ETV Bharat / bharat

କୋରୋନାରେ ଆଖି ବୁଜିଲେ ସିତାରାମ ୟେଚୁରୀଙ୍କ ପୁଅ

author img

By

Published : Apr 22, 2021, 8:07 AM IST

Updated : Apr 22, 2021, 10:52 AM IST

କୋଭିଡରେ ସିତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ
କୋଭିଡରେ ସିତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

08:02 April 22

ସିପିଆଇର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପୁଅଙ୍କର କୋଭିଡରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୋଭିଡରେ ସିତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ
କୋଭିଡରେ ସିତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

ନୂଆଦିଲ୍ଲୀ: ସିପିଆଇର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କ ଗୁରୁବାର ପରଲୋକ ଘଟିଛି । କୋଭିଡ 19 ମହାମାରୀ କାରଣରୁ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ 34 ବର୍ଷ ହୋଇଥିଲା ।

ଆସନ୍ତା ଜୁନ 9 ତାରିଖରେ 35 ବର୍ଷରେ ପାଦ ଥାପିବାକୁ ଯାଉଥିବା ଆଶିଷ କୋରୋନାରେ ଆକ୍ରାନ୍ତ ହୋଇ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଗତ 2 ସପ୍ତାହ ଧରି ମହାମାରୀ ସହିତ ଲଢେଇ କରୁଥିବା ବେଳେ ଗୁରୁବାର ଭୋର ପ୍ରାୟ 5ଟା 30ମିନିଟ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏ ସମ୍ପର୍କରେ ପିତା ସୀତାରାମ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ସୂଚନା ଦେଇଛନ୍ତି ।  

ଏ ସମ୍ପର୍କରେ ସେ ଲେଖିଛନ୍ତି ଯେ ଆଶିଷଙ୍କର ଆଜି(ଗୁରୁବାର) ସକାଳେ ମୃତ୍ୟୁ ଘଟିଥିବା କହି ଦୁଃଖପ୍ରକାଶ କରିଛନ୍ତି । ଏହାସହିତ ଆଶିଷଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେପଟେ କେନ୍ଦ୍ରୀୟ କମିଟି କାର୍ଯ୍ୟାଳୟ ପକ୍ଷରୁ ଆଶିଷଙ୍କ ମୃତ୍ୟୁ ସମ୍ପର୍କରେ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 22, 2021, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.