ETV Bharat / bharat

ସିଙ୍ଗାପୁର ଷ୍ଟ୍ରେନ ନେଇ କେଜ୍ରିୱାଲଙ୍କ ଟ୍ବିଟ, ବର୍ଷିଲେ ବୈଦେଶିକ ମନ୍ତ୍ରୀ - ସିଙ୍ଗାପୁର ଷ୍ଟ୍ରେନ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ବିଟ୍

ସିଙ୍ଗାପୁର ଷ୍ଟ୍ରେନ ଭାରତ ପାଇଁ ଆଉ ଏକ ବଡ ବିପଦ ସାବ୍ୟସ୍ତ ହୋଇପାରେ । ତେଣୁ ଭାରତରୁ ସିଙ୍ଗାପୁରକୁ ବିମାନ ଚଳାଚଳ ସେବା ବନ୍ଦ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ବିଟ୍ ଉପରେ ଜବାବ ରଖିଲେ ସିଙ୍ଗାପୁର ସରକାର । ଅଧିକ ପଢନ୍ତୁ...

ସିଙ୍ଗାପୁର ଷ୍ଟ୍ରେନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ବିଟ୍, ଜବାବ ରଖିଲା ସିଙ୍ଗାପୁର

author img

By

Published : May 19, 2021, 12:55 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନାର ଦ୍ବିତୀୟ ଷ୍ଟ୍ରେନ ତାଣ୍ଡବ ମଚାଉଛି । ଏପରି ସ୍ଥିତିରେ ସିଙ୍ଗାପୁର ଷ୍ଟ୍ରେନ ଭାରତ ପାଇଁ ଆଉ ଏକ ବଡ ବିପଦ ସାବ୍ୟସ୍ତ ହୋଇପାରେ । ଏହା ପିଲାମାନଙ୍କ ପାଇଁ ଅଧିକ ମାରାତ୍ମକ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଷ୍ଟ୍ରେନକୁ ନେଇ କରିଥିବା ଟ୍ବିଟ୍ ପରେ ଏବେ ବଢୁଛି ଚର୍ଚ୍ଚା ।

ସିଙ୍ଗାପୁର ଷ୍ଟ୍ରେନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ବିଟ୍, ଜବାବ ରଖିଲା ସିଙ୍ଗାପୁର
ସିଙ୍ଗାପୁର ଷ୍ଟ୍ରେନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ବିଟ୍, ଜବାବ ରଖିଲା ସିଙ୍ଗାପୁର

ଏନେଇ ଗତକାଲି(ମଙ୍ଗଳବାର) ଅରବିନ୍ଦ କେଜ୍ରିୱାଲ ଭାରତରୁ ସିଙ୍ଗାପୁରକୁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଟ୍ବିଟ୍ ଯୋଗେ ଦାବି କରିଥିଲେ । ଯାହାର ଜବାବ ରଖିଛନ୍ତି ଭାରତରେ ଅବସ୍ଥାପିତ ସିଙ୍ଗାପୁର ହାଇକମିଶନର ।

ହାଇକମିଶନରଙ୍କ କହିବା ମୁତାବକ, ସିଙ୍ଗାପୁରରେ କୋରୋନାର କୌଣସି ନୂତନ ଷ୍ଟ୍ରେନ ଦେଖିବାକୁ ମିଳିନାହିଁ । ସିଙ୍ଗାପୁରରେ ଠାବ ହୋଇଥିବା ଷ୍ଟ୍ରେନ ପୂର୍ବରୁ ଭାରତରେ ରହିଛି । ଏହି ଷ୍ଟ୍ରେନ କାରଣରୁ ସିଙ୍ଗାପୁରରେ ସଂକ୍ରମଣ ହାର ହୁ ହୁ ହୋଇ ବୃଦ୍ଧି ପାଉଛି । ଯଦ୍ବାରା ଛୋଟ ପିଲାମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ସିଙ୍ଗାପୁରରେ ନୂଆ ଷ୍ଟ୍ରେନ ସୃଷ୍ଟି ହୋଇଥିବା ନେଇ ଯାହା ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ । ଦେଶରେ ସଂକ୍ରମଣ ବଢିବା ପଛରେ B.1.617.2 ଭ୍ୟାରିଏଣ୍ଟ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ପରୀକ୍ଷାରୁ ଏହି ଷ୍ଟ୍ରେନ ଠାବ ହୋଇଥିବା ସିଙ୍ଗାପୁର କମିଶନ ସ୍ପଷ୍ଟ କରିଛନ୍ତି । ତେବେ ଏହି ଷ୍ଟ୍ରେନ ପ୍ରଥମେ ଭାରତରେ ହିଁ ଠାବ ହୋଇଥିଲା ।

ସେପଟେ କେଜ୍ରିୱାଲଙ୍କୁ ବିରୋଧ କରି ଆଜି ସିଙ୍ଗାପୁର ସରକାର ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ । ଅପରପକ୍ଷେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଭାରତ ସିଙ୍ଗାପୁର ଦ୍ବିପାକ୍ଷିକ ସମ୍ପର୍କ ମଜବୁତ ଅଛି । କୌଣସି ଦାୟିତ୍ବହୀନ ମନ୍ତବ୍ୟ ଉଭୟ ଦେଶର ସମ୍ପର୍କକୁ ପ୍ରଭାବିତ କରିପାରେ । ସିଙ୍ଗାପୁର ସରକାରଙ୍କ ସହ ଭାରତ ସରକାର ଆଲୋଚନା କରିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୁହେଁ ବୋଲି ପ୍ରତିକ୍ରିୟା ରଖିଲେ ବୈଦେଶିକ ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.