ETV Bharat / bharat

ଝାଡଖଣ୍ଡରେ ଲଜ୍ଜା, ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ୧୦ ଯୁବକଙ୍କ ଗଣଦୁଷ୍କର୍ମ

author img

By

Published : Oct 22, 2022, 2:32 PM IST

ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ମାଡ ମାରି ଗଣଦୁଷ୍କର୍ମ । ୧୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ କଲେ ୧୦ ଯୁବକ

ରାଞ୍ଚି: ସଫ୍ଟେୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ । ଝାଡଖଣ୍ଡରେ ଜଣେ ୨୬ ବର୍ଷୀୟା ମହିଳା ସଫ୍ଟେୱେୟାର ଇଞ୍ଜିନିୟରଙ୍କୁ ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି । ଯୁବତୀ ନିଜ ବନ୍ଧୁକଙ୍କ ସହ ବାହାରକୁ ବୁଲି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି (Software engineer gang raped in Jharkhand)। ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାରୁ ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଝାଡଖଣ୍ଡ ଚାଇବାସା ଅଞ୍ଚଳରେ ଏହି ପାଶବିକତା ଘଟିଛି । ପୀଡିତା ଜଣକ ଗୋଟିଏ କମ୍ପାନୀରେ ସଫ୍ଟେୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ବର୍ତ୍ତମାନ ତାଙ୍କର ୱାର୍କଫ୍ରମ୍ ହୋମ୍ ଚାଲିଥିବାବେଳେ ସେ ଘରେ ରହୁଥିଲେ । ଗତ ୨୦ ତାରିଖ ସନ୍ଧ୍ୟା ୬ଟାବେଳେ ସେ ନିଜ ସାଙ୍ଗ ସହ ସ୍କୁଟି ଯୋଗେ ବାହାରକୁ ବୁଲିବାକୁ ଯାଇଥିଲେ । ଦୁଇ ବନ୍ଧୁ ରାସ୍ତାକଡରେ ଛିଡା ହୋଇ କଥା ହୋଇଥିବାବେଳେ, ୧୦ ଜଣ ଯୁବକ ସେଠାକୁ ଆସି ସେମାନଙ୍କ ସହ ଅସଦାଚରଣ କରିଥିଲେ । ସେମାନେ ଯୁବତୀଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିଲେ । ଏହାପରେ ସେ ଯୁବତୀଙ୍କୁ ଜୋର ଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ମାଡ ମାରିବା ସହ ଗଣଦୁଷ୍କର୍ମ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Minor Raped Alwar: ପିଶାଚ ବାପା, ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର

ଏହାପରେ ପୀଡିତା କୌଣସିମତେ ସେଠାରୁ ନିଜର ଘରକୁ ଫେରି ସବୁକଥା ଜଣାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ପୀଡିତାଙ୍କ ମେଡିକାଲ ଯାଞ୍ଚ କରିବା ସହ ୧୦ ଜଣ ଅଜ୍ଞାତ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.