ETV Bharat / bharat

Sikkim flash flood: 8 ମୃତ, ୬୯ ନିଖୋଜ, ଜଣେ ନିଖୋଜ ଯବାନ ଉଦ୍ଧାର

author img

By ETV Bharat Odisha Team

Published : Oct 4, 2023, 10:17 PM IST

ସିକିମରେ ବାଦଲଫଟା ବର୍ଷା ପରେ ବନ୍ୟାରେ ୮ ମୃତ । ୨୨ ସେନା ଯବାନଙ୍କ ସହ ୬୯ ନିଖୋଜ । ଜଣେ ଯବାନ ସୁରକ୍ଷିତ ଉଦ୍ଧାର । ଅପରେସନ ଜାରି । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

Sikkim flash flood: 8 ମୃତ, ୬୯ ନିଖୋଜ, ଜଣେ ନିଖୋଜ ଯବାନ ଉଦ୍ଧାର
Sikkim flash flood: 8 ମୃତ, ୬୯ ନିଖୋଜ, ଜଣେ ନିଖୋଜ ଯବାନ ଉଦ୍ଧାର

ଗ୍ୟାଙ୍ଗଟକ: ଉତ୍ତର-ସିକ୍କିମର ଲୋହନକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୮ ଜଣଙ୍କ ଜୀବନ ଗଲାଣି । ୬୯ ଜଣ ଏବେ ବି ନିଖୋଜ ରହିଛନ୍ତି । ନିଖୋଜଙ୍କ ମଧ୍ୟରେ ୨୩ ଜଣ ସେନା ଯବାନ ଥିଲେ । ଆଜି ଜଣେ ନିଖୋଜ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଚ୍ଚ ଅପରେସନକୁ ଜୋରଦାର କାରଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି ।

ସ୍ଥାନୀୟ ଏସଡିଏମଙ୍କ ଫକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ନିଖୋଜ ଥିବା ୬୯ ଜଣଙ୍କ ମଧ୍ୟରେ ୨୨ ଜଣ ଭାରତୀୟ ସେନାର ଯବାନ, ୪୭ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗତକାଲି ମଧ୍ୟ ରାତ୍ରିଠାରୁ ଜାରି ରହିଥିବା ଉଦ୍ଧାର ଅପରେସନରେ ଏପର୍ଯ୍ୟନ୍ତ ମୋଟ ୧୬୬ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହା ମଧ୍ୟରେ ସେନାର ଜଣେ ନିଖୋଜ ଯବାନ ଉଦ୍ଧାର ହୋଇଛନ୍ତି । ତେବେ ଉକ୍ତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଯବାନଙ୍କ ନାମ ଲେଫନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ । ଏବେ ସୁଦ୍ଧା ୨୨ ଯବାନଙ୍କ ସମେତ ମୋଟ ୬୯ ଜଣ ରହିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।

ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଏନଡିଆରଏଫ ଟିମ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସେନା ମଧ୍ୟ ଅପରେସନ ଜାରି ରଖିଛି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଫୋନରେ କଥା ହୋଇ ସ୍ଥିତି ଓ ଉଦ୍ଧାର ଅପରେସନ ସମ୍ପର୍କରେ ଅବଗତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ତମାଙ୍ଗଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Flash Flood In Sikkim: ବନ୍ୟାରେ ଭାସି ୨୩ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଗତକାଲି (ମଙ୍ଗଳବାର) ମଧ୍ୟ ରାତିରୁ ଉତ୍ତର ସିକ୍କିମର ଲୋହନକ ହ୍ରଦ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥିଲା । ତିସ୍ତା ନଦୀର ଜଳସ୍ତର ମାତ୍ରାଧିକ ବୃଦ୍ଧି ପାଇବା ପରେ ଚୁଙ୍ଗଥାଙ୍ଗ ଡ୍ୟାମ ଗେଟ୍ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରାଯିବାକୁ ପଡିଥିଲା । ସିଙ୍ଗତମ ଅନ୍ତର୍ଗତ ବାରଦାଙ୍ଗ ନିକଟରେ ପାର୍କିଂ ହୋଇଥିବା ସେନାର ଅନେକ ଯାନବାହନ ଓ ଲାଚେନ ଉପତ୍ୟାକାରେ ଥିବା ସେନା କ୍ୟାମ୍ପ ଭାସି ଯାଇଥିଲା । ସ୍ଥଳସେନାର ପ୍ରାୟ ୨୩ ଜଣ ଯବାନ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଉଦ୍ଧାର ଅପରେସନରେ ଏପର୍ଯ୍ୟନ୍ତ ଜଣେ ଯବାନଙ୍କ ସମେତ ମୋଟ ୧୬୬ ଜଣଙ୍କୁ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.