ETV Bharat / bharat

ବିମାନରେ ଠାବ ହେଲା ସାପ, କେରଳରୁ ଯାଇ ଦୁବାଇରେ କରିଥିଲା ଅବତରଣ - କେରଳରୁ ଦୁବାଇ ଯାଉଥିବା ବିମାନରେ ସାପ

କେରଳର କଲ୍ଲିକଟରୁ ଉଡାଣ ଭରି ଦୁବାଇରେ ଅବତରଣ କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ସାପ ଠାବ ହୋଇଛି (Snake found in Air India Express plane)। କୌଣସି ଅଘଟଣ ଘଟିନଥିବା ସୂଚନା । ବଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲା DGCA । ଅଧିକ ପଢନ୍ତୁ

ବିମାନରେ ଠାବ ହେଲା ସାପ, କେରଳରୁ ଯାଇ ଦୁବାଇରେ କରିଥିଲା ଅବତରଣ

author img

By

Published : Dec 11, 2022, 7:08 PM IST

Updated : Dec 11, 2022, 7:32 PM IST

ହାଇଦ୍ରାବାଦ: ବିମାନରେ ଠାବ ହେଲା ସାପ । କେରଳରୁ ଉଡାଣ ଭରି ଦୁବାଇରେ ଅବତରଣ କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଏକ ସାପ ଉଦ୍ଧାର କରାଯାଇଛି । ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ସେଥିରେ ଏକ ସାପ ଥିବା ଜଣାପଡିଥିଲା (Snake found in Air India Express plane)। ତେବେ ସାପଟି ବିମାନର ଯାତ୍ରୀ ବସିଥିବା ସ୍ଥାନରେ ନୁହେଁ ବରଂ କାର୍ଗୋ ହୋଲ୍ଡିଂ ଏରିଆରୁ ଉଦ୍ଧାର ହୋଇଛି । ଘଟଣା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି ।

ଗତକାଲି (ଶନିବାର) ଏୟାର ଇଣ୍ଡିଆ ଏକ୍ସପ୍ରେସର B-737-800 ବିମାନ କେରଳର କାଲିକଟରୁ ଉଡାଣ ଭରି ଦୁବାଇ ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ଅବତରଣ ପରେ କାର୍ଗୋ ହୋଲ୍ଡିଂ ଏରିଆରେ ପଶିଯାଇଥିବା ଜାଣିବାକୁ ମିଳିଥିଲା । ବିମାନରେ ସାପ ଥିବା ଖବର ପାଇବା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ । ସେମାନଙ୍କୁ ପ୍ରଥମେ ସୁରକ୍ଷିତ ଭାବେ ତଳକୁ ନିଆଯାଇଥିଲା । ପରେ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ସାପଟିକୁ ଉଦ୍ଧାର କରି ବିମାନ ବନ୍ଦର ବାହାରକୁ ନେଇଥିଲେ ।

ଘଟଣା ନେଇ DGCAର ଜଣେ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ମିଳିସାରିଛି । ଯଦି ସମ୍ପୃକ୍ତ ବିମାନ କମ୍ପାନୀର କୌଣସି କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା ନେଇ ତଦନ୍ତରେ ଜଣାପଡେ ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଘଟଣା ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ ।

ଏହାପୂର୍ବରୁ ମଧ୍ୟ ମଝି ଆକାଶରେ ବିମାନରେ ସାପ ବାହାରିବା ଘଟଣା ସାମ୍ନାକୁ ଆସୁଛି । ଏହା ପୂର୍ବରୁ ଏୟାର ଏସିଆ ବିମାନରେ ସାପ ଦେଖାଯାଇଥିଲା । ଏୟାରଲାଇନ୍ସର ଗ୍ରାଉଣ୍ଡ କର୍ମଚାରୀଙ୍କ ଅବହେଳା କାରଣକୁ ଦାୟୀ କରି ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଚଳିତବର୍ଷ ଫେବୃଆରୀ 10 ତାରିଖରେ କ୍ବାଲାଲମପୁର ଯାଉଥିବା ଏୟାର ଏସିଆ ବିମାନରେ ମଧ୍ୟ ଏକ ସାପ ଦେଖିବାକୁ ମିଳିଥିଲା । ସାପଟି ବିମାନରେ ବୁଲୁଥିବା ବେଳେ ଯାତ୍ରୀମାନେ ଭୟରେ ଥରି ଉଠିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏବେ ପୁଣି ସମାନ ଘଟଣା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2022, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.