ETV Bharat / bharat

ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟେଚୁରୀ - ସୀତାରାମ ୟାଚୁରୀ

ତୃତୀୟ ଥର ପାଇଁ ସିପିଆଇଏମ (CPI-M)ର ମହାସଚିବ ନିର୍ବାଚିତ ହେଲେ ସୀତାରାମ ୟେଚୁରୀ । 2015 ରେ ପ୍ରଥମ ଥର ପାଇଁ ନେଇଥିଲେ ଦାୟିତ୍ବ । ଅଧିକ ପଢନ୍ତୁ

ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟାଚୁରୀ

author img

By

Published : Apr 10, 2022, 8:53 PM IST

ଥିରୁଅନନ୍ତପୁରମ: ତୃତୀୟ ଥର ପାଇଁ ସିପିଆଇଏମ (CPI-M)ର ମହାସଚିବ ନିର୍ବାଚିତ ହେଲେ ସୀତାରାମ ୟେଚୁରୀ । ୟାଚୁରୀ ପ୍ରଥମେ 2015 ରେ ଦଳର ମହାସଚିବ ଭାବେ ଦାୟିତ୍ବ ନେବା ପରେ 2018ରେ ଦ୍ବିତୀୟ ଥର ପାଇଁ ମଧ୍ୟ ଏହି ଦାୟିତ୍ବରେ ନିର୍ବାଚିତ ହୋଇଥିଲେ । ପୁଣି ଚଳିତ ବର୍ଷ ମଧ୍ୟ ସେ କ୍ରମାଗତ ତୃତୀୟ ଥର ପାଇଁ ଏହି ଦାୟିତ୍ବ ନେଇଛନ୍ତି । ଆଜି ପାର୍ଟି କଂଗ୍ରେସର 23ତମ ଭେନ୍ୟୁରେ ତାଙ୍କୁ ସର୍ବସମ୍ମତି କ୍ରମେ ନିଯୁକ୍ତି କରିଛି ଦଳର କେନ୍ଦ୍ରୀୟ କମିଟି ।

ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟାଚୁରୀ
ତୃତୀୟ ଥର ପାଇଁ CPM ମହାସଚିବ ହେଲେ ସୀତାରାମ ୟାଚୁରୀ

LDF ସଂଯୋଜକ ଏବଂ କେରଳର ପୂର୍ବତନ କାର୍ଯ୍ୟନିର୍ବାହୀ ସଚିବ ଏ.ବିଜୟରାଜଙ୍କୁ କେରଳରୁ ପଲିଟବୁରୋ (politburo)ର ନୂତନ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅଲ ଇଣ୍ଡିଆ କିଷାନ ସଭାପତି ଅଶୋକ ଡାଭେଲ ଏବଂ ଦଳିତ ନେତା ରାମଚନ୍ଦ୍ର ଡୋମ ମଧ୍ୟ ଦଳର ପଲିଟବୁରୋର ନୂତନ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । politburo ହେଉଛି ଦଳର ସର୍ବୋଚ୍ଚ ତଥା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ।

ସେହିପରି କେରଳର ମନ୍ତ୍ରୀ କେ.ବାଲାଗୋପାଲ ଏବଂ ପି.ରାଜୀବ, ଦଳର ମହିଳା ନେତ୍ରୀ ସି.ଏସ ସୁଜାତା ଓ ପି.ସତୀଦେବୀ ଦଳର କେନ୍ଦ୍ରୀୟ କମିଟିରେ ନୂତନ ଭାବେ ସାମିଲ ହୋଇଛନ୍ତି । ସେହିପରି ବରିଷ୍ଠ ନେତା ଭାଇକୋମ ବିଶ୍ୱନ୍, ପି.କରୁଣାକରନ୍, ଏବଂ ଏମ୍.ସି ଜୋସେଫାଇନଙ୍କୁ କମିଟିରୁ ବାଦ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.