ETV Bharat / bharat

ରେକର୍ଡ ଭାଙ୍ଗିଲା କାଶୀ ବିଶ୍ବନାଥ ଭକ୍ତଙ୍କ ସଂଖ୍ୟା, 2 ଦିନରେ 6 ଲକ୍ଷ ଟପିଲା - କାଶୀ ବିଶ୍ବନାଥ ମନ୍ଦିର

ନବବର୍ଷରେ କାଶୀ ବିଶ୍ବନାଥ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ଡିସେମ୍ବର 31 ଓ ଜାନୁଆରୀ 1 ତାରିଖ ମଧ୍ୟରେ 6 ଲକ୍ଷ ଭକ୍ତ ବାବା ବିଶ୍ବନାଥଙ୍କ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

kashi Vishwanath temple
କାଶୀ ବିଶ୍ବନାଥ ମନ୍ଦିର
author img

By

Published : Jan 2, 2023, 1:34 PM IST

ଲକ୍ଷ୍ନୌ: ନୂଆ ବର୍ଷକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିଲା । ବର୍ଷର ପ୍ରଥମ ଦିନରେ ଇଶ୍ବରଙ୍କୁ ଦର୍ଶନ କରି ଦିନ ଆରମ୍ଭ କରିଛନ୍ତି ଲୋକେ । ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି କ୍ରମରେ ନୂଆବର୍ଷରେ ବାରାଣାସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିରରେ(Baba Vishwanath Dham in Varanasi) ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଗତ ଡିସେମ୍ବର 31 ଓ ଜାନୁଆରୀ 1 ତାରିଖ ମଧ୍ୟରେ ପ୍ରାୟ 6 ଲକ୍ଷ ଶ୍ରଦ୍ଧାଳୁ କାଶୀ ବିଶ୍ବନାଥଙ୍କ ଦର୍ଶନ କରିଛନ୍ତି(Six lakh devotees reached Baba Vishwanath Dham) । ଯାହା ଭକ୍ତ ସଂଖ୍ୟାରେ ସମସ୍ତ ରେକର୍ଡ ଭାଙ୍ଗିଛି ।

devotees reached vishwanath dham
ରେକର୍ଡ ଭାଙ୍ଗିଲା କାଶୀ ବିଶ୍ବନାଥ ଭକ୍ତଙ୍କ ସଂଖ୍ୟା, 2 ଦିନରେ 6 ଲକ୍ଷ ଟପିଲା

ଏହା ମଧ୍ୟ ପଢ଼ନ୍ତୁ: Demonetization Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଲେ ସୁପ୍ରିମକୋର୍ଟ

ତିନି ଦିନ ମଧ୍ୟରେ କାଶୀ ବିଶ୍ବନାଥ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଆଜି ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ସବୁଥର ନୂଆବର୍ଷରେ ବାବା ବିଶ୍ବନାଥ ଧାମକୁ ଆସିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । ଗତବର୍ଷ ମଧ୍ୟ ତିନିଦିନ ମଧ୍ୟରେ ସାତ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଦର୍ଶନ କରି ଏକ ରେକର୍ଡ ସୃଷ୍ଟି କରିଥିଲେ । ଏଥର ମାତ୍ର ଦୁଇ ଦିନ ମଧ୍ୟରେ 6 ଲକ୍ଷ ଶ୍ରଦ୍ଧାଳୁ ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆତଙ୍କୀଙ୍କ ଟାର୍ଗେଟରେ ରଜୌରୀ: ଆହତଙ୍କ ଘରେ IED ବିସ୍ଫୋରଣ, ଶିଶୁ ମୃତ 5 ଆହତ

ଏହି ପରିପ୍ରେକ୍ଷୀରେ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, "ବାବା ବିଶ୍ବନାଥଙ୍କ ପ୍ରତି ଅଦମ୍ୟ ଭକ୍ତି ଯୋଗୁଁ ଡିସେମ୍ବର 31 ତାରିଖ ଏବଂ ବର୍ଷର ପ୍ରଥମ ଦିନରେ ଏତେ ମାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ମଧ୍ୟ ଏହି ଭିଡ଼ ଲାଗି ରହିଛି । ଅଧିକାଂଶ ବିଦ୍ୟାଳୟରେ ସ୍କୁଲ ଛୁଟି ଥିବାରୁ ବହୁସଂଖ୍ୟାରେ ଲୋକେ ନିଜ ବନ୍ଧୁ ପରିଜନ ସହ ଏଠାକୁ ଆସିଛନ୍ତି । ଲଗାତାର ଭାବେ ବାବାଙ୍କ ପୂଜାର୍ଚ୍ଚନା ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.