ETV Bharat / bharat

ଦୁଇ ଘଣ୍ଟା ବେକରେ ଗୁଡ଼ାଇ ହେବାପରେ ନାବାଳିକାକୁ କାମୁଡ଼ିଲା ନାଗ ସାପ

୭ ବର୍ଷର ନାବାଳିକା ବେକରେ ଗୁଡାଇ ହେଲେ ନାଗସାପ । କାମୁଡ଼ିବା ପୂର୍ବରୁ ପ୍ରାୟ ଦୁଇ ଘଣ୍ଟାକାଳ ସାପଟି ନାବାଳିକାର ବେକରେ ସେମିତି ଗୁଡ଼ାଇ ହୋଇ ରହିଥିଲା । ଅଧିକ ପଢ଼ନ୍ତୁ...

author img

By

Published : Sep 12, 2021, 10:57 PM IST

ଦୁଇ ଘଣ୍ଟା ବେକରେ ଗୁଡ଼ାଇ ହେବାପରେ ନାବାଳିକାକୁ କାମୁଡ଼ିଲା ନାଗ ସାପ
ଦୁଇ ଘଣ୍ଟା ବେକରେ ଗୁଡ଼ାଇ ହେବାପରେ ନାବାଳିକାକୁ କାମୁଡ଼ିଲା ନାଗ ସାପ

ମୁମ୍ବାଇ: ମହାରାଷ୍ଟ୍ରର ଏକ ୱାର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଭୟାନକ ଦୃଶ୍ୟ । ଜଣେ ୭ ବର୍ଷର ନାବାଳିକା ବେକରେ ଗୁଡାଇ ହୋଇଛି ନାଗସାପ । ପ୍ରାୟ ଦୁଇ ଘଣ୍ଟାକାଳ ସାପଟି ନାବାଳିକାର ବେକରେ ସେମିତି ଗୁଡ଼ାଇ ହୋଇ ରହିଥିଲା । ଝିଅଟି ଶୋଇଥିବା ଅବସ୍ଥାରେ ସାପଟି ତା ବେକରେ ଗୁଡ଼ାଇ ହୋଇଥିଲା । ଏହା ଦେଖିବା ପରେ ନାବାଳିକାର ବାପା ମା' ସଙ୍ଗେସଙ୍ଗେ ଜଣେ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ ।

ତେବେ ଦୁଇ ଘଣ୍ଟା ଧରି ସାପଟି ଦିବ୍ୟାନି ପଦ୍ମାକରଙ୍କ ବେକରେ ଗୁଡ଼ାଇ ହୋଇ ରହିଥିବା ବେଳେ ତା ବାପା ମା' ତାକୁ ନଡରିବା ପାଇଁ ସାହାସ ଦେଉଥିବା ଭିଡିଓରେ ଦେଖା ଯାଉଛି । ଝିଅଟିକୁ ବାରମ୍ବାର ସ୍ଥିର ରହିବାକୁ କହୁଛନ୍ତି ବାପାମା' । "ଝିଅ ଜମାରୁ ହଲଚଲ ହବୁନି । ସେମିତି ରହ, ଡରିବୁନି, କିଛି ହେବନି । ତୁ ବାସ୍‌ ହଲଚଲ ହବୁନି ।" ଏଭଳି ଅନେକ କଥା କହି ଡରି ରହିଥିବା ଝିଅଟିକୁ ବାପା ମା' ବୁଝାଉଛନ୍ତି ।

ଭୟଭୀତ ହୋଇରହିଥିବା ଝିଅକୁ କେତେ ବା ବାପା ମାଆ ଆଉ ବୁଝାଇଥାନ୍ତେ । ପ୍ରାୟ ଦୁଇ ଘଣ୍ଟାକାଳ ଝିଅଟି ସେମିତି ତା ଶେଯରେ ବିନା ହଲଚଲ ହୋଇ ପଡ଼ି ରହିଥାଏ । ଶେଷରେ ଧୈର୍ଯ୍ୟ ହରାଇ ବସିଥିଲା କମୋଳମତି ୭ ବର୍ଷ ଝିଅ ଦିବ୍ୟାନି ।

ତେବେ ସାପ ଧରାଳିର ଦୁଇ ଘଣ୍ଟା କାଳ କସରତର ପରେ ଝିଅଟି ଦେହରୁ ସାପ ବାହାରିବା ନାଁ ନେଇଥିଲେ । ଶେଷରେ ଝିଅଟି ଭୟରେ ହାତ ହଲଚଲ କରିବାରୁ ସାପଟି ତା ହାତକୁ କାମୁଡ଼ି ଦେଇଥିଲା । ଏହାପରେ ସଙ୍ଗେସଙ୍ଗେ ଝିଅଟିର ବେକରୁ ସାପ ବାହାରି ଯାଇଥିଲା ।

ତୁରନ୍ତ ଦିବ୍ୟାନିଙ୍କୁ ସ୍ଥାନୀୟ ସେବାଗ୍ରାମ ହସ୍ପିଟାରେ ଭର୍ତ୍ତି କରାଇଥିଲେ ତାଙ୍କ ପରିବାର ଲୋକେ । ବର୍ତ୍ତମାନ ସେବାଗ୍ରାମ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛି ୭ ବର୍ଷର ଝିଅ ଦିବ୍ୟାନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.