ପାଟନା: ବିହାର ପୋଲିସ ରାଜ୍ୟର ଏକାଧିକ ଜେଲ ଉପରେ ଏକାସମୟରେ ବୁଧବାର ଚଢାଉ କରିଛି । ତେବେ ଏହି ଚଢାଉ ସମୟରେ ମୋବାଇଲ ଫୋନ, ସିମ କାର୍ଡ ଓ ଗୁଟଖା ଜବତ କରିଥିବା ଜଣାପଡିଛି ।
ରାଜ୍ୟରେ ଥିବା ଛାପଡା ଜେଲ ଉପରେ ଚଢାଉ ସମୟରେ ପୋଲିସ ମୋବାଇନ ଫୋନ ସହିତ ସିମ କାର୍ଡ ଜବତ ହୋଇଛି । ଜେଲ ମଧ୍ୟରେ କୌଣସି ଅସ୍ତ୍ରଶସ୍ତ୍ର ଜବତ ହୋଇନାହିଁ । ତେବେ ଜେଲ ମଧ୍ୟରେ କୌଣସି ଅନୈତିକ କାର୍ଯ୍ୟ ହେଉଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବା ପାଇଁ ପୋଲିସ ଏଭଳି ଜେଲ ପରିସର ମଧ୍ୟରେ ଯାଞ୍ଚ କରିଥାଏ ବୋଲି ଛାପଡା ଏସପି ସନ୍ତୋଷ କୁମାର କହିଛନ୍ତି ।
ତେବେ ଏହି ଯାଞ୍ଚ ପ୍ରକ୍ରିୟା ସକାଳ ସାଢେ 5ଟାରେ ଆରମ୍ଭ ହୋଇଥିବା ବେଳେ 3 ଘଣ୍ଟା ଧରି ଚାଲିଥିଲା । ଏକା ସମୟରେ ରାଜ୍ୟର ବିଭିନ୍ନ ଜେଲରେ ଚଢାଉ କରାଯାଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି ।
@ANI