ETV Bharat / bharat

କ୍ରାସ ହେବା ପରେ ଜନବସତି ଅଞ୍ଚଳରେ ଖସିଲା ବିମାନ, 2 ଆହତ

author img

By

Published : Mar 23, 2023, 10:42 PM IST

ଧାନବାଦରେ କ୍ରାସ ହୋଇ ଜନବସତି ଅଞ୍ଚଳରେ ଖସିଲା ବିମାନ । ଜଣେ ପାଇଲଟଙ୍କ ସହ ଅନ୍ୟ ଜଣେ ଶିଶୁ ଗୁରୁତର । ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ ସନ୍ଦେହ । ଅଧିକ ପଢନ୍ତୁ

କ୍ରାସ ହେବା ପରେ ଜନବଶତି ଅଞ୍ଚଳରେ ଖସିଲା ବିମାନ, 2 ଆହତ

ରାଞ୍ଚି: ଝାଡଖଣ୍ଡର ଧାନବାଦରେ ଏକ କ୍ଷୁଦ୍ର ବିମାନ କ୍ରାସ ହେବା ପରେ ଜନବସତିଃ ଅଞ୍ଚଳରେ ଖସିପଡିଛି । ଏଥିରେ ପ୍ଲେନରେ ଥିବା ଏକମାତ୍ର ପାଇଲଟ ଓ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି(ଗୁରୁବାର) ଅପରାହ୍ନରେ ଏହି କ୍ଷୁଦ୍ର ବିମାନଟି ଧାନବାଦ ସହର ନିକଟରେ ଥିବା ବରଓ୍ବାଦା ଏରୋଡ୍ରମ ଫିଲ୍ଡରୁ ଉଡାଣ ଭରିଥିଲା । ସହର ଉପରେ କିଛି ସମୟ ଉଡାଣ ଭରିବା ପରେ ବିମାନଟି କୌଣସି କାରଣବଶତଃ ନିୟନ୍ତ୍ରଣ ହରାଇ କ୍ରାସ ହୋଇଥିଲା । ଏହା ସହର ଉପକଣ୍ଠ ଏକ ଜନବସତି ଅଞ୍ଚଳରେ ଖସି ପଡିଥିଲା । ମାତ୍ର ଜଣେ ପାଇଲଟ ଏହି ବିମାନକୁ ଉଡାଉଥିଲେ । ପାଇଲଟଙ୍କ ସମେତ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ଶିଶୁ ମଧ୍ୟ ଗୁରୁତର ହୋଇଛି । ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିମାନଟି ଧନବାଦ ସହର ଉପରେ କିଛି ସମୟ ଉଡାଣ ଭରିବା ପରେ କ୍ରାସ ହୋଇ ଏକ ଘର ଉପରେ ଖସିପଡିଥିଲା । ପ୍ରବଳ ଶବ୍ଦ ହେବା ଫଳରେ ଲୋକେ ଦୁର୍ଘଟଣାସ୍ଥଳରେ ଏକାଠି ହୋଇଥିଲେ । ସ୍ଥାନୀୟ ପ୍ରଶାସନକୁ ସୂଚନା ମିଳିବା ପରେ ପୋଲିସ ଓ ରେସ୍କ୍ୟୁ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରିଥିଲା । ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ କ୍ରାସ୍‌ ହେବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଲଟ ବିମାନ ଉପରେ ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରାଯାଉଛି । ହେଲେ ବିମାନଟି କ୍ରାସ ହୋଇ ଖସି ପଡିଥିଲେ ସୁଦ୍ଧା ଏଥିରେ ଅଗ୍ନିକାଣ୍ଡ କିମ୍ବା ବିସ୍ଫୋରଣ ଘଟିନଥିଲା । ଯାହା ଫଳରେ ବଡ ବିପତ୍ତି ଟଳିଯାଇଛି । ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏହା ଏକ ଘରୋଇ କମ୍ପାନୀର କ୍ଷୁଦ୍ର ବିମାନ ବୋଲି ଜଣାପଡିଛି । ସମ୍ପୃକ୍ତ କମ୍ପାନୀ ମଧ୍ୟ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିକଟରେ ମଧ୍ୟ ଏକାଧିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ତାଲିକାରେ ସେନା ଓ ନୌସେନା ବିମାନ ମଧ୍ୟ ରହିଥିଲା । ନିକଟରେ ସ୍ଥଳସେନାର ଏକ ଚିତା ହେଲିକପ୍ଟର ମଧ୍ଯ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଯାହାର ତଦନ୍ତ ଜାରି ରହିଛି । ସେହିପରି ନୌସେନାରେ ନିୟୋଜିତ ହାଲୁକା ଲଢୁଆ ହେଲିକପ୍ଟର ଧ୍ରୁବ ମଧ୍ୟ କ୍ରାସ ହୋଇ ଆରବ ସାଗର ଜଳରାଶିରେ ଖସିପଡିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.