ETV Bharat / bharat

ସୀତାରାମ ୟେଚୁରୀଙ୍କ ଦାବି, ବହୁମତ ନ ମିଳିଲେ NDA ସହ ହାତ ମିଳାଇବ TMC

author img

By

Published : Feb 28, 2021, 9:29 PM IST

ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ ଦାବି କରିଛନ୍ତି । ଦାବି କରିଛନ୍ତି ଯେ ଝୁଲା ବିଧାନସଭା ହେବା ସ୍ଥିତିରେ ମମତା ବାନାର୍ଜୀ ସରକାର ଗଠନ ପାଇଁ ଏନଡିଏରେ ସାମିଲ ହୋଇପାରନ୍ତି । ଅଧିକ ପଢନ୍ତୁ...

ସୀତାରାମ ୟେଚୁରୀଙ୍କ ଦାବି, ବହୁମତ ନ ମିଳିଲେ NDA ସହ ହାତ ମିଳାଇବ TMC
ସୀତାରାମ ୟେଚୁରୀଙ୍କ ଦାବି, ବହୁମତ ନ ମିଳିଲେ NDA ସହ ହାତ ମିଳାଇବ TMC

କୋଲକାତା: ଘୋଷଣା ହୋଇସାରିଛି ପଶ୍ଚିମବଙ୍ଗ ବିଧାନସଭା ତାରିଖ । ସବୁ ଦଳର ନେତା ମତଦାତାଙ୍କୁ ଆକୃଷ୍ଠ କରିବା ପାଇଁ ଜୋରଶୋରରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ରାଲିରେ ପରସ୍ପରର ବିରୋଧୀ ଦଳକୁ ଟାର୍ଗେଟ କରି ନୂଆ ପ୍ରତିଶ୍ରୁତି ଓ ଦାବି କରୁଛନ୍ତି ନେତା । ଏହି କ୍ରମରେ ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ ଦାବି କରିଛନ୍ତି ।

ସିପିଏମ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଆରଏସଏସ-ବିଜେପିର ସାମ୍ପ୍ରଦାୟିକ ଗତିବିଧିକୁ ରୋକିବା ପାଇଁ ତୃଣମୂଳ କଂଗ୍ରେସକୁ ହରାଇବା ଏହା ଅତ୍ୟନ୍ତ ଜରୁରୀ । ସେ ଦାବି କରିଛନ୍ତି ଯେ ଝୁଲା ବିଧାନସଭା ହେବା ସ୍ଥିତିରେ ମମତା ବାନାର୍ଜୀ ସରକାର ଗଠନ ପାଇଁ ଏନଡିଏରେ ସାମିଲ ହୋଇପାରନ୍ତି ।

ଟିଏମସି ଓ ବିଜେପି ମଧ୍ୟରେ ଜାରି ରାଜନୈତିକ ଟଣାଓଟରାକୁ ନେଇ ୟେଚୁରୀ ଅଭିଯୋଗ ଆଣିଛନ୍ତି ଯେ ଗୈରିକ ଦଳ କୋଭିଡ ମହାମାରୀ ସମୟରେ ତିଆରି ପିଏମ କେୟାର୍ସ ଫଣ୍ଡ୍‌ ଟଙ୍କାକୁ ନେତାଙ୍କ କିଣିବା କ୍ଷେତ୍ରରେ ବ୍ୟବହାର କରାଯାଉଛି । ସୀତାରାମ ଆହୁରି ମଧ୍ୟ କହିଛନ୍ତି, ବାମପନ୍ଥୀ ଓ ଧର୍ମନିରପେକ୍ଷ ଶକ୍ତିର ଏହି ମହାମେଣ୍ଟ ଦୁର୍ନୀତିଗ୍ରସ୍ତ ତୃଣମୂଳ କଂଗ୍ରେସ ସରକାର ଏବଂ ବିଜେପିକୁ ହରାଇ ଉତ୍ତମ ବଙ୍ଗଳା ଗଠନ ପାଇଁ ଲଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.