ETV Bharat / bharat

Unnao ପୀଡିତାଙ୍କ ମାଆଙ୍କୁ କଂଗ୍ରେସ ଟିକେଟ୍‌, ଅସନ୍ତୋଷ ଝାଡିଲେ କୁଳଦୀପଙ୍କ ଝିଅ

author img

By

Published : Jan 16, 2022, 10:49 AM IST

Updated : Jan 16, 2022, 11:21 AM IST

ଉନ୍ନାଓ ଦୁଷ୍କର୍ମ ଘଟଣା ଉତ୍ତରପ୍ରଦେଶରେ ଚହଳ ପକାଇଥିଲା । ଏହା ଘଟଣାର ପୀଡିତାଙ୍କ ମାଆ ଆଶା ସିଂହଙ୍କୁ କଂଗ୍ରେସ ଉନ୍ନାଓ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

Unnao ପୀଡିତାଙ୍କ ମାଆଙ୍କୁ କଂଗ୍ରେସ ଟିକେଟ୍‌
ଟିକେଟ ନ ମିିଳିବାରୁ ପ୍ରିୟଙ୍କାଙ୍କ ଉପରେ କ୍ଷୋବ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଘଟଣା ଉତ୍ତରପ୍ରଦେଶରେ ଚହଳ ପକାଇଥିଲା । ଏହା ଘଟଣାର ପୀଡିତାଙ୍କ ମାଆ ଆଶା ସିଂହଙ୍କୁ କଂଗ୍ରେସ ଉନ୍ନାଓ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରଙ୍କ ଝିଅ ଐଶ୍ବର୍ଯ୍ୟା କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ କ୍ଷୋବ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସମାଜ ତୁମକୁ କେବେ କ୍ଷମା କରିବ ନାହିଁ ।

Unnao ପୀଡିତାଙ୍କ ମାଆଙ୍କୁ କଂଗ୍ରେସ ଟିକେଟ୍‌

୨୦୧୯ରେ କୁଳଦୀପ ସେନଗାର ମଖୀ ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ଦୁଷ୍କର୍ମ ଘଟଣା ଏକ ରାଜନୈତିକ ଝଡ ସୃଷ୍ଟି କରିଥିଲା । ଗୁରୁବାର ଦିନ ପ୍ରକାଶ ପାଇଥିବା ପ୍ରାର୍ଥୀଙ୍କ ତାଲିକାରେ କଂଗ୍ରେସ ଦୁଷ୍କର୍ମ ପୀଡିତାଙ୍କ ମାଆ ଆଶା ସିଂଙ୍କୁ ଉନ୍ନାଓ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ କୁଲଦୀପ ସିଂ ସେନଗାରଙ୍କ ଝିଅ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ଭିଡ଼ିଓରେ ସେ କହିଛନ୍ତି ଏହି ରାଜନୈତିକ ପଦକ୍ଷେପ ଆପଣ ଗ୍ରହଣ କରିଥାଇ ଏହି ପଦକ୍ଷେପ ହୁଏତ ଆପଣଙ୍କ ପାଇଁ ଠିକ ହୋଇପାରେ । ମୁଁ ରାଜନୀତି ଜାଣି ନାହିଁ। କିନ୍ତୁ ସମାଜର ଧର୍ମ ଏବଂ ନୈତିକତା ଆପଣଙ୍କୁ କଦାପି କ୍ଷମା କରିବ ନାହିଁ ବୋଲି କହିଛନ୍ତି କୁଲଦୀପ ସିଂ ସେନଗାରଙ୍କ ଝିଅ ।

ସେ ଆହୁରି କହିଛନ୍ତି ଆପଣ ଯେଉଁ ଝିଅର ମାଆଙ୍କୁ ଟିକେଟ ଦେଇଛନ୍ତି ସେମାନଙ୍କ ନାମରେ ଟ୍ରାନ୍ସଫର ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ ଜାଲିଆତି କରିଥିବା ଭଳି ଅଭିଯୋଗ ରହିଛି । ନିକଟରେ ମାମଲାକୁ ନେଇ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଉନ୍ନାଓରେ ଆପଣଙ୍କ ପ୍ରାର୍ଥୀଙ୍କ ପରିବାର ବିରୁଦ୍ଧରେ ଏକାଧିକ ମାମଲା ପଞ୍ଜିକୃତ ହୋଇଛି ଏକ ପରିବାରକୁ ନଷ୍ଟ କରୁଥିବା ରାଜନୀତିକୁ ଉନ୍ନାଓ କଦାପି ଗ୍ରହଣ କରିବେ ନାହିଁ । ମାର୍ଚ୍ଚ 10ରେ ଆପଣ ଏହାର ଫଳାଫଳ ମଧ୍ୟ ଦେଖିବେ । ଆମ ଉନ୍ନାଓର ଆଶୀର୍ବାଦ ମୋ ସହିତ ଥିଲା ଏବଂ ରହବି ବୋଲି କହିଛନ୍ତି ଐଶ୍ବର୍ଯ୍ୟା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jan 16, 2022, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.