ETV Bharat / bharat

Slanderous speech against Khushbu: ଗିରଫ ହେଲେ DMK ନେତା ଶିବାଜୀ କୃଷ୍ଣମୂର୍ତ୍ତି

author img

By

Published : Jun 19, 2023, 11:53 AM IST

ଗିରଫ ହେଲେ ତାମିଲନାଡୁ ଡିଏମକେ ମୁଖପାତ୍ର ଶିବାଜୀ କୃଷ୍ଣମୂର୍ତ୍ତି । ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ । ଅଧିକ ପଢନ୍ତୁ

Slanderous speech against Khushbu
Slanderous speech against Khushbu

ଚେନ୍ନାଇ: ମହଙ୍ଗା ପଡିଲା ରାଜ୍ୟପାଳ ଆରଏନ ରବି ଏବଂ ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ। ଗିରଫ ହେଲେ ତାମିଲନାଡୁ ଡିଏମକେ ମୁଖପାତ୍ର ଶିବାଜୀ କୃଷ୍ଣମୂର୍ତ୍ତି । ଚେନ୍ନାଇ ଉତ୍ତର ଜିଲ୍ଲାରେ ଏକ ଉତ୍ସବରେ ଯୋଗ ଦେଇଥିବା ବେଳେ ଆରଏନ ରବି ଏବଂ ଖୁସବୁ ସୁନ୍ଦରଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଶିବାଜୀ କୃଷ୍ଣମୂର୍ତ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଭିଡିଓଟିକୁ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ଖୁସବୁ ସୁନ୍ଦର ଟ୍ବିଟ୍‌ କରି ଲେଖିଥିଲେ ଯେ, DMK ନେତା ମହିଳାଙ୍କ ବିଷୟରେ ଏତେ ଖରାପ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖର ବିଷୟ । ପୋଲିସ କୃଷ୍ଣମୂର୍ତ୍ତିଙ୍କୁ ଗିରଫ କରିବା ଉଚିତ ବୋଲି ମଧ୍ୟ ସେ କହିଥିଲେ ।

ଏହି ଘଟଣାରେ ଡିଏମକେ ସାଧାରଣ ସମ୍ପାଦକ ଦୁରାଇମୁରୁଗାନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଶିବାଜୀ କୃଷ୍ଣମୂର୍ତ୍ତିଙ୍କୁ ଦଳର ସମସ୍ତ ଦାୟିତ୍ବରୁ ହଟାଇ ଦିଆଯାଇଛି ଏଥି ସହ ସେ ଦଳର ସଦସ୍ୟ ମଧ୍ୟ ରହିପାରିବେ ନାହିଁ । ଏହା ପରେ କୋଡୁଙ୍ଗାୟୁର ପୋଲିସ ଷ୍ଟେସନରେ ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବିରୋଧରେ ମାନହାନି ସମେତ ଅନ୍ୟ ଧାରା ଆଧାରରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ଗତ ଜାନୁଆରୀରେ ଶିବାଜୀ କୃଷ୍ଣମୂର୍ତ୍ତି ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ । ଯାହାକୁ DMK ଦଳର ନେତା ନିନ୍ଦା କରିଥିଲେ । ଏନେଇ ପୋଲିସ ଷ୍ଟେସନ ଏବଂ ମହିଳା କୋର୍ଟରେ ଅଭିଯୋଗ କରାଯାଇଥିଲା । ବିବାଦୀୟ ଭାଷଣ ପରେ ଶିବାଜୀ କୃଷ୍ଣମୂର୍ତ୍ତିଙ୍କୁ ପୋଲିସ ଗିରଫ କରିଛି ।

ଜାତୀୟ ମହିଳା ଆୟୋଗର ସଦସ୍ୟ ଥିବା ଅଭିନେତ୍ରୀ ଖୁସବୁ ରବିବାର ଚେନ୍ନାଇର ଆରଏ ପୁରାମସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । DMKରୁ କେହି ଜଣେ ପୂର୍ବରୁ ମଧ୍ୟ ମୋ ବିଷୟରେ ଖରପା କଥା କହିଥିଲେ, ସେତେବେଳେ ମୁଁ ମହିଳା ଆୟୋଗର ସଦସ୍ୟ ନଥିଲି । ଏନେଇ ମୁଁ ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଥିଲି । ଏହାପରେ ଦିଲ୍ଲୀ ଯାଇ ମୋତେ କ୍ଷମା ମାଗିଥିଲେ DMKର ଜଣେ ନେତା । କହିଥିଲେ ଯେ, ମହିଳାଙ୍କ ବିଷୟରେ ମୁଁ ଆଉ କେବେ ବି ଆପତ୍ତିଜନକ ମନ୍ତବ୍ୟ ଦେବି ନାହିଁ । ପ୍ରଥମେ ମହିଳାଙ୍କ ଉପରେ ଖରାପ ମନ୍ତବ୍ୟକୁ କୁ ମୁଁ ଗୁରୁତ୍ବ ଦେଉନଥିଲି । କିନ୍ତୁ ବର୍ତ୍ତମାନ ମୁଁ ଜଣେ ମହିଳା ଆୟୋଗର ସଦସ୍ୟ, ଦେଶର ଅନ୍ୟ ମହିଳାଙ୍କ ପାଇଁ ଏହି ଘଟଣା ଉପରେ ମୁଁ ଗୁରୁତ୍ବ ଦେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.