ETV Bharat / bharat

Moosewala's Murder Case: CBI ଓ NIA ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା

author img

By

Published : May 30, 2022, 3:40 PM IST

ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ହଟାଇବାର ଦିନକ ପରେ ତାଙ୍କୁ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଅଧିକ ପଢନ୍ତୁ

CBI ଓ NIA ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା
CBI ଓ NIA ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା

ଚଣ୍ଡିଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ହଟାଇବାର ଦିନକ ପରେ ତାଙ୍କୁ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏହା ସହିତ ଡିଜିପିଙ୍କ ବିବୃତ୍ତି ଉପରେ ବର୍ଷିଛନ୍ତି ପଞ୍ଜାବ ସିଏମ । ଘଟଣାକୁ ନେଇ ଆଜି(ସୋମବାର) ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ସେପଟେ ପୁଅର ହତ୍ୟା ଘଟଣାର CBI ଓ NIA ତଦନ୍ତ ଦାବି କରିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଦନ୍ତ ପାଇଁ ମାନସାକୁ ପଠାଯାଇଛି । ଅପରାଧୀଙ୍କୁ ଶୀଘ୍ର ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ପଞ୍ଜାବ ମୁଖ୍ୟ ବିଚାରପତି ଓ ହରିୟାଣା ହାଇକୋର୍ଟ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିବେ ବୋଲି କହିଛନ୍ତି ସିଏମ ।

ଏହା ସହିତ ସିଦ୍ଧୁ ମୁସେଓ୍ବାଲାଙ୍କ ବାପା ବାଲକୌର ସିଂ ପୁଅଙ୍କ ହତ୍ୟା ଘଟଣାରେ CBI ଓ NIA ତଦନ୍ତ ଦାବି କରିଛନ୍ତି । ଏ ନେଇ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି । ହାଇକୋର୍ଟର ଜଣେ ବିଚାରପତିଙ୍କ ନିରୀକ୍ଷଣରେ ମାମଲା ତଦନ୍ତ କରିବା ନେଇ ଦାବି କରିଛନ୍ତି ସିଦ୍ଧୁଙ୍କ ବାପା । ଖାଲି ସେତିକି ନୁହେଁ ତାଙ୍କ ପୁଅର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ଘଟଣାର ତଦନ୍ତ ମଧ୍ୟ ଦାବି କରିଛନ୍ତି ।

ଏହା ବି ପଢନ୍ତୁ... Moosewala's Murder: ସୁରକ୍ଷା ବ୍ୟବସ୍ଥା ହଟାଉ ହଟାଉ ହତ୍ୟା, ଟାର୍ଗେଟରେ ଆପ୍‌

ପ୍ରକାଶ ଥାଉ କି, ଗତକାଲି (ରବିବାର) ପଞ୍ଜାବର ମାନସା ନିକଟରେ ଅଜଣା ଦୁର୍ବୃତ୍ତ ସିଦ୍ଧୁଙ୍କୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଡ କଥା ହେଉଛି, ତାଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ପଞ୍ଜାବର ମାନ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ । ଆଇପିସି ଧାରା 302, 307 ଏବଂ 341ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.