ETV Bharat / bharat

ଦର୍ଘାରୁ ଫେରୁଥିଲେ କାରକୁ ପିଟିଲା ଟ୍ରକ, ଗୋଟିଏ ପରିବାରର 6 ମୃତ

author img

By

Published : Aug 5, 2022, 9:47 AM IST

ୟାଦଗିର (Yadgir district )ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ପରିବାରର ୬ ମୃତ ଜଣେ ଆହତ । ଦର୍ଘାରୁ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ । ଅଧିକ ପଢନ୍ତୁ

Road Accident:ଦର୍ଘାରୁ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ,ଗୋଟିଏ ପରିବାରରେ ଛଅ ମୃତ

ବେଙ୍ଗାଲୁରୁ: ୟାଦଗିର (Yadgir district ) ଗୁରାମିଥକାଲ ତାଲୁକ (Guramithkal taluk) ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ ମହମ୍ମଦ ଓ୍ବାଜିଦ ହୁସେନ(39),ମହମ୍ମଦ ମଜହର ହୁସେନ(79), ନୁର ଜାହା ବେଗମ୍(70), ହିନା ବେଗମ (30) , ଇମରାନ (22) ଓ ଅମିଜା(6 months) । ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ମଧ୍ୟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରାଇଚୁର ଜିଲ୍ଲାର ହଟି ଗାଁର ଗୋଟିଏ ପରିବାର ଏକ କାର ଯୋଗେ ତେଲେଙ୍ଗାନର କୋଡାଙ୍ଗାଲ ନିକଟରେ ଥିବା ଦର୍ଘାରୁ ଦର୍ଶନ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ୟାଦଗିର ଜିଲ୍ଲାର ଗୁରାମିଥକାଲ ତାଲୁକରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.