ETV Bharat / bharat

Snow leopard: ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ତୁଷାର ଚିତା ଠାବ

author img

By

Published : Mar 17, 2023, 8:14 PM IST

ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଦେଖାଗଲା ବିରଳ ତୁଷାର ଚିତା । ବନ୍ୟ ବିଭାଗ ଅଧିକାରୀଙ୍କ ମଧ୍ୟରେ ଖୁସିର ମାହୋଲ । ଅଧିକ ପଢନ୍ତୁ

Snow leopard
Snow leopard

ଡେରାଡୁନ: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଉତ୍ତରାଖଣ୍ଡରୁ ଖୁସି ଖବର । ଉତ୍ତରାଖଣ୍ଡର ବିରଳ ପ୍ରଜାତିରେ ସାମିଲ ତୁଷାର ଚିତା ଠାବ ହୋଇଛି । ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନରେ ଏହି ତୁଷାର ଚିତା କ୍ୟାମେରାରେ କଏଦ ହେବା ପରେ ବନ ବିଭାଗର ଅଧିକାରୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଏହି ବିରଳ ପ୍ରଜାତିର ବନ୍ୟଜନ୍ତୁ ଠାବ ହେବା ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ଆଶା ରଖାଯାଇଛି । ଘାଟିର ପାଗଲନାଳ ନିକଟରେ ଏହି ତୁଷାର ଚିତାର ଗତିବିଧିକୁ ଲକ୍ଷ୍ୟ କରାଯାଇଛି ।

ଗଙ୍ଗୋତ୍ରୀ ନ୍ୟାସନାଲ ପାର୍କ ତୁଷାର ଚିତାର ପ୍ରାକୃତିକ ଘର । ଏଠାରେ ପ୍ରାୟ ୩୫ରୁ ଅଧିକ ତୁଷାର ଚିତା ବାସ କରୁଥିବା ନେଇ ପାର୍କ ପ୍ରଶାସନ ଅନୁମାନ କରିଛନ୍ତି । ସମୟେ ସମୟେ ଏଠାରେ ଲଗାତାର ଭାବେ କ୍ୟାମେରାରେ କଏଦ ହେଉଛନ୍ତି ତୁଷାର ଚିତା । ଗତ ଡିସେମ୍ବର ମାସରେ ଭାରତୀୟ ବନ୍ୟଜୀବ ସଂସ୍ଥାର ଟିମର ସଦସ୍ୟ ଡକ୍ଟର ରଞ୍ଜନ ପାଲ ନେଲାଙ୍ଗ ଖାଟି ନିକଟରେ ପ୍ରଥମେ ତୁଷାର ଚିତାକୁ ନିଜ କ୍ୟାମେରାରେ କଏଦ କରିଥିଲେ । ଚଳିତ ବର୍ଷ ଫେବୃଆରୀ ଶେଷ ଭାଗରେ BRO (ସୀମା ସଡ଼କ ସଂଗଠନ) ପାଗଲନାଳ ନିକଟରେ ଚିତାକୁ ଦେଖିବାକୁ ମିଳିଥିଲା । ଏବେ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନର ନେଲାଙ୍ଗ ଘାଟରେ ଏହି ଚିତାକୁ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Delhi liquor Scam: ପୁଣି ବଢିଲା ସିସୋଦିଆଙ୍କ ରିମାଣ୍ଡ ଅବଧି

ତେବେ ନେଲାଙ୍ଗ ଘାଟରେ ଚିତାମାନଙ୍କ ଗତିବିଧିକୁ ଲକ୍ଷ୍ୟ ରଖିବା ଲାଗି ପ୍ରାୟ ୬୫ଟି ଟ୍ରାପ କ୍ୟାମେରା ଲଗାଯାଇଛି । ସେହିପରି ତୁଷାର ଚିତାଙ୍କ ଲାଗି ଗଙ୍ଗୋତ୍ରୀ ଜାତୀୟ ପାର୍କରେ ପ୍ରଶାସନ ନେଲାଙ୍ଗ ଘାଟି, କେଦାରତାଲ, ଗୋମୁଖ ଟ୍ରାକ୍‌, ଭେରୌଘାଟି ଆଦି ଅଞ୍ଚଳରେ ୪୦ଟି କ୍ୟାମେରା ଲଗାଯାଇଛି । ଏପ୍ରିଲ ୧ ତାରିଖରୁ ଗେଟ୍‌ ଖୋଲିବା ପରେ ଏହି କ୍ୟାମେରାଗୁଡ଼ିକୁ ବାହାର କରାଯିବ । ଶୀତ କାଳରେ ଏହି କ୍ୟାମେରାରେ କଏଦ ହୋଇଥିବା ତୁଷାର ଚିତାଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିବ ବୋଲି ଆଶା ରଖାଯାଇଛି ।

ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନର ଉପନିର୍ଦ୍ଦେଶକ ଆର.ଏନ ପାଣ୍ଡେ କହିଛନ୍ତି ଯେ BROର ମେଜର ବିନୁ ବିଏସ ନିଜ କ୍ୟାମେରାରେ ତୁଷାର ଚିତାଙ୍କୁ ଗତିବିଧିକୁ କଏଦ କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ଯେ ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ତୁଷାର ଚିତାଙ୍କ ବାସ ଉପଯୋଗୀ ସ୍ଥାନ । ଏଠାରେ ଏହି ବିରଳ ବନ୍ୟଜନ୍ତୁ ସୁରକ୍ଷିତ ଭାବେ ବାସ କରିପାରିବେ । କେବଳ ତୁଷାର ଚିତା ନୁହେଁ କ୍ୟାମେରାରୁ ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ସମ୍ପର୍କରେ ମଧ୍ୟ ଜଣାପଡ଼ିବ ବୋଲି ଆଶା ରଖାଯାଇଛି । ତୁଷାର ଚିତାଙ୍କ ସମେତ ପାର୍କରେ କଳା ଭାଲୁ, ନୀଳ ମେଣ୍ଢା, ନାଲି କୁମ୍ଭୀର, କସ୍ତୁରୀ ମୃଗ ଆଦି ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.