ETV Bharat / bharat

Karnataka CM Oath Ceremony: କାଲି ଶପଥ ନେବେ ସିଦ୍ଧରମୈୟା, ଜାଣନ୍ତୁ କିଏ ହେବେ ସାମିଲ - ଶପଥ ଗ୍ରହଣ ସମାରୋହ

କାଲି କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ସିଦ୍ଧରମୈୟା ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଜାଣନ୍ତୁ ଅତିଥିଙ୍କ ମଧ୍ୟରେ କିଏ ରହିଛନ୍ତି ସାମିଲ । ଅଧିକ ପଢନ୍ତୁ

Karnataka CM Oath Ceremony
Karnataka CM Oath Ceremony
author img

By

Published : May 19, 2023, 9:13 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ସିଦ୍ଧରମୈୟା । ମଧ୍ୟାହ୍ନ ୧୨.୩୦ଟାରେ ବେଙ୍ଗାଲୁରୁ କାନ୍ତିରୱା ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାରି ସହ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ସରକାର ଗଢିବ କଂଗ୍ରେସ । ଏହି ସମାରୋହରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ଏନେଇ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଥିବା ବେଳେ ୧୧ ଶୀର୍ଷ ନେତୃତ୍ବ ଏହି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି । ଅତିଥି ତାଲିକାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ସାମିଲ ରହିଛି । ପ୍ରାୟ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାରୋହରେ ସାମିଲ ହେବା ଲାଗି ସେମାନଙ୍କୁ ନିମନ୍ତ୍ରିତ କରାଯାଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ବିଜେପି-ବିରୋଧୀ ଦଳର ମେଳି ଦେଖିବାକୁ ମିଳିବ । ସିଦ୍ଧରମୈୟା ୧୬ତମ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାର ଶପଥ ଗ୍ରହଣ କରିବେ । ଏହି ସମାରୋହରେ ସାମିଲ ହେବା ଲାଗି KPCC ପକ୍ଷରୁ ଅତିଥିମାନଙ୍କୁ ନିମନ୍ତ୍ରିତ କରାଯାଇଛି । ଏହି ଅତିଥିଙ୍କ ମଧ୍ୟରେ ୧୧ ଜଣ ଶୀର୍ଷ ନେତୃତ୍ବ ରହିଛନ୍ତି । AICCର ହାଇକମାଣ୍ଡଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଅତିଥି ଭାବେ ଯୋଗ ଦେବେ ।

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହିମାଚଳପ୍ରଦେଶ ସିଏମ ଶୁଖୱିନ୍ଦର ସିଂ ସୁଖୁ, ପୁଡୁଚେରୀ ସିଏମ ରଙ୍ଗସ୍ବାମୀ, ଝାଡ଼ଖଣ୍ଡ ସିଏମ ହେମନ୍ତ ସୋରେନ ପ୍ରମୁଖ ଅତିଥି ତାଲିକାରେ ସାମିଲ ରହିଛନ୍ତି ।

ଏହା ବି ପଢନ୍ତୁ- ୧୬ତମ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା; ପ୍ରଥମରୁ ତୃତୀୟ ଯାଏଁ ଦେଖିନଥିଲେ ସ୍କୁଲ୍‌

ଏହି ପ୍ରମୁଖ ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି Z ପ୍ଲସ୍‌ ସିକ୍ୟୁରିଟିର ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ସମାରୋହରେ ୧୨ ଏସିପି, ୧୧ ରିଜର୍ଭ ପୋଲିସ ଇନିସପେକ୍ଟର, ୧୧ ରିଜର୍ଭ ସବ ଇନିସପେକ୍ଟର, ୨୪ ଆସିଷ୍ଟାଣ୍ଟ ରିଜର୍ଭ ସବ ଇନିସପେକ୍ଟର, ୨୦୬ କନଷ୍ଟେବଳଙ୍କୁ ମୁତୟନ କରାଯାଇଛି । ଅନ୍ୟପଟେ ଏହି ସମାରୋହରେ କଂଗ୍ରେସର ଅନେକ ସମର୍ଥକଙ୍କ ଭିଡ଼ ମଧ୍ୟ ଜମିବାର ଆକଳନ କରାଯାଇଛି । ଏଣୁ ଷ୍ଟାଡିମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହୀଶୂର, ମାଣ୍ଡ୍ୟା, ରାମନଗର, ଉତ୍ତର କର୍ଣ୍ଣାଟକ, କୋଲାରରୁ ଅନେକ ସମର୍ଥକ ଏହି ଇଭେଣ୍ଟରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଅତିଥିମାନେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ଲାଗି ୨ଟି ଗେଟ୍‌ର ବ୍ୟବସ୍ଥା କରାଯାଇଛି । ସିଟି ପୋଲିସ କମିଶନରଙ୍କ ବ୍ୟତୀତ ସୁରକ୍ଷା ଲାଗି ଟ୍ରାଫିକ ବିଭାଗର ସ୍ପେଶାଲ କମିଶନର, ଜଏଣ୍ଟ କମିଶନର, ୨ ଅତିରିକ୍ତ ପୋଲିସ କମିଶନର, ୮ ଡିସିପି ମଧ୍ୟ ମୁତୟନ ରହିବେ । ଏହି ଶପଥ ଗ୍ରହଣ ସମାରୋହ ମାଧ୍ୟମରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତିକୁ ଜୋରଦାର କରିଛି । ସିକ୍ୟୁରିଟି ବ୍ୟବସ୍ଥାର ତଦାରଖ କରିବା ଲାଗି ଏସିପି ରାଙ୍କର ପୋଲିସ ମୁତୟନ ରହିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.