ETV Bharat / bharat

ବିହାରରେ ପୁଣି ମଦମୃତ୍ୟୁ: 7 ମୃତ, ଏକାଧିକ ଗୁରୁତର, 16 ଗିରଫ

author img

By

Published : Jan 23, 2023, 6:55 PM IST

Updated : Jan 23, 2023, 8:39 PM IST

ବିହାରରେ ଛପରା ପରେ ଶିବାନରେ ପୁଣି ମଦମୃତ୍ୟୁ । 7 ମୃତ ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଗ୍ରାମରେ ପହଞ୍ଚିଲା ପ୍ରଶାସନ । 16 ଗିରଫ । ଅଧିକ ପଢନ୍ତୁ

ବିହାରରେ ପୁଣି ମଦମୃତ୍ୟୁ
ବିହାରରେ ପୁଣି ମଦମୃତ୍ୟୁ

ହାଇଦ୍ରାବାଦ: ମଦ ନିଷେଧ ବିହାରରେ ପୁଣି ମଦ ମୃତ୍ୟ ଘଟଣା ସାମ୍ନାକୁ ଆସିଛି । ଛପରା ପରେ ଏବେ ଶିବାନ ଜିଲ୍ଲାରେ ବିଷାକ୍ତ ମଦ ପିଇ 7ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ସ୍ଥାନୀୟ ପ୍ରଶାସନ ମୃତ୍ୟୁସଂଖ୍ୟା 3 ଦର୍ଶାଇଥିବା ବେଳେ ଗ୍ରାମବାସୀ 7 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ବିହାର ଶିବାନ ଜିଲ୍ଲା ନବିଗଞ୍ଜରେ ବାଲା ଗ୍ରାମରେ ଏହି ଅଘଟଣ ଘଟିଛି । ସଂଘବଦ୍ଧ ଭାବେ କିଛି ଲୋକେ ମଦ୍ୟପାନ କରିବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି ସେ ସଂଖ୍ୟା ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନି । ଘଟଣା ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ୍‌ ମଧ୍ୟ ଆକ୍ସନମୋଡ୍‌କୁ ଆସିଛି । ଏବେ ସୁଦ୍ଧା 16 ଜଣଙ୍କୁ ଗିରଫ କରାଯାଇଛି ।

ପ୍ରଶାସନ ମୃତକଙ୍କ ସଂଖ୍ୟା 3 ଦର୍ଶାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ସମସ୍ତ 4 ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସେମାନେ ସ୍ଥାନୀୟ ଯୁବକ ନରେଶ ବିନ୍‌, ଜନକ ପ୍ରସାଦ, ରମେଶ ରାଓ୍ବତ, ସୁରେନ୍ଦ୍ର ମାଝି ବୋଲି ଜଣାପଡିଛି । ମୃତକଙ୍କ ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ ଗ୍ରାମର ଅନ୍ୟ ଲୋକଙ୍କ ସହ ଏମାନେ ମିଳିତ ଭାବେ ମଦ୍ୟପାନ କରିଥିଲେ । ତାର ମାତ୍ର କିଛି ସମୟ ପରେ ଘରକୁ ଫେରି ସମସ୍ତେ ଯନ୍ତ୍ରଣା ଅନୁଭବ କରିବା ସହ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ଏକ ବିଷାକ୍ତ ମଦମୃତ୍ୟୁ ମାମଲା ବୋଲି ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମଦ ନିଷେଧ ବିହାରରେ ନିକଟରେ ମଦମୃତ୍ୟୁର ବିଭୀଷିକା ଦେଖିବାକୁ ମିଳିଥିଲା । ଛପରା ଜିଲ୍ଲାରେ ବିଷାକ୍ତ ମଦ୍ୟପାନ କରି 75 ଜଣ ପ୍ରାଣ ହରାଇଥିଲେ । ଏହି ଘଟଣାରେ ନୀତିଶ ସରକାରଙ୍କ ମଦ ବ୍ୟାନ ନିଷ୍ପତ୍ତିକୁ ନେଇ ବିରୋଧୀ ଘେରିବା ସହ ରାଜ୍ୟରେ ନିଷେଧାଦେଶ କାର୍ଯ୍ୟକାରୀ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଥିଲେ । ଛପରା ମଦମୃତ୍ୟର ତଦନ୍ତ ଜାରି ରହିଥିବା ବେଳେ ଏବେ ପୁଣି ଶିବାନରେ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏପରି କ୍ରମାଗତ ଘଟଣା ବିହାରରେ ମଦ ନିଷେଧର ଚରମ ବିଫଳତାକୁ ପଦାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2023, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.