ETV Bharat / bharat

ବରଫ ଅତଡା ଖସି ଯବାନ ମୃତ - soldier dead,two injured in j&k

ଜାମ୍ମୁର କୁପାୱାର ଜିଲ୍ଲା ତାଙ୍ଗଧର ସେକ୍ଟରରେ ବରଫ ଅତଡା ଖସି ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

soldier dead,two injured in j&k avalanche
ବରଫ ଅତଡା ଖସି ଯବାନ ମୃତ
author img

By

Published : Nov 19, 2020, 7:35 AM IST

ଶ୍ରୀନଗର: ଦେଶବାସୀଙ୍କ ସୁରକ୍ଷା ପାଇଁ ନିଜ ଜୀବନର ସବୁ କିଛି ତ୍ୟାଗ କରନ୍ତି ଆମ ଦେଶର ସେନାବାହୀନି । ଲୋକଙ୍କ ସୁରକ୍ଷା ପାଇଁ ଖରା, ବର୍ଷା ଶୀତକୁ ଖାତିର କରି ନଥାନ୍ତି ଯବାନ । ଦକ୍ଷିଣ କାଶ୍ମୀରର କୁପାୱାର ଜିଲ୍ଲା ତାଙ୍ଗଧର ସେକ୍ଟରରେ ବରଫ ଅତଡା ଖସି ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ବୁଧବାର ଦିନ ହଠାତ୍ ଜାମ୍ମୁର କୁପୱାର,ବାଦିପୋରା,ବାରମୁଲା ଓ ଗାଦରବାଲ ଜିଲ୍ଲାରେ ପାହାଡ ଉପରୁ ବରଫ ଅତଡା ଖସି ଥିଲା । ବରଫ ଅତଡା ତଳେ ରହଯିବାରୁ ଯବାନ ନିଖିଲ ଶର୍ମାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଯବାନ ରମେଶ ଚାନ୍ଦ ଓ ଗୁରୁବିନ୍ଦର ସିଂହ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁପାୱାରା ଡାକ୍ତରଖାନାରେ ଭର୍ତ୍ତି କାରଯାଇଛି । ତେବେ ଦୁଇ ଯବାନଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିବା ସେନା ପକ୍ଷରୁ ସୂଚନା ମିଳିଛି । ଜାମ୍ମୁରେ ଚଳିତ ବର୍ଷ ସର୍ବାଧିକ ତୁଷାରପାତ ହୋଇଥିବା ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.