ETV Bharat / bharat

No Smoking Day: ଜୀବନ ନେଉଛି ସିଗାରେଟ ଧୂଆଁ !

author img

By

Published : Mar 9, 2022, 1:55 PM IST

ତମାଖୁ, ବିଡି଼ ଏବଂ ସିଗାରେଟ ଆଦିର ସେବନ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଏହାର ସେବନ କରିବା ଦ୍ବାରା କ୍ୟାନ୍ସର ଭଳି ନାନା ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ । ନିଶା ସେବନ ଠାରୁ ଦୂରେଇ ରହିବା ନିମନ୍ତେ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ No Smoking Day ପାଳନ କରାଯାଏ । ଅଧିକ ପଢ଼ନ୍ତୁ

ବିଶ୍ବ ତମାଖୁ ଦିବସ: ଜୀବନ ନେଉଛି ତମାଖୁ ସେବନ!

ନୂଆଦିଲ୍ଲୀ: ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ସେବନ ମଣିଷ ପାଇଁ କ୍ଷତିକାରକ । ଏହାର ପାର୍ଶ୍ବ ପ୍ରତିକ୍ରିୟାରୁ ସାଧାରଣ ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ତେଣୁ ଏହାର ପରିଣାମ ବିଷୟରେ ଲୋକମାନଙ୍କୁ ଅବଗତ କରିବା ପାଇଁ ଏବଂ ନିଶା ସେବନ ଠାରୁ ଦୂରେଇ ରହିବା ନିମନ୍ତେ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ No Smoking Day ପାଳନ କରାଯାଏ ।

ଲୋକଙ୍କୁ ନିଶାଠୁ ଦୂରେଇ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଏକ ବୃହତ ସ୍ବାସ୍ଥ୍ୟ ଅଭିଯାନ ଆରମ୍ଭ କରାଯାଇଛି । ନିଶା ସେବନ ଠାରୁ ଦୂରେଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି ଏକ ନିଆରା ପ୍ରୟାସ । ସ୍ବାସ୍ଥ୍ୟ ବିଭାଗର ଏହି ନିରନ୍ତର ପ୍ରୟାସ ଯୋଗୁଁ ବିଗତ ୫ ବର୍ଷ ଭିତରେ ପାଖାପାଖି ଶହେରୁ ଊର୍ଦ୍ଧ୍ବ ଲୋକ ନିଶା ସେବନ କରିବା ଛାଡ଼ି ସାରିଲେଣି ।

ତମାଖୁ,ବିଡି଼ ଏବଂ ସିଗାରେଟ ଆଦି ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଏହାଦ୍ବାରା ଶରୀରରେ ପ୍ରତିରୋଧକ କ୍ଷମତା କମିବା ସହ ଫୁସଫୁସ ଉପରେ ମଧ୍ୟ ଏହାର ଅଧିକ କୁପ୍ରଭାବ ପଡ଼ିଥାଏ । ଏହାକୁ ସେବନ କରୁଥିବା ଲୋକେ କ୍ୟାନ୍ସର ଭଳି ଅନେକ ଗମ୍ଭୀର ମାରାତ୍ମକ ରୋଗର ସମ୍ମୁଖୀନ ହୋଇଥାନ୍ତି । ଏହାସହ ହଠାତ ହୃଦଘାତରେ ଶିକାର ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଏଭଳି ମାରାତ୍ମକ ସେବନ ଠାରୁ ଦୂରେଇବା ପାଇଁ ଏବଂ ଲୋକଙ୍କୁ ସଚେତନ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ବିତୀୟ ବୁଧବାର ଦିନ ପାଳନ କରାଯାଇଥାଏ No Smoking Day

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.