମଗୁରୁ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

କଟ୍ଟରପନ୍ଥୀଙ୍କ ଗେମ ଅଭର
କଟ୍ଟରପନ୍ଥୀଙ୍କ ଗେମ ଅଭର
author img

By

Published : Jul 30, 2022, 10:58 PM IST

Updated : Jul 30, 2022, 11:05 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି (ଶନିବାର) ଅଲ ଇଣ୍ଡିଆ ସୁଫି ସଜ୍ଜାଦନାଶିନ କାଉନସିଲ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀରେ ସାମିଲ ହୋଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସମ୍ମିଳନୀରେ ସର୍ବଧର୍ମ ଧର୍ମଗୁରୁ ସାମିଲ ହୋଇଥିଲେ ।

  • Instead of being mute spectators, we have to work on the ground on our differences along with strengthening our voices.We've to make every sect of India feel that we are a country together, we are proud of it & that every religion can be professed with freedom here:NSA Ajit Doval pic.twitter.com/z4CXsALZzd

    — ANI (@ANI) July 30, 2022 " class="align-text-top noRightClick twitterSection" data=" ">

ଡୋଭାଲ କହିଛନ୍ତି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏକ ଭଲ ପରମ୍ପରର ଶୁଭାରମ୍ଭ ହୋଇଛି । ଆମର ଏକତା ସୁଦୃଢ ହେବା ଦରକାର । ଏକତା ହିଁ ଆମକୁ ବଡ ସଫଳତା ଦେବ । ଆମର ଦେଶରେ ହେଉଥିବା ପ୍ରଗତିର ଲାଭ ସମସ୍ତଙ୍କୁ ସବୁ ଧର୍ମକୁ, ସବୁ ସମ୍ପ୍ରଦାୟକୁ ମିଳିବା ଦରକାର । ଡୋଭାଲ କଡା ସନ୍ଦେଶ ଦେଇ କହିଛନ୍ତି ବର୍ତ୍ତମାନ ଦେଶରେ କିଛି ତତ୍ତ୍ବ ଏମିତି ପରିବେଶ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ଯେ ଯେମିତି ଦେଶର ପ୍ରଗତିରେ ବାଧା ପହଞ୍ଚିବ । ଏହାର ପ୍ରତିବାଦ ସବୁ ସ୍ତରରେ ସମସ୍ତେ କରିବାର ଆବଶ୍ୟକତା ରହିଛି । ଭାରତର ଏକତା ହିଁ ଶକ୍ତି । ସରକାର ସବୁ ଧର୍ମ ସବୁ ସମ୍ପ୍ରଦାୟ ପାଇଁ କାମ କରୁଛନ୍ତି । ଏହାର ଲାଭ ସମସ୍ତଙ୍କୁ ମିଳିବ ଉଚ୍ଚିତ ।

  • Some elements are trying to create an atmosphere that's vitiating the progress of India. They're creating acrimony & conflict in the name of religion & ideology, it's affecting the entire country while spilling over outside the country too: NSA Ajit Doval in Delhi pic.twitter.com/5oqoS3Htnh

ଡୋଭାଲ କହିଛନ୍ତି କିଛି କଟ୍ଟରପନ୍ଥୀ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି। ସେମାନେ ଦେଶର ସଂହତିକୁ କ୍ଷତି ପହଞ୍ଚାଇବାକୁ ଷଡଯନ୍ତ୍ର କରୁଛନ୍ତି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ପଡିବ । ଡୋଭାଲ କହିଛନ୍ତି ସାରା ଦୁନିଆରେ ସଂଘର୍ଷର ମାହୋଲ ସୃଷ୍ଟି ହେଉଛି । ଏହାର ମୁକାବିଲା ପାଇଁ ଆମକୁ ଏକତା, ସଂହିତା ବଜାୟ ରଖିବାକୁ ପଡିବ । ସମ୍ପ୍ରତିକ ସ୍ଥିତି ନେଇ ଡୋଭାଲ କହିଛନ୍ତି ଦେଶ ଦୃତ ବିକାଶରେ ଆଗେଉଛି । ଯାହାର ଶ୍ରେୟ ପୁରା ଦେଶବାସୀଙ୍କର । କିନ୍ତୁ ଯେଉଁ ଅରାଜକତା ଦେଖାଯାଉଛି, ତାହାର ପ୍ରଭାବ ଦେଶ ମଧ୍ୟରେ ଓ ଦେଶ ବାହାରେ ପଡୁଛି ।

ସମସ୍ତ ଧର୍ମ ଗୁରୁଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରି ଡୋଭାଲ କହିଛନ୍ତି କଟ୍ଟରପନ୍ଥୀଙ୍କ ଗେମ ଶେଷ ଅବସ୍ଥାରେ । ସରକାର ଏହାକୁ ଦୃଢ ହସ୍ତରେ ଦମନ କରୁଛନ୍ତି । ଆବଶ୍ୟକ ପଡିଲେ ଆହୁରି କଡା ପଦକ୍ଷେପ ନିଆଯିବ । କଟ୍ଟରପନ୍ଥୀ ବିରୋଧରେ ସ୍ବର ଉତ୍ତୋଳନ କରିବାର ସମୟ ଆସିଯାଇଛି । ହେଉଥିବା ଅନ୍ୟାୟ ବିରୋଧରେ ଆମେ ଚୁପ ରହିବା ବଦଳରେ ପ୍ରତିବାଦର ସମୟ ଆସିଛି । ଦେଶବାସୀଙ୍କ ମଧ୍ୟରେ ମତଭେଦ ଦୂର କରିବା ପାଇଁ ସମସ୍ତଙ୍କୁ କାମ କରିବାକୁ ପଡିବ । ସବୁ ସମ୍ପ୍ରଦାୟ ଏହି ଅନୁଭବ କରିବା ଦରକାର ଯେ ଆମେ ଏକତା ଅଛୁ ରହିବୁ । ଆମର ଏକତା କୌଣସି ଶକ୍ତି ଭାଙ୍ଗି ପାରିବ ନାହିଁ । ସମସ୍ତ ସମ୍ପ୍ରଦାୟ ଓ ଧର୍ମର ରାଷ୍ଟ୍ର ପ୍ରଥମ ହେବା ଜରୁରୀ । ଆମକୁ ଏକତା ସହ ସବୁ ଧର୍ମ ପ୍ରତି ସମ୍ମାନ, କରିବ ଏକ ଭାରତୀୟ ଭାବେ ଗର୍ବ କରିବା ଉଚ୍ଚିତ ।

  • There's an atmosphere of conflict in the world, if we have to tackle that atmosphere, it's important to maintain the unity of the country together. The way India is progressing will benefit people from all religions: NSA Ajit Doval in Delhi pic.twitter.com/RTCDo6LIFq

ସମ୍ମିଳନୀରେ ସାମିଲ ବିଭିନ୍ନ ଧର୍ମ ଗୁରୁ ବିଶେଷ କରି ନଶିଋଦ୍ଦିନ ଚିସ୍ତୀ ଦେଶରେ ଥିବା କଟ୍ଟରପନ୍ଥୀ ସଂଗଠନ ଗୁଡିକୁ ନିଷେଧ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସରକାର କଟ୍ଟରପନ୍ଥୀ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି । ଦେଶରେ ଶାନ୍ତି, ସଦଭାବନା ଏକତା ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Last Updated : Jul 30, 2022, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.