ETV Bharat / bharat

ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ଏବେବି ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ - Gen Manoj Pande

Army Chief Gen Manoj Pande: 15 ତାରିଖରେ ଆର୍ମି ଡେ’ ପୂର୍ବରୁ ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସ୍ଥଳସେନା ମୁଖ୍ୟଙ୍କ ସମ୍ବୋଧନ । କହିଲେ ଉତ୍ତର-ସୀମାରେ ସ୍ଥିତି ସ୍ଥିର, କିନ୍ତୁ ସମ୍ବେଦନଶୀଳ । ସେନାର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳକୁ ଦିଆଯାଉଛି ପ୍ରାଧାନ୍ୟ । ଅଧିକ ପଢନ୍ତୁ

ଉତ୍ତର ସୀମାରେ ସ୍ଥିତି ସ୍ଥିର, କିନ୍ତୁ ସମ୍ବେଦନଶୀଳ: ସ୍ଥଳସେନା ମୁଖ୍ୟ

author img

By ETV Bharat Odisha Team

Published : Jan 11, 2024, 4:12 PM IST

ନୂଆଦିଲ୍ଲୀ: ଭାରତର ଉଭୟ ପଡୋଶୀ ଶତ୍ରୁ ଚୀନ ଓ ପାକିସ୍ତାନ ସହ ସଲଗ୍ନ ସର୍ବାଧିକ ଆହ୍ବାନପୂର୍ଣ୍ଣ ଉତ୍ତର ସୀମାରେ ସ୍ଥିତି ଏବେ ସ୍ଥିର ରହିଛି । କିନ୍ତୁ ଏବେ ବି ସେଠାରେ ସ୍ଥିତି ସମ୍ବେଦନଶୀଳ ରହିଛି । ଉତ୍ତର-ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ହେଲେ ଭାରତ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରୟାସ କରୁଛି । ଏଥିପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି ବୋଲି ସ୍ଥଳସେନା ମୁଖ୍ଯ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ।

  • #WATCH | Delhi: COAS General Manoj Pande says, "...Currently, our attempt is to continue talks (with China) to go back to the status quo ante which existed in the middle of 2020. Once that happens, then we can go back to look back at larger issues. Till the time, we will continue… pic.twitter.com/4wqf2vZMiE

    — ANI (@ANI) January 11, 2024 " class="align-text-top noRightClick twitterSection" data=" ">

ଜାନୁଆରୀ 15 ତାରିଖରେ ଆର୍ମି ରାଇଜିଂ ଡେ’ ପାଳନ ପୂର୍ବ ଅବସରରେ ଜେନେରାଲ ପାଣ୍ଡେ ଆଜି ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କହିଛନ୍ତି, ଉତ୍ତର ସୀମାରେ ଉତ୍ତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ପ୍ରୟାସ ଜାରି ରଖିଛି । ଉତ୍ତର ସୀମାରେ ଏବେ ସ୍ଥିତି ସ୍ଥିର ରହିଛି । ମାତ୍ର ଏହା ଏବେ ମଧ୍ୟ ସମ୍ବେଦନଶୀଳ ରହିଛି ବୋଲି କହିଛନ୍ତି ।

ସେହିପରି ଚୀନ ସୀମା ସଂଲଗ୍ନ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜେନେରାଲ ପାଣ୍ଡେ କହିଛନ୍ତି, ‘‘ ଏଲଏସିରେ ଭାରତୀୟ ସେନା ଉଚ୍ଚସ୍ତରୀୟ ପ୍ରସ୍ତୁତି ସହ ସକ୍ରିୟ ରହିଛି । କୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଭାରତୀୟ ସେନା ଗ୍ରହଣ କରିଛି । ପର୍ଯ୍ୟାପ୍ତ ପରିମାଣର ଫୋର୍ସ ମଧ୍ୟ ସେଠାରେ ମୁତୟନ ଅଛନ୍ତି ।’’

ସେହିପରି କାଶ୍ମୀରରେ ଦେଖାଯାଇଥିବା ସ୍ଥିତି ସମ୍ପର୍କରେ ମଧ୍ୟ ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଛନ୍ତି । ସ୍ଥଳସେନା ମୁଖ୍ୟ କହିଛନ୍ତି, ପ୍ରକୃତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ନେଇ ହୋଇଥିବା ଶାନ୍ତିଚୁକ୍ତି ସ୍ଥିର ରହିଛି । ମାତ୍ର ଘାଟିରେ କିଛି ସ୍ଥାନରେ ଅନୁପ୍ରବେଶ ଓ ସୀମାପାର ଆତଙ୍କବାଦ ଘଟଣା ସମ୍ନାକୁ ଆସିଛି । ସୀମାରେ ଅନୁପ୍ରବେଶ ରୋକିବାରେ ଭାରତୀୟ ସଶସ୍ତ୍ର ବଳ ସକ୍ଷମ । ଘାଟିର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଆତଙ୍କବାଦ ଆକ୍ରମଣ ଘଟଣାରେ ପୂର୍ବାପେକ୍ଷା ହ୍ରାସ ଘଟିଛି । ରଜୌରୀ ଓ ପୁଞ୍ଚରେ ନିକଟରେ ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ଜେନେରାଲ ପାଣ୍ଡେ କହିଛନ୍ତି, ଏହି କ୍ଷେତ୍ରରେ କିଛି ବିରୋଧୀ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରୁଛନ୍ତି । ଘଟଣା ପରେ ଉକ୍ତ ସ୍ଥାନରେ ସେନା ତାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛି । ଭୁଟାନ- ଭାରତ ସୀମାରେ ସ୍ଥିତି ସ୍ଥିର ରହିଥିବା ବେଳେ ଭାରତ- ମିଆଁମାର ସୀମାରେ ସ୍ଥିତି ସାମାନ୍ୟ ଆହ୍ବାନପୂର୍ଣ୍ଣ ରହିଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା, ତୀବ୍ରତା 6.1

ସେହିପରି ସେ, ବର୍ଷ 2024 ରେ ଭାରତୀୟ ସ୍ଥଳସେନାରେ ଆଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ସେନାର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଉଛି । ଅଗ୍ନିବୀରଙ୍କ ସଶସ୍ତ୍ର ବଳରେ ଏକୀକରଣ ହେବା ପ୍ରକ୍ରିୟାକୁ ମଧ୍ୟ ସେ ସଠିକ ଓ ପ୍ରଭାବୀ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.