ETV Bharat / bharat

Shraddha murder case: 5 ଦିନ ବଢିଲା ଅଭିଯୁକ୍ତ ଅଫତାବର ପୋଲିସ କଷ୍ଟଡି - ଦିଲ୍ଲୀ ଫ୍ରିଜକାଣ୍ଡ ମାମଲା

5 ଦିନ ବୃଦ୍ଧି ହେଲେ ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର (Shraddha murder case) ଅଭିଯୁକ୍ତ ଅଫତାବ ପୁନାଓ୍ବାଲାର ପୋଲିସ କଷ୍ଟଡି ଅବଧି । ଏହି ଅବଧି ମଧ୍ୟରେ ଅଭିଯୁକ୍ତକୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ନେବ ପୋଲିସ । ଅଧିକ ପଢନ୍ତୁ

Shraddha murder case: 5 ଦିନ ବଢିଲା ଅଭିଯୁକ୍ତ ଅଫତାବର ପୋଲିସ କଷ୍ଟଡି

author img

By

Published : Nov 17, 2022, 5:24 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର (Shraddha murder case) ଅଭିଯୁକ୍ତ ଅଫତାବର ପୋଲିସ କଷ୍ଟଡି ଅବଧିକୁ ଆଉ 5ଦିନ ବୃଦ୍ଧି କରିଛନ୍ତି କୋର୍ଟ । ଆଜି (ଗୁରୁବାର) ଅପରାହ୍ନରେ ଅଫତାବକୁ ଭିଡିଓ ରନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତର ଆବଶ୍ୟକତା ଦର୍ଶାଇ ପୋଲିସ କଷ୍ଟଡି ଅବଧି ବଢାଇବା ପାଇଁ ଆବେଦନ କରିଥିବା ବେଳେ କୋର୍ଟ 5ଦିନ ଏହି ଅବଧି ବୃଦ୍ଧି କରିଛନ୍ତି (police custody of accused Aftab Poonawala)।

  • Shraddha murder case | Police submitted in the court that the accused Aftab is to be taken to Uttrakhand and Himachal Pradesh for investigation. The court also allowed the police application seeking permission for the Narco analysis test of accused Aftab.

    — ANI (@ANI) November 17, 2022 " class="align-text-top noRightClick twitterSection" data=" ">

ଏହି ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଅଭିଯୁକ୍ତକୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡକୁ ନେବା ନେଇ ସୂଚନା ମିଳିଛି । ହତ୍ୟାକାଣ୍ଡର ଚେର ରାଜଧାନୀ ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ବ୍ୟାପିଛି । ତେଣୁ ଅଭିଯୁକ୍ତକୁ ଅନ୍ୟରାଜ୍ୟକୁ ନେଇ ସରଜମିନ ତଦନ୍ତ କରି ନୂଆ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଦିଲ୍ଲୀ ପୋଲିସ । ସେହିପରି ଶ୍ରଦ୍ଧା ମୃତଦେହର ଅନ୍ୟ କେତେକ ଖଣ୍ଡ ଏଯାଏଁ ମିଳିନଥିବାରୁ ପୋଲିସ ସେସବୁକୁ ସଂଗ୍ରହ କରିବା ନେଇ ଅଫତାବକୁ ପୁଣି ପଚରାୁଚରା କରିବ । ଏଯାବତ ପୋଲିସ ମୃତଦେହର କେତାକାଂଶ ଜଙ୍ଗଲରୁ ଉଦ୍ଧାର କରି ଫରେନସିକ୍ ପରୀକ୍ଷା ନିମନ୍ତେ ଲାବକୁ ପଠାଇଛି ।

ସୂଚନାଯୋଗ୍ୟଯେ, ଦିଲ୍ଲୀରେ ପ୍ରେମିକ ଅଫତାବ୍ ପୁନୱାଲ ସହ ଲିଭ୍-ଇନ୍‌ରେ ରହୁଥିଲେ ଶ୍ରଦ୍ଧା ୱାଲକର୍ । ଶ୍ରଦ୍ଧା ବିବାହ ପାଇଁ ଜିଦ୍ କରିବାରୁ ତଣ୍ଟିଚିପି ହତ୍ୟା କରିବାପରେ 35 ଖଣ୍ଡ କରିଥିଲା ପ୍ରେମିକ ଅଫତାବ୍ । ପୋଲିସ୍‌ର ସୂଚନା ମୁତାବକ, ହତ୍ୟା ପରେ ଅଫତାବ୍‌, ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡକୁ ଫ୍ରିଜ୍‌ରେ ରଖିଥିଲା । ପ୍ରତିଦିନ ବିଳମ୍ବିତ ରାତିରେ ମାଂସଖଣ୍ଡକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.