ETV Bharat / bharat

କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ

author img

By

Published : May 13, 2023, 4:49 PM IST

କର୍ଣ୍ଣାଟକରେ କଂଗ୍ରେସ ବ୍ୟାଗରେ 135 ଆସନ । ମୁଖ୍ୟମନ୍ତ୍ରୀ ପଦବୀ ନେଇ ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ପ୍ରଛନ୍ନ ଲଢେଇ । ଆସନ୍ତାକାଲି ସ୍ପଷ୍ଟ ହୋଇପାରେ ନବ ନିର୍ବାଚିତ ବିଧାୟକଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

କଂଗ୍ରେସ ବିଜୟ ଠାରୁ ବି କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ !

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ସରକାର ଗଠନ ଏକ ପ୍ରକାର ଅଘୋଷିତ ସ୍ପଷ୍ଟ । ହେଲେ ବିଜୟ ଯେତିକି କଠିନ ଥିଲା ମୁଖ୍ୟମନ୍ତ୍ରୀ ଚୟନ କରିବା ମଧ୍ୟ କଂଗ୍ରେସ ପାଇଁ ସେହିପରି କଠିନ ସ୍ଥିତି ସୃଷ୍ଟି କରିବା ପରି ମନେ ହେଉଛି । କାରଣ ପ୍ରଦେଶ କଂଗ୍ରେସର ଦୁଇ ହେଭିଓ୍ବେଟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ବର୍ତ୍ତମାନର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଥିବା ପ୍ରଚ୍ଛନ୍ନ ପ୍ରତିଦ୍ବନ୍ଦ୍ବିତା ସମସ୍ତଙ୍କୁ ଜଣାଥିବା ବେଳେ ଉଭୟ କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ନେଇ ଏବେ ସୁଦ୍ଧା ସିଧାସଳଖ ମୁଁହ ଖୋଲିନାହାନ୍ତି ।

ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନେଇ ଡି.କେ ଶିବକୁମାରଙ୍କ ଚର୍ଚ୍ଚା ସିଦ୍ଧରମୈୟାଙ୍କ ଠାରୁ ଅଧିକ ରହିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ କାନ୍ଦି ପକାଇଛନ୍ତି ଶିବକୁମାର । ସେ ଜେଲରେ ଥିବା ସମୟରେ ତାଙ୍କୁ ସୋନିଆ ଗାନ୍ଧୀ ଭେଟିବା କଥା ମଧ୍ୟ ମନେ ପକାଇଛନ୍ତି ଡିକେ । କହିଛନ୍ତି ସେ ଜେଲରେ ଥିବା ସମୟରେ ରାଜ୍ୟରେ ଦଳକୁ କ୍ଷମତାକୁ ଆଣିବା ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରତିଶୃତି ଦେଇଥିଲେ । ଯାହା ଆଜି ବାସ୍ତବରେ ପରିଣତ ହୋଇଛି । ଡିକେ ଏବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ନେତୃତ୍ବରେ ହିଁ ଦଳ ନିର୍ବାଚନ ଲଢିଥିଲା । ସେ ମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କର ଅନୁଗତ ବିଧାୟକ ଗୋଷ୍ଠୀ ମଧ୍ୟ ଚାହୁଁଛନ୍ତି । ଅନ୍ୟପଟେ ପୂର୍ବରୁ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିସାରିଥିବା ବେଳେ ଏବେ ଡି.କେଙ୍କୁ ସୁଯୋଗ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ସେହିପରି ସିଦ୍ଧରମୈୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ଫଳାଫଳ ସ୍ପଷ୍ଟ ହେବା ପୂର୍ବରୁ ତାଙ୍କ ପୁଅ ଯତୀନ୍ଦ୍ର ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସ୍ପଷ୍ଟ ଦାବି କରିସାରିଛନ୍ତି । ତାଙ୍କ ପିତାଙ୍କ ନେତୃତ୍ବରେ ଦଳ ରାଜ୍ୟରେ ନିର୍ବାଚନ ଲଢିଥିଲା ଓ ଏକାକୀ ସ୍ପଷ୍ଟ ବହୁମତ ସହ ସରକାର ଗଠନ କରିବାକୁ ଯାଉଛନ୍ତି । ତାଙ୍କ ପିତା ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହିଛନ୍ତି ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର । ଅନ୍ୟ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆସନ ନେଇ ଦୁଇ ବରିଷ୍ଠ ନେତା ନୀରବତା ଧାରଣ କରିଥିବା ବେଳେ ଉଭୟଙ୍କ ସମର୍ଥନରେ ବିଧାୟକମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି । ଆସନ୍ତାକାଲି ସକାଳେ ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ ହେବ । କେନ୍ଦ୍ରୀୟ ନେତୃତ୍ବ ଏହି ଦୁଇ ନେତାଙ୍କ ମଧ୍ୟରୁ କାହା ନାମରେ ନବନିର୍ବାଚିତ ବିଧାୟକଙ୍କ ସହମତି ହାସଲ କରି ଦଳୀୟ ଅସନ୍ତୋଷ ପ୍ରଶମିତ କରିବାକୁ ପ୍ରୟାସ କରିବେ ।

କଂଗ୍ରେସରେ ମୁଖ୍ୟମନ୍ତ୍ରୀ କନ୍ଦଳ କିଛି ନୂଆ କଥା ନୁହେଁ । ଦଳ ପୂର୍ବରୁ ମଧ୍ୟ ଏହି ସଙ୍କଟର ସାମ୍ନା କରିସାରିଛି । ମଧ୍ୟ ପ୍ରଦେଶରେ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିବାଦ, କର୍ଣ୍ଣାଟକରେ ଅଶୋକ ଗେହେଲୋଟ ଓ ସଚିନ ପାଇଲଟଙ୍କ ବିବାଦ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ତେଣୁ ନିକଟରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କନ୍ଦଳ ବାଲାନ୍ସ କରିଥିବା କଂଗ୍ରେସ କର୍ଣ୍ଣାଟକରେ ମଧ୍ୟ ସେପରି କିଛି ପ୍ରୟାସ କରିବ । କେନ୍ଦ୍ରୀୟ ନେତାମାନେ ବେଙ୍ଗାଲୁରୁରେ ପହଞ୍ଚିବା ଆରମ୍ଭ କରିସାରିଛନ୍ତି । ଏବେ ସୁଦ୍ଧା ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇସରିଛି । କଂଗ୍ରେସ 135 ଆସନରେ ବିଜୟୀ ହୋଇସାରିଛି । ବିଜେପି ମାତ୍ର 64 ଆସନରେ ବିଜୟୀ ହୋଇଛି । ଜେଡିଏସ ମାତ୍ର 19 ଆସନରେ ବିଜୟୀ ହୋଇଛି । ଆଉ ମାତ୍ର କିଛି ହାତଗଣତି ଆସନରେ ଚୂଡାନ୍ତ ଫଳାଫଳ ଆସିବା ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.