ETV Bharat / bharat

ହାଟିଆ ରେଳଷ୍ଟେସନରୁ ରାଉରକେଲାର ୨ ଯୁବକ ଗିରଫ, ୩୮ କେଜି ଗଞ୍ଜେଇ ଜବତ

ରାଞ୍ଚିର ହାଟିଆ ରେଳଷ୍ଟେସନରେ ବିପୁଳ ଗଞ୍ଜେଇ ସହ ୨ ଓଡ଼ିଆ ଯୁବକଙ୍କୁ ଗିରଫ କଲା ରେଳବାଇ ପୋଲିସ । ଜାରି ରହିଛି ଅଧିକ ତଦନ୍ତ । ଅଧିକ ପଢନ୍ତୁ

author img

By

Published : Jan 13, 2022, 9:16 PM IST

ରାଞ୍ଚିରୁ ଦୁଇ ଓଡିଆ ଗିରଫ, ୩୮ କେଜି ଗଞ୍ଜେଇ ଜବତ

ରାଞ୍ଚି: ଝାଡଖଣ୍ଡର ହାଟିଆ ରେଳଷ୍ଟେସନରେ ଗଞ୍ଜେଇ ଚୋରା ଚାଲାଣବେଳେ ଦୁଇ ଜଣଙ୍କୁ ଗିରଫ କରିଛି ରେଳବାଇ ପୋଲିସ । ସେମାନଙ୍କ ଠାରୁ 38 କିଲୋଗ୍ରାମ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ । ଗିରଫ ଦୁଇ ଅଭିଯୁକ୍ତ ସୁରଜ ସିଂ ଏବଂ ବଜରଙ୍ଗ ବାହାଦୂର ହୋଇଥିବାବେଳେ ଉଭୟ ଓଡିଶାର ରାଉରକେଲାର ବାସିନ୍ଦା ବୋଲି ପୋଲିସ କହିଛି । ସେମାନେ ନିୟମିତ ରାଞ୍ଚିକୁ ଗଞ୍ଜେଇ ଚାଲାଣ କରୁଥିବା ମଧ୍ୟ ସନ୍ଦେହ କରୁଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର-ବନାରସ ଏକ୍ସପ୍ରେସରୁ ଏହି ଦୁଇ ଅଭିଯୁକ୍ତ ଓହ୍ଲାଇବା ପରେ ସେମାନଙ୍କ ଗତିବିଧି ନେଇ ସନ୍ଦେହ ହେବାରୁ ପୋଲିସ ସେମାନଙ୍କୁ ଯାଞ୍ଚ କରିଥିଲା । ଏହି ଯାଞ୍ଚରେ ସେମାନଙ୍କ ଠାରୁ 19ଟି ପ୍ୟାକେଟରେ ପ୍ୟାକିଂ ହୋଇଥିବା ପ୍ରାୟ ୩୮ କି.ଗ୍ରା ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା ହେବା ନେଇ ପ୍ରାଥମିକ ଆକଳନ କରାଯାଇଛି ।

ଏମାନେ ନିୟମିତ ରାଉରକେଲାରୁ ରାଞ୍ଚିକୁ ଗଞ୍ଜେଇ ଚାଲାଣ କରୁଥିବା ସନ୍ଦେହ କରାଯାଉଛି । ଉଭୟଙ୍କୁ ଗିରଫ ପରେ ତଦନ୍ତ ଜାରି ରହିଛି । ତଦନ୍ତ ପରେ ରାକେଟ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.