ETV Bharat / bharat

ଜମ୍ମୁ-କାଶ୍ମୀର ବାରମୂଲାରେ 24 ବର୍ଷୀୟ ଯବାନଙ୍କ ମୃତ୍ୟୁ - Jammu Kashmir jawan death

Soldier death in Baramulla: ଜମ୍ମୁ-କାଶ୍ମୀର ବାରମୂଲାରେ ମୁତୟନ ଥିବା ଜଣେ 24 ବର୍ଷୀୟ ଯବାନଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବାରମୂଲାରେ ଯବାନଙ୍କ ମୃତ୍ୟୁ
ବାରମୂଲାରେ ଯବାନଙ୍କ ମୃତ୍ୟୁ
author img

By ETV Bharat Odisha Team

Published : Jan 13, 2024, 12:56 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରମୂଲାରେ ଜଣେ 24 ବର୍ଷୀୟ ଯବାନଙ୍କ ମୃତ୍ୟୁ ହୋଇଛି । ବାରମୂଲାର ନିୟନ୍ତ୍ରଣ ରେଖା ନିକଟ ଆଗୁଆ ଘାଟିରେ ମୁତୟନ ଥିବାବେଳେ ଯବାନଙ୍କ ମୃତ୍ୟୁ ଘଟିଛି । ଏନେଇ ଭାରତୀୟ ସେନା ପକ୍ଷରୁ ଆଜି (ଶନିବାର) ସୂଚନା ଦିଆଯାଇଛି । ମୃତ ଯବାନଙ୍କ ନାମ ଗୁରୁପ୍ରୀତ ସିଂହ ଏବଂ ଘର ପଞ୍ଜାବର ଗୁରୁଦାସପୁରରେ ହୋଇଥିବା ସୂଚନା ରହିଛି । ଗତକାଲି ଏକ ଅପରେସନ ଟାକ୍ସ ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

  • Chinar Corps regrets the unfortunate demise of Gnr Gurpreet Singh while performing operational task in forward area in #Baramulla Sector.

    Gnr Gurpreet Singh hails from Gurdaspur, Punjab and is survived by his mother Smt Lakhwinder Kaur.
    In this hour of grief, the #IndianArmypic.twitter.com/39KlVKXthl

    — Chinar Corps🍁 - Indian Army (@ChinarcorpsIA) January 12, 2024 " class="align-text-top noRightClick twitterSection" data=" ">

ଏନେଇ ସେନାର ଚିନାର କର୍ପସ ୟୁନିଟ ପକ୍ଷରୁ ଏକ୍ସରେ ଟ୍ବିଟ୍ କରାଯାଇଛି ଯେ, ଆଗୁଆ ଘାଟିରେ ମୁତୟନ ଥିବାବେଳେ ଗୁରୁପ୍ରୀତ ସିଂହଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଛି । ତାଙ୍କର ଘର ପଞ୍ଜାବ ଗୁରୁଦାସ ପୁରରେ । ତାଙ୍କ ପରିବାରରେ କେବଳ ତାଙ୍କର ମାଆ ଲଖୱିନ୍ଦର କୌର ଅଛନ୍ତି । ଏଭଳି ଏକ ଦୁଃଖଦ ଘଡିରେ ଭାରତୀୟ ସେନା ଶୋକସନ୍ତପ୍ତ ପରିବାର ସହ ଛିଡା ହୋଇଛି ଏବଂ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ତେବେ ଆଗୁଆ ଘାଟିରେ ମୁତୟନ ଥିବାବେଳେ 24 ବର୍ଷୀୟ ଯବାନ ଗୁରୁପ୍ରୀତ ସିଂହ ମୃତ୍ୟୁ ହୋଇଥିବା ଘଟଣା ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇଥିଲେ ହେଁ କେମିତି ତାଙ୍କର ମୃତ୍ୟୁ ହେଲା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ସେନା ପକ୍ଷରୁ ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୁଞ୍ଚରେ ଆତଙ୍କୀ ଆକ୍ରମଣ, ସେନା ମୁଖ୍ୟ ପ୍ରଶାସକଙ୍କ ଗାଡ଼ିକୁ ଗୁଳିମାଡ଼

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗତକାଲି(ଶୁକ୍ରବାର) ଆତଙ୍କବାଦୀମାନେ ସେନାର କନଭୟ ଉପରକୁ ଆକ୍ରମଣ କରିଥିଲେ । ସନ୍ଧ୍ୟା ସମୟରେ ଖନେତର ଠାରେ ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ । ତେବେ ଏହି ଘଟଣାରେ କୌଣସି ଯବାନ ମୃତାହତ ହୋଇନଥିଲେ । ଆତଙ୍କୀଙ୍କ ଗୁଳିମାଡର କଡା ଜବାବ ଦେଇଥିଲେ ଯବାନ । ଏହି ଫାୟାରିଂ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଗତବର୍ଷ ଡିସେମ୍ବରରେ ଠିକ ଏହି ସ୍ଥାନରେ ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରି ଗୁଳି ବିନିମୟ କରିଥିଲେ । ଯେଉଁଥିରେ 5 ଜଣ ଯବାନ ଶହୀଦ ହୋଇଯାଇଥିଲେ । ଗତକାଲି ପୁଣିଥରେ ଏଠାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ଆତଙ୍କବାଦୀ ଓ 122 ଆତଙ୍କୀ ସହଯୋଗୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.