ETV Bharat / bharat

କର୍ଣ୍ଣାଟକରେ ଶପଥ ସମାରୋହ ପୂର୍ବରୁ ପୋଲିସର ଲାଠି ଚାର୍ଜ, ୩ ଆହତ

author img

By

Published : May 20, 2023, 11:37 AM IST

କର୍ଣ୍ଣାଟକରେ ଶପଥ ଗ୍ରହଣ ସମାରୋହ ସ୍ଥଳରେ ପୋଲିସର ଲାଠିଚାର୍ଜ । ଟ୍ରାଫିକ ଇନ୍ସପେକ୍ଟରଙ୍କ ସମେତ ୩ ଆହତ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଶପଥ ସମାରୋହ ପୂର୍ବରୁ ପୋଲିସର ଲାଠି ଚାର୍ଜ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଶପଥ ସମାରୋହ ଅନୁଷ୍ଠିତ ହୋଇଥିବା କାନ୍ତିରବା ଷ୍ଟାଡିୟମରେ ଲକ୍ଷାଧିକ ଲୋକଙ୍କ ଗହଳି ଯୋଗୁଁ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଛି । ଫଳରେ ଠେଲାପେଲାରେ ଜଣେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଏହି ଘଟଣା ପରେ ଷ୍ଟାଡିୟମ ଗେଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଧରମୈୟା ଓ ଡିକେ ଶିବକୁମାର । ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଶପଥ ପାଠ କରିବେ । ଶପଥ ସମାରୋହ ପାଇଁ ବେଙ୍ଗାଲୁରୁ ସ୍ଥିତ କାନ୍ତିରବା ଷ୍ଟାଡିୟମ ଠାରେ କଂଗ୍ରେସ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଲକ୍ଷ ଲକ୍ଷ ସଂଖ୍ୟକ ଲୋକେ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଷ୍ଟାଡିୟମ ଠାରେ ରୁଣ୍ଡ ହେଉଛନ୍ତି । କିନ୍ତୁ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗ ପକ୍ଷରୁ ଆବଶ୍ୟକୀୟ ବନ୍ଦୋବସ୍ତ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇନଥିଲା । ଷ୍ଟାଡିୟମ ଠାରେ ଅଳ୍ପ ସଂଖ୍ୟକ ପୋଲିସ କର୍ମୀ ମୁତୟନ କରାଯାଇ ଥିବାବେଳେ ଉପଯୁକ୍ତ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ ହୋଇନଥିଲା । ଫଳରେ ପ୍ରବଳ ଜନସମାଗମ ପରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ବାଧ୍ୟ ହୋଇ ଲୋକଙ୍କ ଉପରେ ଲାଠି ଚାର୍ଜ କରିଛି ।

ଏହାମଧ୍ୟ ପଢନ୍ତୁ: Siddaramaiah Swearing: ଆଜି ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡୁନି ମନ୍ତ୍ରୀମଣ୍ଡଳ ଅଙ୍କ

ଏହି ଲାଠି ଚାର୍ଜ ସମୟରେ ଠେଲାପେଲାରେ ଜଣେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ପେଟରେ ଆଘାତ ଲାଗିଥିବା ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ଖବର ପାଇ ଯୁଗ୍ମ ପୋଲିସ କମିଶନର, କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣା ପରେ ଷ୍ଟାଡିୟମ ଗେଟ୍‌ ପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଅମୃତସରରେ ଉଡିଲା ୨ ପାକିସ୍ତାନୀ ଡ୍ରୋନ, ଗୁଳି କରି ଖସାଇଲା BSF

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.