ଚଣ୍ଡିଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ନିର୍ମମ ହତ୍ୟାକାଣ୍ଡ ଶିକାର ହୋଇଥିବା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର ସଦସ୍ୟ । ଆଜି ଅପରାହ୍ନରେ ମୃତ ସିଦ୍ଧୁଙ୍କ ପରିବାର ଚଣ୍ଡିଗଡରେ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବାବେଳେ ପଞ୍ଜାବରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିଜେପି ମଧ୍ୟ ମାନ ସରକାରଙ୍କ ବିଫଳତାକୁ ଦର୍ଶାଇ କେନ୍ଦ୍ରୀୟ ହସ୍ତକ୍ଷେପ ଦାବି କରିଆସୁଛି ।
-
Punjabi singer Sidhu Moose Wala’s family met Union Home Minister Amit Shah in Chandigarh.
— ANI (@ANI) June 4, 2022 " class="align-text-top noRightClick twitterSection" data="
Sidhu Moose Wala was killed by unknown assailants in Mansa district on 29th May pic.twitter.com/uYBWxNHWRJ
">Punjabi singer Sidhu Moose Wala’s family met Union Home Minister Amit Shah in Chandigarh.
— ANI (@ANI) June 4, 2022
Sidhu Moose Wala was killed by unknown assailants in Mansa district on 29th May pic.twitter.com/uYBWxNHWRJPunjabi singer Sidhu Moose Wala’s family met Union Home Minister Amit Shah in Chandigarh.
— ANI (@ANI) June 4, 2022
Sidhu Moose Wala was killed by unknown assailants in Mansa district on 29th May pic.twitter.com/uYBWxNHWRJ
ଗତ ରହିବାର (29 ତାରିଖ) ଅପରାହ୍ନରେ ସିଦ୍ଧୁଙ୍କୁ ଅତି ନିକଟରୁ ପ୍ରାୟ 30 ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ମୁଖ୍ୟ ହତ୍ୟାକାରୀ ବା ସୁଟରଙ୍କ ନିକଟରେ ପୋଲିସ ପହଞ୍ଚି ପାରିନାହିଁ । ହତ୍ୟାକାଣ୍ଡର କାରଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ପୂର୍ବ ଶତ୍ରୁତା ଜନିତ ଗ୍ୟାଙ୍ଗଓ୍ବାର ବୋଲି ସନ୍ଦେହ କରାଯାଉଛି ।
ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ପୋଲିସର ଏକାଧିକ ଟିମ ଏହି ହାଇପ୍ରୋଫାଇଲ ମର୍ଡର କେସର ତଦନ୍ତ ଜାରି ରଖିଛନ୍ତି । ତେବେ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନ ମଧ୍ୟ ମୃତ ସିଦ୍ଧୁଙ୍କ ପରିବାରକୁ ଭେଟି ହତ୍ୟାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଆଜି ସିଦ୍ଧୁଙ୍କ ପରିବାର ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ