ETV Bharat / bharat

Diwali 2023: ଦୀପାବଳିର ଶୁଭେଚ୍ଛା ଜଣାଇଲେ ମିଲବେନ, ଗାଇଲେ ଓମ-ଜୟ-ଜଗଦୀଶ ହରେ - ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକୀୟ କଣ୍ଠଶିଳ୍ପୀ

'ଓମ ଜୟ ଜଗଦୀଶ ହରେ' ଭଜନ ମାଧ୍ୟମରେ ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ କଣ୍ଠଶିଳ୍ପୀ ମେରୀ ମିଲବେନ । ଯାହାକି ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

african american singers diwali wishes
ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ମେରି ମିଲବେନ
author img

By ETV Bharat Odisha Team

Published : Nov 12, 2023, 8:55 PM IST

ୱାଶିଂଟନ: ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ କଣ୍ଠଶିଳ୍ପୀ ମେରୀ ମିଲବେନ । 'ଓମ ଜୟ ଜଗଦୀଶ ହରେ' ଭଜନ ମାଧ୍ୟମରେ ସେ ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସେ ଗାଇଥିବା 'ଓମ ଜୟ ଜଗଦୀଶ ହରେ' ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମିଲବେନ୍ ଏକ କମଳା-ଗୋଲାପୀ ଲେହେଙ୍ଗାରେ ନଜର ଆସିଛନ୍ତି । ଭାରତୀୟ ପୋଷାକ ପରିଧାନ କରି ଭାରତୀୟ ସଂସ୍କୃତି ସେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହାସହ ଦୀପାବଳିରେ ହିନ୍ଦୁଙ୍କ ଭଜନ 'ଓମ ଜୟ ଜଗଦୀଶ ହରେ' ଗାଇ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକୀୟ କଣ୍ଠଶିଳ୍ପୀ ମେରୀ ମିଲବେନ ।

  • During 2020, a year when so much darkness covered our world, it was the light of God and the spirit of Diwali 🪔 that guided our paths to greater measures of hope and peace.

    In the heart of Sedona, Arizona joined by an award-winning production team, #Diwali came alive in my… pic.twitter.com/NXhgHIOvpG

    — Mary Millben (@MaryMillben) November 11, 2023 " class="align-text-top noRightClick twitterSection" data=" ">

ମିଲବେନ କହିଛନ୍ତି, "ଭାରତ ଏକ ଏପରି ରାଷ୍ଟ୍ର ଯେଉଁଠି ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ସଂସ୍କୃତି, ଭାଷା ଏବଂ ପରମ୍ପରା ସମସ୍ତଙ୍କୁ ଆକର୍ଷିତ କରିଆସିଛି । ଭାରତୀୟମାନଙ୍କୁ ବିବିଧତାରେ ଏକତା ଆଣିବାକୁ ଓ ଏକତାର ଶକ୍ତି ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛନ୍ତି ଅନ୍ତର୍ଜାତୀୟ ଗାୟିକା ମିଲବେନ୍ । ପୂର୍ବରୁ ମଧ୍ୟ ଭାରତର ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ ମିଲବେନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ୱାଶିଂଟନର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ସେହି ସମୟରେ ଲୋକପ୍ରିୟ ଗାୟିକା ମେରି ମିଲବେନ ପ୍ରଥମେ ଭାରତର ଜାତୀୟ ସଂଗୀତ 'ଜନ-ଗଣ-ମନ' ମଞ୍ଚରେ ଗାଇଥିଲେ ଏବଂ ମୋଦି ମଞ୍ଚରେ ପହଞ୍ଚିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକମାନେ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...PM Modi In US: ବିଦେଶୀ ଗାୟିକାଙ୍କ କଣ୍ଠରେ ଜନ ଗଣ ମନ, ମୋଦିଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ତେବେ ପୂର୍ବରୁ ମଧ୍ୟ 'ଓମ ଜୟ ଜଗଦୀଶ ହରେ' ଗାଇ ଚର୍ଚ୍ଚାକୁ ଆସିଥିଲେ ମିଲବେନ । ୨୦୨୦ ମସିହାରେ ଆମେରିକାର ଲୋକପ୍ରିୟ ଗାୟିକା ମେରି ମିଲବେନ 'ଓମ ଜୟ ଜଗଦୀଶ ହରେ' ଗୀତ ଗାଇ ସାରା ବିଶ୍ବକୁ ଦିପାବଳୀର ଶୁଭେଚ୍ଛା ଜଣାଇଥିଲେ । ସେତେବେଳେ ସେ କହିଥିଲେ, "ଓମ୍ ଜୟ ଜଗଦୀଶ ହରେ ଗୀତଟି ଭାରତୀୟମାନେ ନିଜ ଘରେ ପୂଜା ଓ ଉତ୍ସବରେ ଗାଇଥାନ୍ତି । ମୋତେ ଏହା ବେଶ ଭାବେ ପ୍ରଭାବିତ କରିଛି।" ଆଉ ଏବେ ପୁଣି ଥରେ ସମାନ ଗୀତ ଗାଇ ହିନ୍ଦୁ ପରମ୍ପରା ଅନୁଯାୟୀ ପୋଷାକ ପରିଧାନ କରି ନିଜର ଟ୍ବିଟର(X) ହ୍ୟାଣ୍ଡେଲରେ ଏହି ଭିଡିଓ ଅପଲୋଡ କରି ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଆମେରିକୀୟ କଣ୍ଠଶିଳ୍ପୀ ମେରୀ ମିଲବେନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.