ETV Bharat / bharat

ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ

୨୦୦୩ ମାନବ ଚାଲାଣ ମାମଲାରେ ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ । ଜାମିନ ପ୍ରଦାନ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ଅଧିକ ପଢନ୍ତୁ

author img

By

Published : Sep 16, 2022, 10:34 AM IST

ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ
ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ

ଚଣ୍ଡୀଗଡ: ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ପ୍ରଖ୍ୟାତ ପଞ୍ଜାବୀ ଗାୟକ ଦଲେର ମେହେନ୍ଦିଙ୍କ ଆଶ୍ବସ୍ତି । ୨୦୦୩ ମାନବ ଚାଲାଣ ମାମଲାରେ(2003 human trafficking case) ଗିରଫ ହୋଇ ଜେଲ୍‌ରେ ଥିବା ଗାୟକ ଦଲେର ମେହେନ୍ଦିଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି(Singer Daler Mehndi gets bail) । ଗୁରୁବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କୁ ଜାମନ ପ୍ରଦାନ କରିଛନ୍ତି । ମାନବ ଚାଲାଣ ମାମଲାରେ ପଟିଆଲା କୋର୍ଟ ଏହି କଣ୍ଠିଶିଳ୍ପୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଜୁଲାଇ ୧୪ରେ ଦଲେର ପଟିଆଲ ଜେଲ୍‌କୁ ଯାଇଥିଲେ ।

ସୂଚନା ମୁତାବକ, ଦଲେର ମେହେନ୍ଦି(Singer Daler Mehndi) ନିଜ ଟ୍ରୁପର ସଦସ୍ୟ ଭାବେ ମିଛ ପରିଚୟ ଦେଇ କିଛି ଲୋକଙ୍କୁ ବିଦେଶ ପଠାଇ ଥିଲେ । ଏହାକୁ ନେଇ ଦଲେର ଏବଂ ତାଙ୍କ ଭାଇ ସମଶେର ସିଂହଙ୍କ ବିରୁଦ୍ଧରେ ୩୧ଟି ମାମଲା ରୁଜୁ ହୋଇଥିଲା । ବକ୍ସି ସିଂହ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଦୁଇ ଭାଇଙ୍କ ବିରୁଦ୍ଧରେ ପୋଲିସ ମାମଲ ରୁଜୁ କରିଥିଲା । ଏହାପରେ ୨୦୧୮ ମାର୍ଚ୍ଚ ୧୬ରେ ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ କୋର୍ଟଙ୍କୁ ଦଲେରଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହି କଣ୍ଠଶିଳ୍ପୀଙ୍କ ବିରୁଦ୍ଧରେ ୨୦୦୩ ମସିହାରେ ଆମେରିକାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଗୁରୁବାର ଦିନ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ(Punjab and Haryana High Court)ରୁ ଜାମିନ ମିଳିଛି ।

ଏହାମଧ୍ୟ ପଢନ୍ତୁ: ରାଜସ୍ଥାନରେ ସଭାମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ଓଓ୍ବେସୀ

ଏହାପରେ ପୁଣି ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ପଟିଆଲା କୋର୍ଟ ନିଜ ୨୦୧୮ ରାୟକୁ ବଳବତ୍ତର ରଖି ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଦଲେର ପଟିଆଲା ଜେଲକୁ ଯାଇଥିଲେ, ଯେଉଁଠାରେ ପୂର୍ବରୁ ତାଙ୍କ ବନ୍ଧୁ ତଥା ରାଜନେତା ନବଜୋତ ସିଂ ସିଦ୍ଧୁ ଥିଲେ । ଦୁଇ ଜଣ ଜେଲ୍‌ର ସମାନ ବାରାକରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.